ଆଜି ଚିଲିକାରେ ପକ୍ଷୀଗଣନା

ବାଲୁଗଁା,୪ା୧(ଡି.ଏନ୍‌.ଏ.): ବାଲୁଗଁା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଆନୁକୂଲ୍ୟରେ ବୁଧବାର ସମଗ୍ର ଚିଲିକାରେ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ମଙ୍ଗଳବାର ଚନ୍ଦ୍ରାପୁଟସ୍ଥିତ ସିଡିଏ ଗବେଷଣାକେନ୍ଦ୍ର ଗୃହରେ ଗଣନାକାରୀଙ୍କୁ ତାଲିମ ଦିଆଯାଇଛି। ବମ୍ବେ ନ୍ୟାଚୁରାଲ୍‌ ହିଷ୍ଟ୍ରିି ଅଫ୍‌ ସୋସାଇଟିର ଡେପୁଟି ଡାଇରେକ୍ଟର ଡ. ପି. ସାଥିଆ ସାଲଭମ୍‌, ବ୍ରହ୍ମପୁର ଆରସିସିଏଫ୍‌ ପ୍ରଶାନ୍ତ କୁମାର ମିଶ୍ର, ବାଲୁଗଁା ବନ୍ୟପ୍ରାଣୀ ବିଭାଗୀୟ ଦାୟିତ୍ୱରେ ଥିବା ପୁରୀ ଡିଏଫ୍‌ଓ ପି. ରାମସ୍ବାମୀ, ଏସିଏଫ୍‌ ଶରତ କୁମାର ମିଶ୍ର ଏବଂ ସିଡିଏର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଖୁସ୍‌ବନ୍ତ ସିଂ ପ୍ରମୁଖ ପକ୍ଷୀଗଣନା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ୨୧ଟି ଟିମ୍‌ ଗଣନା କାର୍ଯ୍ୟରେ ସାମିଲ ହୋଇଥିବା ବେଳେ ମୋଟ ୧୦୫ଜଣ ତାଲିମ ଶିବିରରେ ପ୍ରଶିକ୍ଷଣ ନେଇଥିଲେ। ଏଥିରେ ଓ୍ବାଇଲ୍ଡ ଓଡ଼ିଶା, ବମ୍ବେ ନ୍ୟାଚୁରାଲ୍‌ ହଷ୍ଟ୍ରିରି ଅଫ୍‌ ସୋସାଇଟି, ଓୟୁଏଟି, ସିଡିଏ କର୍ମଚାରୀ, ୱାଇଲ୍ଡ ଓଡ଼ିଶା, ଭେଟେନାରୀ ଅଧିକାରୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରଫେସର, ଛାତ୍ରୀଛାତ୍ର ଓ ବହୁ ଅଭିଜ୍ଞ ବିଶାରଦ ସାମିଲ ହୋଇଥିଲେ। ପ୍ରତ୍ୟେକ ଗଣନାକାରୀ ଦଳକୁ ଗୋଟିଏ ଲେଖାଏ ଡଙ୍ଗା ଯୋଗାଇ ଦିଆଯାଇଥିବା ବେଳେ ପ୍ରତି ଟିମ୍‌ରେ ଅଭିଜ୍ଞ ପକ୍ଷୀ ବିଶାରଦଙ୍କ ସମେତ ୪-୫ଜଣ ସହଯୋଗୀ ରହିବେ। ଗଣନା ପାଇଁ ପ୍ରତ୍ୟେକ ଦଳକୁ ଓ୍ବାକିଟକି, ବାଇନାକୁଲାର, ଜିପିଏସ୍‌ ଓ ଡିଏଚ୍‌ଏଫ୍‌ ଆଦି ଯନ୍ତ୍ର ଯୋଗାଇ ଦିଆଯାଇଛି। ବାଲୁଗଁା ରେଞ୍ଜରେ ୬ଟି ଟିମ୍‌ ନିୟୋଜିତ ହୋଇଥିବା ବେଳେ ସାତପଡ଼ା ୪, ରମ୍ଭା ୨, ଚିଲିକା ୧ ଓ ଟାଙ୍ଗୀ ରେଞ୍ଜରେ ସର୍ବାଧିକ ୮ଗୋଟି ଟିମ୍‌ ପକ୍ଷୀଗଣନା ପାଇଁ ସ୍ଥିର ହୋଇଛି ା ତାଲିମ ପରେ ଗଣନାକାରୀ ଟିମ୍‌ ନିଜ ନିଜ କ୍ୟାମ୍ପରେ ଯାଇ ଅବସ୍ଥାନ କରିଛନ୍ତି। ବୁଧବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପକ୍ଷୀଗଣନା କାର୍ଯ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି। ଦୁଇଟି ପଦ୍ଧତିରେ ପକ୍ଷୀଗଣନା ହୋଇଥାଏ ା ପ୍ରଥମ ପଦ୍ଧତି ହେଲା ଏକକ ପଦ୍ଧତି। ଏଥିରେ ଚିଲିକା ମଧ୍ୟରେ ଯେଉଁଠି ସ୍ବଳ୍ପସଂଖ୍ୟକ ପକ୍ଷୀ ଦୃଷ୍ଟିଗୋଚର ହୋଇଥାଆନ୍ତି ସେଠାରେ ୧, ୨, ୩ କ୍ରମ ଅନୁଯାୟୀ ପକ୍ଷୀ ସଂଖ୍ୟା ଏବଂ ପ୍ରଜାତି ଗଣନା ହୁଏ ା ଦ୍ୱିତୀୟ ପଦ୍ଧତି ହେଲା ବ୍ଲକ୍‌ ପଦ୍ଧତି ା ଏହି ପଦ୍ଧତିରେ ଯେଉଁଠି ପକ୍ଷୀଙ୍କୁ ଗଣି ହୁଏନାହିଁ ଏବଂ ଅସଂଖ୍ୟ ସଂଖ୍ୟାରେ ସମାଗମ ଥାଆନ୍ତି, ସେଠାରେ ବାଇନାକୁଲାର ପରିଧି ମଧ୍ୟରେ ଦୃଷ୍ଟି ଗୋଚର ହେଉଥିବା ପକ୍ଷୀଙ୍କୁ ନେଇ ଗୋଟିଏ ଗୋଟିଏ ବ୍ଲକ୍‌ ତିଆରି କରାଯାଏ। ଏହିପରି ଏକାଧିକ ବ୍ଲକ୍‌ କରି ଜିପିଏସ୍‌ ମାଧ୍ୟମରେ ପକ୍ଷୀଙ୍କ ପ୍ରଜାତି ଏବଂ ସଂଖ୍ୟା ସମଷ୍ଟୀକରଣ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri