ନୂତନ କୀର୍ତ୍ତିମାନ ସ୍ଥାପନ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର, ୨୬ା୧୨(ବ୍ୟୁରୋ):ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେଡି ରୌପ୍ୟ ଜୟନ୍ତୀରୁ ବିଗୁଲ ଫୁଙ୍କିଛି। ୨୦୨୪ ନିର୍ବାଚନରେ ବିଜୟଲାଭ କରି ବିଜେଡି ସମଗ୍ର ଦେଶରେ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟରେ ବିଜେଡି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି। ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଉଥିବା ମହିଳାମାନଙ୍କୁ ଅଧିକରୁ ଅଧିକ ସାମିଲ ସହ ବିଭିନ୍ନ ବର୍ଗର ଯୁବଗୋଷ୍ଠୀଙ୍କୁ ସାମିଲ କରି ଦଳକୁ ଆହୁରି ମଜଭୁତ ଲାଗି ବିଜେଡି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ସୋମବାର ପୁରୀ ତାଳବଣିଆଠାରେ ଅନୁଷ୍ଠିତ ବିଜେଡିର ୨୫ବର୍ଷ ପୂର୍ତ୍ତି ଦିବସରେ ଏହାର ଝଲକ ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନକୁ ବଖାଣିବା ସହ ଲୋକଙ୍କ ସେବା ପାଇଁ ସଙ୍କଳ୍ପ ନେବାକୁ ଦଳୀୟ ନେତା ଓ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦଳର ବିଭିନ୍ନ ନେତା ଅଭିଭାଷଣ ରଖିଥିଲେ। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହାକୁ ପରିଚାଳନା କରିଥିଲେ। ଏହି ସମାରୋହରେ ପ୍ରାରମ୍ଭିକ ସୂଚନା ଦେଇ ପ୍ରଣବ କହିଥିଲେ, ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ବପ୍ନର ଓଡ଼ିଶା ଗଢ଼ିବା ପାଇଁ ୧୯୯୭ ଆଜିର ଦିନରେ ବିଜୁ ଜନତା ଦଳ (ବିଜେଡି)ଗଠନ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଅର୍ଥନୈତିକ ଅଭିବୃଦ୍ଧିଠୁ ନେଇ କୃଷି, ଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ, କଳା, ସଂସ୍କୃତି, ଭାଷାର ସୁରକ୍ଷା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ସଫଳତାର ଶିଖର ଛୁଇଁଛି। ବିଜେଡି ଆଜି ସାଢ଼େ ୪ କୋଟି ଓଡ଼ିଆଙ୍କ ସୁଖଦୁଃଖର ସାଥୀ ପାଲଟିଥିବାବେଳେ ପ୍ରିୟ ମୁଖ୍ୟମନ୍ତ୍ରୀ ସେମାନଙ୍କ ହୃଦୟରେ ସ୍ଥାନ ପାଇଛନ୍ତି ଏବଂ ଓଡ଼ିଶା ବିଶ୍ବ ମାନଚିତ୍ରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଲୋକଙ୍କ ସେବା ନିମନ୍ତେ ଦଳ ତିଆରି ହୋଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ଲୋକମାନଙ୍କୁ ମାଗଣାରେ ଚିକିତ୍ସା ସୁବିଧା ମିଳିପାରୁଛି। ମିଶନ ଶକ୍ତି ମହିଳାମାନଙ୍କୁ ସଶକ୍ତ କରି ପାରିଛି।
ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଆଜି ହେଉଛି ଆତ୍ମସମୀକ୍ଷା ଓ ସଂକଳ୍ପର ଦିବସ। ସେହିପରି ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର କହିଲେ, ସେଦିନ ବିଜୁବାବୁଙ୍କ ଅବର୍ତ୍ତମାନରେ ଓଡ଼ିଶାରେ ଯେଉଁ ରାଜନୈତିକ ଶୂନ୍ୟତା ସୃଷ୍ଟି ହୋଇଥିଲା, ସମୟର ଆହ୍ବାନରେ ନବୀନବାବୁ ତାଙ୍କ ବଳିଷ୍ଠ ନେତୃତ୍ୱ ମାଧ୍ୟମରେ ତାହା ପୂରଣ କରିଛନ୍ତି। ଓଡ଼ିଶାବାସୀ ତାଙ୍କୁ ବାରମ୍ବାର ଜିତାଇ ତାଙ୍କ ପ୍ରିୟ ନେତାଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି। ତେଣୁ ୨୫ ବର୍ଷର ଏହି ସଫଳତାର ଯାତ୍ରାକୁ ବଜାୟ ରଖି ନବୀନବାବୁଙ୍କ ନେତୃତ୍ୱରେ ବିକାଶ ଓ ସମୃଦ୍ଧିର ନୂଆ ଇତିହାସ ଲେଖିବାକୁ ସେ ଆହ୍ବାନ ଦେଇଥିଲେ।
ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ, ୧୯୯୨ ମସିହାରେ ପ୍ରଥମେ ବିଜୁବାବୁ ପଞ୍ଚାୟତ ସ୍ତରରେ ୩୩% ଆସନ ସଂରକ୍ଷଣ କରି ମହିଳାମାନଙ୍କୁ ରାଜନୀତିରେ ନେତୃତ୍ୱ ନେବା ଲାଗି ସୁଯୋଗ ଦେଇଥିଲେ। ନବୀନବାବୁ ଏହି ଧାରାକୁ ଆଗକୁ ନେଇ ୫୦% ଆସନରେ ମହିଳାଙ୍କୁ ସୁଯୋଗ ଦେଇଛନ୍ତି। କେବଳ ସେତିକି ନୁହେଁ, ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମା’ମାନଙ୍କୁ ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ଯୋଗାଇ ଦେଇଛନ୍ତି। ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ନବୀନବାବୁଙ୍କ ପ୍ରଶଂସା କରି କହିଲେ ମୁଁ ତାଙ୍କଠାରୁ ଗୋଟିଏ କଥା ଶିଖିଛି, ତାହା ହେଲା- ‘କଥା କମ୍‌, କାମ ବେଶି।’ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ପଣ୍ଡା, ପ୍ରତାପ କେଶରୀ ଦେବ, ନିରଞ୍ଜନ ପୂଜାରୀ, ଅତନୁ ସବ୍ୟସାଚୀ ନାୟକ, ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ୍‌ ପାତ୍ର, ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ, ବରିଷ୍ଠ ନେତା ସୁଦାମ ମାରାଣ୍ଡି, ଅରୁଣ ସାହୁ, ପଦ୍ମନାଭ ବେହେରା, ପ୍ରତାପ ଜେନା, ପ୍ରସନ୍ନ ପାଟ୍ଟଶାଣୀ,ରମେଶ ମାଝୀଙ୍କ ସମେତ ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପୁରୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହେଶ୍ବର ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ ଓ ରାଜ୍ୟ ସଭା ସଦସ୍ୟ ମୁନ୍ନା ଖାଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାବେଶକୁ ଆକାଶ ଦାସ ନାୟକ ଓ ଶ୍ରୀମୟୀ ମିଶ୍ର ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏକତରଫା ପ୍ରେମର ଭୟଙ୍କର ପରିଣତି, ସ୍ତ୍ରୀଙ୍କୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କଲେ ସ୍ୱାମୀ

ଭୁବନେଶ୍ୱର,୫।୫: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ପ୍ରେମରେ ବିଫଳ ହେବାରୁ, ଗାଡ଼ି ଚଢାଇ ହତ୍ୟା ଯୋଜନା କଲା ଅଭିଯୁକ୍ତ। ସ୍ତ୍ରୀକୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ...

ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ…

ଭୁବନେଶ୍ୱର,୫।୫: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ୪ଟି ଜିଲାର ୩ ଲୋକ ସଭା ଆସନରେ ମାରାଥନ ପ୍ରଚାର କରିଛନ୍ତି।...

ଘରୁ ମତଦାନ କରିବେ ବରିଷ୍ଠ ମତଦାତା

ଭୁବନେଶ୍ୱର,୫ା୫(ଅନିଲ ଦାସ): ପ୍ରତିଟି ଭୋଟ ମୂଲ୍ୟବାନ। ଭାରତୀୟ ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ପ୍ରତି ଭୋଟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଯେଉଁ ମତଦାତାମାନେ ମତଦାନ କେନ୍ଦ୍ରକୁ...

‘ସର୍ଭେ ନାମରେ ହିତାଧିକାରୀ ଆଧାରିତ ଯୋଜନା ବନ୍ଦ କର’

ଭୁବନେଶ୍ୱର,୫ା୫(ଅନିଲ ଦାସ): ଚଳିତ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ବଚ୍ଛ କରିବା ପାଇଁ ଭାରତ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧିର...

ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri