Posted inଜାତୀୟ

ପିଓକେ କେତେ ଦୂର

ନୂଆଦିଲ୍ଲୀ/ଶ୍ରୀନଗର,୨୭।୧୧: ଗତ ଅକ୍ଟୋବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତ-ଚାଇନା ସୀମାନ୍ତ ପୂର୍ବ ଲଦାଖ ଗସ୍ତ କରି ସ୍ଥିତି ସମୀକ୍ଷା ପରେ ସଶସ୍ତ୍ର ବଳକୁ ସମ୍ବୋଧନ କରିଥିଲେ। ରାଜନାଥ କହିଥିଲେ, ପିଓକେକୁ ନେଇ ୧୯୯୪ ଫେବୃୟାରୀ ୨୨ରେ ଭାରତୀୟ ପାର୍ଲାମେଣ୍ଟରେ ସର୍ବସମ୍ମତି କ୍ରମେ ଗୃହୀତ ସଂକଳ୍ପନାମାକୁ କାର୍ଯ୍ୟକାରୀ କରାଯିବ। ବେଆଇନ ଭାବେ ଛଡ଼ାଇ ନିଆଯାଇଥିବା ଏହି ଭୂଖଣ୍ଡକୁ ଫେରାଇ ଆଣିବା ପାଇଁ ଭାରତର ଇଚ୍ଛାଶକ୍ତି ଓ ସାମର୍ଥ୍ୟ ରହିଛି। ଭାରତୀୟ ସେନାର ସାମର୍ଥ୍ୟକୁ ନେଇ କୌଣସି ସନ୍ଦେହ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ।
ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ବର୍ତ୍ତମାନ ଭଳି ଅଚଳାବସ୍ଥା ଓ ଅରାଜକତା ପୂର୍ବରୁ କେବେ ଦେଖାଯାଇ ନ ଥିଲା। ପ୍ରଶ୍ନ ଉଠୁଛି, ଏଭଳି ସ୍ଥିତିରେ ଭାରତୀୟ ସେନା ପିଓକେକୁ ଫେରାଇ ଆଣିବାର ଦୁଃସାହସିକତା ଦେଖାଇବ ନା ଆହୁରି ସୁବିଧାଜନକ ସ୍ଥିତିକୁ ଅପେକ୍ଷା କରିବ। ଯଦି ଭାରତୀୟ ସେନା ଏପରି କୌଣସି ଉଦ୍ୟମ କରେ ତେବେ ଗିଲ୍‌ଗିଟ୍‌ ବାଲ୍ଟିସ୍ତାନରେ ରୋଡ୍‌ ଆଣ୍ଡ ବେଲ୍ଟ ଇନିସିଏଟିଭ୍‌ର ବିସ୍ତାର ପାଇଁ ବହୁ କୋଟି ଡଲାର ଖର୍ଚ୍ଚ କରୁଥିବା ଚାଇନା ଏହାର ସବୁଦିନିଆ ବନ୍ଧୁ ପାକିସ୍ତାନ ସପକ୍ଷରେ ବାହାରିବ। ଫଳରେ ଭାରତକୁ ଏକକାଳୀନ ଦୁଇ ପଡ଼ୋଶୀ ପାକିସ୍ତାନ ଓ ଚାଇନା ବିରୋଧରେ ଲଢ଼ିବାକୁ ପଡ଼ିବ। ରୁଷିଆ ଖୋଲାଖୋଲି ଭାବେ ଭାରତ ସପକ୍ଷରେ ଆସିବ ନାହିଁ। ଆମେରିକା ଓ ବ୍ରିଟେନ ନକାରାମତ୍କ ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି। କାରଣ ସେମାନଙ୍କ ମତରେ ପିଓକେ ହେଉଛି ଦୁଇ ଦେଶ ମଧ୍ୟରେ ଥିବା ଏକ ବିବାଦୀୟ ଅଞ୍ଚଳ। ଆଲୋଚନା ଜରିଆରେ ଏହି ପ୍ରସଙ୍ଗର ସମାଧାନ ହେଉ ବୋଲି ଉଭୟ ରାଷ୍ଟ୍ର ଚାହାନ୍ତି। ତୃତୀୟରେ ‘କର ବା ମର’ ସ୍ଥିତିରେ ପଡ଼ିଥିବା ଜମ୍ମୁ-କଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା (ଏନ୍‌ସି) ଏବଂ ମେହବୁବା ମୁଫ୍‌ତି (ପିଡିପି) ଉପତ୍ୟକାର ମୁସଲମାନମାନଙ୍କୁ ଉସୁକାଇ ବଡ଼ ଧରଣର ବର୍ଜନ, ବିକ୍ଷୋଭ କରାଇପାରନ୍ତି। କଶ୍ମୀରୀ ପଣ୍ଡିତ ଓ ପ୍ରବାସୀ ଶ୍ରମିକମାନଙ୍କୁ ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ କେନ୍ଦ୍ରର ମୁଣ୍ଡବ୍ୟଥା ସାଜିଥିବାବେଳେ ଏଭଳି ନେତାଙ୍କ ଭୋଟବ୍ୟାଙ୍କ ରାଜନୀତି ମିଶନ ପିଓକେକୁ ପଥଚ୍ୟୁତ କରିପାରେ। ତେଣୁ ଭଲମନ୍ଦ ବିଚାର ନ କରି ପିଓକେକୁ ଫେରାଇ ଆଣିବା ଦିଗରେ କୌଣସି ଦୁଃସାହସିକ ପଦକ୍ଷେପ ନେବା ଭାରତ ପାଇଁ ବିପଜ୍ଜନକ ହୋଇପାରେ। କଶ୍ମୀର ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ। ଏକଥାକୁ ଅସ୍ବୀକାର କରିବା ବୁଦ୍ଧିମାନର ପରିଚୟ ନୁହେଁ।
କଶ୍ମୀର ଉପରେ ୟୁକ୍ରେନ୍‌ ଯୁଦ୍ଧର ପରୋକ୍ଷ ପ୍ରଭାବ ପଡ଼ିଛି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରିପେକ୍ଷୀରେ ମସ୍କୋକୁ ଖୋଲାଖୋଲି ସମାଲୋଚନା କରୁ ନ ଥିବା ଭାରତ ନିଜ ଜାତୀୟ ସ୍ବାର୍ଥ କଥା ଚିନ୍ତା କରୁଛି। କିନ୍ତୁ ଏହି ପ୍ରସଙ୍ଗରେ ଭାରତ ପ୍ରତି ତଥାକଥିତ ମୁକ୍ତ ବିଶ୍ୱର ଦୃଷ୍ଟିଭଙ୍ଗୀ ନକାରାମତ୍କ ରହିଛି। ଅରୁଣାଚଳ ପ୍ରଦେଶ ସୀମା ସଂଲଗ୍ନ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଆକ୍ରମଣ କଲେ ଭାରତକୁ ବଞ୍ଚାଇବା ପାଇଁ କିଏ ଆଗକୁ ଆସିବ? ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଭାରତକୁ ରୁଷିଆ ଶିବିର ଅନୁଗାମୀ ବୋଲି ବିବେଚନା କରୁଛନ୍ତି। ତେଣୁ ବିଶ୍ୱକୁ ବୁଝାଇବା ପାଇଁ ନୂଆଦିଲ୍ଲୀକୁ ଅତ୍ୟଧିକ ପରିଶ୍ରମ କରିବାକୁ ପଡ଼ିବ। ତାହା ପୁଣି ଏପରି ସମୟରେ ଯେତେବେଳେ କି ଚାଇନାର ୬୯ ବର୍ଷୀୟ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ କ୍ରମାଗତ ତୃତୀୟ ଥର ପାଇଁ ଶାସନ କ୍ଷମତା ହାତକୁ ନେଇ ସର୍ବଶକ୍ତିମାନ ନେତା ଭାବେ ଉଭା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri