‘ନିବେଶକଙ୍କୁ ଆକୃଷ୍ଟ କରୁଛି ମ୍ୟୁଚୁଆଲ ଫଣ୍ଡ’

ନୂଆଦିଲ୍ଲୀ,୭ା୧: ବର୍ତ୍ତମାନ ସମୟରେ ମ୍ୟୁଚୁଆଲ ଫଣ୍ଡ ଅବସର ଯୋଜନାଠାରୁ ଆରମ୍ଭକରି ପିଲାମାନଙ୍କ ଜରୁରିକାଳୀନ ଆବଶ୍ୟକତା ପର୍ଯ୍ୟନ୍ତ ସେବା ଓ ସୁବିଧା ଯୋଗାଉଛି। ବିଶେଷ କରି ଏହି ଉଦ୍ୟୋଗ ବିଭିନ୍ନ ସମାଧାନ ଉନ୍ମୁଖ ଉପତ୍ାଦ ପ୍ରଦାନ କରିଥାଏ। ଏହା ନିବେଶକଙ୍କୁ ବେଶ୍‌ ଆକୃଷ୍ଟ କରୁଛି। ଏପରିକି ବିଭିନ୍ନ ଜୀବନ ଲକ୍ଷ୍ୟ ପାଇଁ ଯୋଜନା କରିବାରେ ଏହା ବେଶ୍‌ ସହାୟକ ହୋଇଥାଏ। ସେହିଭଳି ସମାଧାନ ଉନ୍ମୁଖ ଉପତ୍ାଦ ମ୍ୟୁଚୁଆଲ ଫଣ୍ଡର ଏକ ସାମ୍ପ୍ରତିକ ଆରମ୍ଭ କରାଯାଇଥିବା ବର୍ଗ। ଏହି ପାଣ୍ଠି ଜୀବନରେ ଜଟିଳ ଲକ୍ଷ୍ୟର ଏକ ସହଜ ପଥ ସୃଷ୍ଟି କରିବାରେ ସକ୍ଷମ ହୋଇଥାଏ। ଆମ ଚତୁଃପାର୍ଶ୍ୱରେ ବିଶ୍ୱ ବିକଶିତ ହେଉଥିବାରୁ ନିବେଶକଙ୍କୁ ମଧ୍ୟ ନୂତନ ସୁଯୋଗର ଲାଭ ଉଠାଇବାରେ ସକ୍ଷମ ହେବା ପାଇଁ ବିନିଯୋଗ ଆଭିମୁଖ୍ୟକୁ ମଧ୍ୟ ବିକାଶ କରିବାର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ଆକ୍ସିସ ଏମ୍‌ସିର ମୁଖ୍ୟ ବ୍ୟବସାୟ ଅଫିସର ରାଘବ ଆୟଙ୍ଗର କହିଛନ୍ତି, ଗୁଣବତ୍ତା, ଅଭିବୃଦ୍ଧି, ମୂଲ୍ୟ କିମ୍ବା ପାଣ୍ଠିର ଅନ୍ତର୍ନିହିତ ବିନିଯୋଗ ଦର୍ଶନକୁ ପ୍ରଭାବଶାଳୀ ଭାବରେ ପ୍ରତିନିଧିତ୍ୱ କରୁଥିବା ଅନ୍ୟ କୌଣସି ଆଭିମୁଖ୍ୟକୁ ପାଣ୍ଠି ପରିଚାଳକ ବାଛିପାରିବେ। ବିଶେଷକରି ନିବେଶ ଶୈଳୀରେ ବିବିଧତା ଆଣି ନିବେଶକମାନେ ଏକାଧିକ ବ୍ୟବସାୟ ଚକ୍ରର ଲାଭ ଉଠାଇପାରିବେ। ସେହିପରି ନିବେଶକମାନେ ସିଷ୍ଟମାଟିକ ଇନ୍‌ଭେଷ୍ଟମେଣ୍ଟ ପ୍ଲାନ୍‌ (ଏସ୍‌ଆଇପି) ବିକଳ୍ପ ମଧ୍ୟ ଚୟନ କରିପାରିବେ। ଅପରପକ୍ଷରେ ପ୍ୟାସିଭ ଫଣ୍ଡ ଏକ ପ୍ରକାର ମିଚ୍ୟୁଆଲ ଫଣ୍ଡ, ଯାହା ବେଞ୍ଚମାର୍କ ଇଣ୍ଡେକ୍ସକୁ ଅନୁସରଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri