ସମ୍ପୂର୍ଣ୍ଣ ୟୁରୋପରେ ଥିବା ୟୁକ୍ରେନ ଦୂତାବାସକୁ ପଠାଯାଉଛି ରକ୍ତାକ୍ତ ପ୍ୟାକେଟ, ଚିଠି ସହ ମିଳୁଛି ପ୍ରାଣୀଙ୍କ ଆଖି

କ୍ୱିଭ,୩ ।୧୨: ରୁଷିଆ-ୟୁକ୍ରେନ୍ ମଧ୍ୟରେ ପ୍ରାୟ ୧୦ ମାସ ହେବ ଯୁଦ୍ଧ ଲାଗି ରହିଛି । ଏଥିରେ ଉଭୟ ଦେଶର ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଥିଲେ ବି କେହି ପଛକୁ ହଟିବାକୁ ଚାହୁଁ ନାହାନ୍ତି । ରୁଷିଆ ଆକ୍ରମଣରେ ୟୁକ୍ରେନର ଚମକୁଥିବା ସହ ଏବେ ଧ୍ୱଂସ ସ୍ତୁପରେ ପରିଣତ ହୋଇ ସାରିଛି । ଏହା ପରେ ବି ଉଭୟ ଦେଶ ହାର ମାନିବାକୁ ଅରାଜି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏତେ ଛୋଟ ଦେଶ ହୋଇ ମଧ୍ୟ ୟୁକ୍ରେନ୍ ମୁଣ୍ଡ ନୁଆଁଇବାକୁ ରାଜି ନୁହେଁ । ଏହାରି ଭିତରେ ସମ୍ପୂର୍ଣ୍ଣ ୟୁରୋପରେ ଥିବା ୟୁକ୍ରେନ ଦୂତାବାସକୁ ଟାର୍ଗେଟ କରିଛି ରୁଷିଆ ।
ସ୍ପେନ ସହ ସମ୍ପୂର୍ଣ୍ଣ ୟୁରୋପରେ ଥିବା ୟୁକେନ୍ ଦୂତାବାସକୁ ପଶୁପକ୍ଷୀ ‘ରକ୍ତାକ୍ତ ପ୍ୟାକେଟ ଏବଂ ଲେଟର ବୋମା । ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ଉକ୍ତ ରକ୍ତାକ୍ତ ପ୍ୟାକେଟକୁ ଏକ ଭୟଭୀତ ଓ ସୁଚିନ୍ତିତ ଆତଙ୍କବାଦୀ ଅଭିଯାନ ବୋଲି ବର୍ଣ୍ଣନା କରିଛନ୍ତି । ୱାଶିଂଟନ ପୋଷ୍ଟର ସୂଚନା ଅନୁଯାୟ, ଏହି ଘଟଣା ପଛରେ ରୁଷିଆର ଷଡଯନ୍ତ୍ର ଥାଇପାରେ ବୋଲି ଅନୁମାନ କରାଯାଉଛି ।
ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି, ନେଦଲ୍ୟାଣ୍ଡସ, ପୋଲାଣ୍ଡ, କ୍ରୋଏସିଆ, ଇଟାଲୀ ଓ ଅଷ୍ଟ୍ରେଲିଆର ଦୂତାବାସ ସହ ଚେକ ଗଣରାଜ୍ୟର ନେପ୍ଲସ ଓ ବ୍ରାନୋ ସ୍ଥିତ ୟୁକ୍ରେନର ବାଣିଜ୍ୟ ଦୂତାବାସରେ ଏହି ରକ୍ତାକ୍ତ ପ୍ୟାକେଟ ମିଳିଛି । ରୋମରେ ଥିବା ୟୁକ୍ରେନ ଅଧିକାରୀ ୟେଭେଗେନିଆ ଭୋଲୋଶେଙ୍କୋ କହିଛନ୍ତି ଯେ ତାଙ୍କ ଦୂତାବାସରେ ପ୍ରାପ୍ତ ଏକ ପାର୍ସଲ ମଧ୍ୟରେ ମାଛର ଆଖି ରହିଛି । ଚେକ ପୋଲିସ କହିଛି ଏଠାରେ ଥିବା ୟୁକ୍ରେନର ବାଣିଜ୍ୟ ଦୂତାବାସରେ ମଳିଥିବା ଲଫାପାରେ ପ୍ରାଣୀଙ୍କ ଟିସୁ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri