Posted inଜାତୀୟ

କଂଗ୍ରେସ ପାଇଁ ପରୀକ୍ଷା

ଗୁଆହାଟୀ,୧୬।୧୨:ଉତ୍ତରପୂର୍ବାଞ୍ଚଳର ୩ ରାଜ୍ୟ ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଫେରିବାକୁ ହେଲେ ବହୁତ କିଛି କରିବାକୁ ପଡ଼ିବ। ଏକଦା ଏହି ଦଳ ସମଗ୍ର ଉତ୍ତରପୂର୍ବାଞ୍ଚଳରେ କ୍ଷମତାରେ ଥିଲା। ୨୦୧୪ରେ ଭାଜପା କ୍ଷମତାକୁ ଆସିବା ପରେ କଂଗ୍ରେସ ହାତରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଖସିବା ଆରମ୍ଭ ହୋଇଥିଲା। ଫେବୃୟାରୀରେ ଉପରୋକ୍ତ ୩ ରାଜ୍ୟରେ ଏକସଙ୍ଗେ ବିଧାନସଭା ନିର୍ବାଚନ ହେବା ଆଶା କରାଯାଉଛି। ତେବେ କୌଣସି ରାଜ୍ୟରେ କଂଗ୍ରେସ କ୍ଷମତା ଦୌଡ଼ରେ ନାହିଁ ଏବଂ ଅଧିକାଂଶ ନେତା ଦଳ ଛାଡ଼ି ଶାସକ ଦଳ କିମ୍ବା ଅନ୍ୟ ଦଳରେ ସାମିଲ ହୋଇଛନ୍ତି।
ନାଗାଲାଣ୍ଡରେ କଂଗ୍ରେସର ଆଦୌ ବିଧାୟକ ନ ଥିବାବେଳେ ତ୍ରିପୁରା ଓ ମେଘାଳୟରେ ଜଣେ ଲେଖାଏ ବିଧାୟକ ରହିଛନ୍ତି। ଚଳିତ ବର୍ଷ ଆରମ୍ଭରେ ମେଘାଳୟର ୫ କଂଗ୍ରେସ ବିଧାୟେକ କନ୍‌ରାଡ ସାଙ୍ଗମା ସରକାରଙ୍କ ଆଡ଼କୁ ଢଳୁଥିବା ଜଣାପଡ଼ିବା ପରେ ଦଳ ତାଙ୍କୁ ନିଲମ୍ବନ କରିଥିଲା। ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ମଧ୍ୟ ସେଠାରେ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି) ନେତୃତ୍ୱରେ ସରକାର ଗଢ଼ାଯାଇଥିଲା। ଗତବର୍ଷ ନଭେମ୍ବରରେ ୧୭ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମାଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ଫଳରେ ମମତା ବାନାର୍ଜୀଙ୍କ ଦଳ ସେଠାରେ ମୁଖ୍ୟ ବିରୋଧୀ ଦଳ ହୋଇଥିଲା।
ସେହିପରି ତ୍ରିପୁରା ବିଧାନସଭାରେ ସୁଦୀପ ରାୟ ବର୍ମନ ଏକମାତ୍ର କଂଗ୍ରେସ ବିଧାୟକ। ସେ ପୂର୍ବ ନିର୍ବାଚନରେ ଭାଜପା ଟିକେଟରେ ବିଜୟୀ ହୋଇ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଧାନସଭାରୁ ଇସ୍ତଫା ଦେଇଥିଲେ ଏବଂ ଉପନିର୍ବାଚନରେ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ। ସେହିପରି ନାଗାଲାଣ୍ଡ ବିଧାନସଭା ୨୦୧୮ରୁ କଂଗ୍ରେସ ଶୂନ୍ୟ ରହିଛି। ସେଠାରେ ଭାଜପା, ନ୍ୟାଶନାଲ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି ଏବଂ ନାଗା ପିପୁଲ୍ସ ଫ୍ରଣ୍ଟର ମେଣ୍ଟ ସରକାର ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri