ସ୍କୁଲ ବାରଣ୍ଡାରେ ପାଠପଢ଼ା

ଯୋଡ଼ା,୭।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅଧୀନ କାଳିଆବେଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ର ବିପଦସଙ୍କୁଳ ଅବସ୍ଥାରେ ବାରଣ୍ଡାରେ ପାଠ ପଢ଼ୁଛନ୍ତି। ସ୍କୁଲ ଛାତ ଫାଟି ଅଁା କରିଛି। କେତେବେଳେ ଗଳି ପଡ଼ିବ,ଏନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଛାତ୍ରୀଛାତ୍ର।
ବ୍ଲକ ଆଦର୍ଶ ବିଦ୍ୟାଳୟକୁ ଲାଗି ରହିଥିବା ଏହି ବିଦ୍ୟାଳୟ ୧୯୯୯ରୁ ଆରମ୍ଭ ହୋଇଥିଲା। ୨୩ ବର୍ଷ ମଧ୍ୟରେ ଏହାର ମରାମତି ହୋଇଥିବା ପରିଲକ୍ଷିତ ହେଉନାହିଁ। ୨ଜଣ ଶିକ୍ଷକଙ୍କୁ ନେଇ ପାଠପଢ଼ା ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛି ଏହି ବିଦ୍ୟାଳୟ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୦ ଝିଅ ଓ ୨୫ ଜଣ ପୁଅଙ୍କୁ ମିଶାଇ ମୋଟ ୫୫ ଛାତ୍ରୀଛାତ୍ର ଏଠାରେ ପାଠ ପଢ଼ୁଛନ୍ତି। ସ୍କୁଲରେ ଦୁଇଟି କ୍ଲାସ ରୁମ୍‌ ରହିଛି। ତେବେ ଏହି ଦୁଇ କ୍ଲାସ ରୁମ୍‌ର ଛାତରୁ ସିମେଣ୍ଟ ଖଣ୍ଡ ଖସୁଥିବା ବେଳେ ଗୋଟିଏ କ୍ଲାସରୁମ୍‌ ଛାତ ବିପଦ ସଙ୍କୁଳ ହୋଇପଡ଼ିଛି। ଫଳରେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଧାନ ଶିକ୍ଷୟିତ୍ରୀ ଉକ୍ତ କ୍ଲାସ ରୁମ୍‌କୁ ତାଲା ବନ୍ଦ କରି ରଖିଛନ୍ତି। ଗତ କିଛି ଦିନ ପୂର୍ବେ ପିଲାମାନେ କ୍ଲାସରୁମ୍‌ରେ ପାଠ ପଢୁଥିବା ଅବସ୍ଥାରେ ଛାତରୁ ସିମେଣ୍ଟ ଖଣ୍ଡ ଖସିଥିଲା। ସୌଭାଗ୍ୟ ବଶତଃ ଏଥିରେ କାହାର କିଛି କ୍ଷତି ହୋଇ ନ ଥିଲା। ଫଳରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ବାରଣ୍ଡାରେ ବସାଇ ପାଠପଢ଼ା ଯାଉଛି। ଏହାସହିତ ଛାତ କାନ୍ଥଫାଟି ଲୁହାଛଡ଼ ଦେଖାଯାଉଛି। ବର୍ଷାଦିନେ ଛାତରୁ ପାଣି ଗଳି କ୍ଲାସରେ ପାଣି ଜମି ରହୁଛି। ନିମ୍ନମାନର ନିର୍ମାଣ କାରଣରୁ ଦୁଇଟି କ୍ଲାସରୁମରେ ଛାତ ଫାଟି ଅଁା କରିଥିବାବେଳେ ବାରଣ୍ଡା ଛାତରୁ ମଧ୍ୟ ସିମେଣ୍ଟ ଖଣ୍ଡ ଖସୁଥିବା ପରିଲକ୍ଷିତ ହେଉଛି। ବାରଣ୍ଡା ଉପର ଛାତରୁ ମଧ୍ୟ ସିମେଣ୍ଟ ଖଣ୍ଡ ଖସିଥିବା ଓ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ପ୍ରଧାନ ଏଥିରୁ ଅଳ୍ପକେ ବର୍ତ୍ତିଯାଇଥିବା କହିଛନ୍ତି। ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ସ୍କୁଲକୁ ନିଜ ପିଲାଙ୍କୁ ଛାଡ଼ିବାକୁ ଅଭିଭାବକମାନେ ଅନିଚ୍ଛା ପ୍ରକାଶ କରୁଥିବା ଜଣାପଡ଼ିଛି। ସ୍ଥାନୀୟ ନିର୍ବାଚିତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି ଓ ଶିକ୍ଷକ ଗୋଷ୍ଠୀ ବାରମ୍ବାର ଏ ନେଇ ଯୋଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କୌଣସି ପ୍ରତିକାର ହେଉ ନ ଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ କୌଣସି ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିବେ ବୋଲି ଅବିଭାବକମାନେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କୁ ପଚାରିବାରୁ ଅଗ୍ରାଧିକାର ଭିତ୍ତିରେ ଉକ୍ତ ବିଦ୍ୟାଳୟର ମରାମତି କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri