ଲୋକଙ୍କୁ ସାମିଲ ପାଇଁ ବିଏମ୍‌ସିର ପ୍ରୟାସ

ଭୁବନେଶ୍ୱର, ୪।୧ (ବ୍ୟୁରୋ): ବିଶ୍ୱକପ୍‌ ହକି ପାଇଁ ତତ୍ପରତା ପ୍ରକାଶ କରୁଛି ବିଏମ୍‌ସି। ଜାନୁୟାରୀ ୧୩ରେ ଏହା ଆରମ୍ଭ ହେବାକୁ ଥିବାବେଳେ ଆଉ ମାତ୍ର ୯ଦିନ ବାକି ରହିଛି। ଇତିମଧ୍ୟରେ ପୂରା ସହରର ରୂପରେଖ ବଦଳାଇବା ସହିତ ଜନସାଧାରଣଙ୍କୁ ହକିରେ ଅନ୍ତର୍ଭୁକ୍ତ କରିବା ପାଇଁ ଜୋର୍‌ଦାର ପ୍ରୟାସ କରୁଛି ବିଏମ୍‌ସି। ସହରର ଗଳିକନ୍ଦିରେ କିଭଳି ହକି ମାନିଆ ସୃଷ୍ଟି ହେବ ସେନେଇ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବିଏମ୍‌ସି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରର ସମସ୍ତ ମଲ, ବଡ ବଡ ରେଷ୍ଟୁରାଣ୍ଟରେ ହକି ସମ୍ପର୍କିତ ବ୍ୟାନର ଲଗାଇବା, ସେଲ୍‌ଫି ପଏଣ୍ଟ କରିବା ଆଦି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହାବାଦ୍‌ ବିଭିନ୍ନ ଆପାର୍ଟମେଣ୍ଟ, କଲୋନୀ ଅଞ୍ଚଳକୁ ଆଲୋକୀକରଣ କରିବା, ହକି ସଂକ୍ରାନ୍ତ ସ୍ଲୋଗାନ, ବ୍ୟାନର ଲଗାଇବାକୁ ଲୋକଙ୍କୁ ସଚେତନ କରାଯିବ। କର୍ପୋରେଟରମାନେ ବୁଲି ବୁଲି ଏନେଇ ଲୋକଙ୍କୁ ବୁଝାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ କଲୋନୀ ଏବଂ ଆପାର୍ଟମେଣ୍ଟବାସୀଙ୍କୁ ଏଥିପାଇଁ ନିଜେ ଖର୍ଚ୍ଚ କରିବାକୁ ପଡ଼ିବ। ନିଜ ନିଜ ଅଞ୍ଚଳରେ ସୌନ୍ଦର୍ଯ୍ୟକରଣ କରି ତାହାକୁ ଫେସ୍‌ବୁକ୍‌, ଟୁଇଟର ସାହାଯ୍ୟରେ ଅପଲୋଡ୍‌ କରିବେ। ଏହାବାଦ୍‌ ଆପାର୍ଟମେଣ୍ଟ ଏବଂ କଲୋନୀ ବାସିନ୍ଦାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହେବ। ମହିଳା ଓ ପିଲାଙ୍କ ମଧ୍ୟରେ ଚିିତ୍ରାଙ୍କନ, ମ୍ୟୁଜିକ୍‌ ଚେୟାର, ଷ୍ଟୋରୀ ଟେଲିଂ, ନୃତ୍ୟ, ଗୀତ ଆଦି ବିଭିନ୍ନ ପ୍ରତିଯୋଗିତା କରାଯିବ। ଏହାଦ୍ୱାରା ଲୋକମାନେ ହକିରେ ଅଧିକ ଜଡ଼ିତ ହୋଇପାରିବେ। ସେହିପରି ଓ୍ବାର୍ଡ ବାସିନ୍ଦାଙ୍କୁ ନେଇ ସାଇକ୍ଲୋଥନ୍‌, ମାରାଥନ୍‌ ଆଦି କରାଯିବାକୁ ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂହ ନିର୍ଦ୍ଦେଶ ଦେଇଥିଲେ। ବସ୍ତି, ଏସ୍‌ଏଚ୍‌ଜି ସଙ୍ଗଠନ ପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ସହରର ମୁଖ୍ୟ ରାସ୍ତାଗୁଡିକୁ ପେଣ୍ଟିଂ ଏବଂ ସୌନ୍ଦର୍ଯ୍ୟକରଣ କରାଯାଉଛି। ଅପରପକ୍ଷେ ସହରର ସମସ୍ତ ବିଦ୍ୟାଳୟରେ ଶପଥ ଗ୍ରହଣ ଉତ୍ସବ କରାଯିବ। ଘରେ କିମ୍ବା ନିଜ ଆଖପାଖରେ ଅଳିଆ ପକାଇବେ ନାହିଁ କିମ୍ବା ପକାଇବାକୁ ଦେବେନାହିଁ ବୋଲି ଏଥିରେ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଶିକ୍ଷୟିତ୍ରୀ ଶିକ୍ଷକଙ୍କ ପର୍ଯ୍ୟନ୍ତ ସମସ୍ତେ ଶପଥ ନେବେ। ବିଭିନ୍ନ ଓ୍ବାର୍ଡରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବ। କେବଳ ହକି ପାଇଁ ନୁହେଁ ବରଂ ଏହାପରେ ବି ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ଦିଆଯାଇଛି। ଏହାବାଦ୍‌ ବିଏମ୍‌ସି ପକ୍ଷରୁ ବିଭିନ୍ନ ଓ୍ବାର୍ଡରେ ଛୋଟ ଛୋଟ ଷ୍ଟଲ କରାଯିବ। ସେଠାରେ କିଛି ଲୋକ ନିୟୋଜିତ ରହିବେ। ଛୋଟପିଲା ବା ଅନ୍ୟ କେହି ସେଠାକୁ ଯାଇ ତ୍ରିରଙ୍ଗା, ହକିର ଷ୍ଟିକର ବା ଟାଟୁ କରି ପାରିବେ। ସେହିପରି ସବୁଠାରୁ ଭଲ ପ୍ରଦର୍ଶନ କରିଥିବା ଓ୍ବାର୍ଡକୁ ବେଷ୍ଟ ଓ୍ବାର୍ଡ ଭାବେ ପୁରସ୍କୃତ କରାଯିବ ବୋଲି ସୂଚନା ଦିଆଯାଇଛି। ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, କମିଶନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ସୂର୍ଯ୍ୟବଂଶୀ ମୟୁର ବିକାଶ ଏବଂ ସମସ୍ତ ଓ୍ବାର୍ଡର କର୍ପୋରେଟର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ବିନ୍‌ ସିଟିରେ ମେଘୁଆ ପାଗ ସହ ହାଲୁକା ବର୍ଷା, ୬ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି

ଭୁବନେଶ୍ୱର, ୭।୫: ରାଜ୍ୟରେ ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା। ଆଜି ସକାଳେ ଟ୍ବିନ୍‌ ସିଟିରେ ଆକାଶ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇଛି। ରାଜ୍ୟରେ...

ଅଧଘଣ୍ଟାରେ ଅଧା ରାଜଧାନୀ ପ୍ରଭାବିତ

ଭୁବନେଶ୍ୱର, ୭।୫ (ବନ୍ଦନା ସେଠୀ):ରାଜଧାନୀ ଭୁବନେଶ୍ୱରରେ ସୋମବାର କାଳବୈଶାଖୀ ତାଣ୍ଡବ ରଚିଛି। ଅଧଘଣ୍ଟାର ଝଡ଼ତୋଫାନ ସହ ବର୍ଷାରେ ଅଧା ରାଜଧାନୀ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ...

ଭାଜପା ବିରୋଧରେ ପ୍ରଚାର କରିବେ ଉଜ୍ଜଳା ଦିଦି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା):ରାଜ୍ୟର ଉଜ୍ଜଳା ଦିଦିମାନେ ବିଭିନ୍ନ ଦାବି ନେଇ ସୋମବାର ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣା ଦେଇଥିଲେ। ସେମାନଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ଅଣଦେଖା...

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ:୧୫ରେ ଯାଞ୍ଚ, ଜୁନ୍‌ ୧ରେ ଭୋଟ

ଭୁବନେଶ୍ୱର,୭।୫(ଅନିଲ ଦାସ):ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ହେବାକୁ ଥିବା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଲୋକ ସଭା ଏବଂ ୪୨...

୪୮ ପ୍ରାର୍ଥୀଙ୍କ ନାମରେ ଜଘନ୍ୟ ଆପରାଧିକ ମାମଲା

ଭୁବନେଶ୍ୱର,୭ା୫(ଅନିଲଦାସ):ରାଜ୍ୟରେ ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ମୋଟ ୨୪୩ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ...

ସମୀର ଦାଶଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୬।୫: ଟିକେଟ୍‌ କାଟିବା ପରେ ନିମାପଡା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ...

୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ଅପରାଧିକ ମାମଲା, ସବୁଠାରୁ ଏହି ପ୍ରାର୍ଥୀଙ୍କ ନାଁରେ ରହିଛି ଅଧିକ

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ...

ସବୁଠାରୁ ଗରିବ ପ୍ରାର୍ଥୀ, ପାଖରେ ଅଛି ଏତିକି ଟଙ୍କା, ଏଡିଆର ରିପୋର୍ଟରେ ଖୁଲାସା

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri