Posted inଜାତୀୟ

ହିନ୍ଦୀକୁ ବିରୋଧକରି ବୃଦ୍ଧଙ୍କ ଆତ୍ମାହୁତି

ସାଲେମ,୨୭।୧୧: ତାମିଲନାଡୁରେ ହିନ୍ଦୀ ଭାଷାକୁ ଜବରଦସ୍ତ ଲଦିଦେବା ଲାଗି କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ବିରୋଧ କରି ସାଲେମ ଜିଲାର ଜଣେ ୮୫ ବର୍ଷୀୟ ବ୍ୟକ୍ତି ଆତ୍ମାହୁତି ଦେଇଛନ୍ତି। ମୃତକ ଜଣକ ମେଟ୍ଟୁର ନିକଟ ଥାଲାଇୟୁର ଗ୍ରାମର ଥାଙ୍ଗାଭେଲ୍‌। ସେ ପୂର୍ବରୁ ଡିଏମ୍‌କେ କୃଷକ ମୋର୍ଚ୍ଚାର କେନ୍ଦ୍ରୀୟ ସଂଗଠକ ଭାବେ କାର୍ଯ୍ୟ କରୁଥିଲେ। କିଛିବର୍ଷ ହେଲା ସେ ସକ୍ରିୟ ରାଜନୀତିରୁ ଓହରିଯାଇଥିଲେ। ଶନିବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଥାଙ୍ଗାଭେଲ୍‌ ଥାଲାଇୟୁରସ୍ଥିତ ଡିଏମ୍‌କେ କାର୍ଯ୍ୟାଳୟ ନିକଟରେ ପହଞ୍ଚତ୍ଥିଲେ। ସେ ପାର୍ଟି ଅଫିସ୍‌ ଆଗରେ ଏକ ବ୍ୟାନର ଲଗାଇଥିଲେ, ଯେଉଁଥିରେ ଲେଖାଥିଲା ତାମିଲ ଭାଷାଭାଷୀ ରାଜ୍ୟରେ ନରେନ୍ଦ୍ର ମୋଦି ସରକାର ହିନ୍ଦୀ ଭାଷାକୁ ଜବରଦସ୍ତ ଲଦିଦେବା ଉଚିତ ନୁହେଁ। ହିନ୍ଦୀରେ ପଢ଼ିବା ଦ୍ୱାରା ରାଜ୍ୟର ଛାତ୍ରୀଛାତ୍ରଙ୍କ ପାଠପଢ଼ା ପ୍ରଭାବିତ ହେବ। ହିନ୍ଦୀରୁ ଆମକୁ ମୁକ୍ତି ଦିଅ ବୋଲି ସେଥିରେ ୩ ଥର ଲେଖାଯାଇଥିଲା। ଏହା ପରେ ସେ ଦେହରେ କିରୋସିନ୍‌ ଢାଳି ନିଆଁ ଲଗାଇଦେଇଥିଲେ ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତାମିଲନାଡ଼ୁ ଶ୍ରମ କଲ୍ୟାଣ ମନ୍ତ୍ରୀ ସି.ଭି. ଗଣେଶନ ଓ ଅନ୍ୟ ଦଳୀୟ ନେତାମାନେ ଘଟଣାସ୍ଥଳରେ ପହଞ୍ଚତ୍ ଥାଙ୍ଗାଭେଲ୍‌ଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।
ପୂର୍ବତନ ଡିଏମ୍‌କେ ନେତାଙ୍କ ଆତ୍ମଦାହ ପରେ ତାମିଲନାଡୁରେ ହିନ୍ଦୀକୁ ବିରୋଧ ଜୋର୍‌ ଧରିଛି। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ଦଳ ପକ୍ଷରୁ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ପୁଅ ତଥା ଡିଏମ୍‌କେ ଯୁବ ଶାଖାର ସମ୍ପାଦକ ଉଦୟନିଧି ଷ୍ଟାଲିନ୍‌ ଚେତାବନୀ ଦେଇଛନ୍ତି। ହିନ୍ଦୀକୁ ବିରୋଧ କରି ତାମିଲନାଡୁରେ ଗତ କିଛିମାସ ହେଲା ବ୍ୟାପକ ଆନ୍ଦୋଳନ ଜାରି ରହିଛି। କେନ୍ଦ୍ର ସରକାର ଯଦି ତାମିଲମାନଙ୍କ ଭାବାବେଗକୁ ଅଣଦେଖା କରନ୍ତି, ତେବେ ନୀରବ ବସିବେ ନାହିଁ ବୋଲି ଡିଏମ୍‌କେ କହିଛି। ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଆଇଆଇଟି ଓ ଅନ୍ୟ ଉଚ୍ଚତର ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନରେ ହିନ୍ଦୀକୁ ପାଠପଢ଼ାର ମାଧ୍ୟମ କରିବାକୁ ଏବଂ ଅନ୍ୟ ରାଜ୍ୟଗୁଡ଼ିକରେ ସ୍ଥାନୀୟ ଭାଷାରେ ପଢ଼ାଇବା ଲାଗି ସଂସଦୀୟ କମିଟି ସୁପାରିସ କରିବା ପରେ ଆନ୍ଦୋଳନ ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri