ପୋଲିସ-ସାଲିଆସାହି ବାସିନ୍ଦା ମୁହଁାମୁହିଁ, ଉତ୍ତେଜନା

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ରାସ୍ତା ସମ୍ପ୍ରସାରଣ ପାଇଁ ବସ୍ତି ଉଚ୍ଛେଦକୁ ବିରୋଧ କରି ସାଲିଆସାହିରେ ଶୁକ୍ରବାରଠାରୁ ଉତ୍ତେଜନା ଲାଗି ରହିଛି। ସକାଳେ ବିଡିଏ ଓ ବିଏମ୍‌ସିର ମିଳିତ ଟିମ୍‌ ୧୧ ପ୍ଲାଟୁନ ପୋଲିସ ଫୋର୍ସ ଓ ଜେସିବି ସହ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ଏହା ଜାଣିବା ପରେ ବସ୍ତିର ହଜାର ହଜାର ପୁରୁଷ, ମହିଳା ଓ ପିଲା ବିରୋଧ ଆରମ୍ଭ କରିଥିଲେ। ଉଚ୍ଛେଦ ବଦଳରେ ସ୍ଥାୟୀ ପଟ୍ଟା ଦିଆଯାଉ ବୋଲି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାସ୍ତାରେ ଶୋଇ ବାଟ ଓଗାଳିବା ସହ ସ୍କ୍ବାଡ୍‌ ଓ ପୋଲିସ ଗାଡ଼ିକୁ ଛାଡ଼ି ନ ଥିଲେ। କେତେଜଣଙ୍କ ହାତରେ ଠେଙ୍ଗା, ବାଡ଼ି ମଧ୍ୟ ଦେଖିବାକୁ ମିଳିଥିଲା। ଫଳରେ ଦୀର୍ଘ ସମୟ ଧରି ପୋଲିସ ଓ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିବାରୁ ଉଚ୍ଛେଦ କାର୍ଯ୍ୟ ସେପରି ଆଗେଇପାରି ନ ଥିଲା। ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ବସ୍ତି ବାସିନ୍ଦାଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଶେଷରେ ମିଳିତ ଟିମ୍‌ କେବଳ ରାସ୍ତାପାର୍ଶ୍ୱର ଜଙ୍ଗଲିଆ ସ୍ଥାନକୁ ସଫା କରି ଫେରିଥିଲେ। ସାଲିଆସାହି ଦେଇ ରାସ୍ତା ନେବାକୁ ପ୍ରଶାସନ ଜିଦ୍‌ରେ ଥିବାବେଳେ ବସ୍ତିବାସିନ୍ଦା ନିଜ ଦାବିକୁ ନେଇ ଅଟଳ। ଶନିବାର ପୁଣି ଉଚ୍ଛେଦ ଉଦ୍ୟମ ହେଲେ ତୀବ୍ର ବିରୋଧ କରାଯିବା ସହ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ସାଲିଆସାହି ଆଞ୍ଚଳିକ କମିଟି ଚେତାବନୀ ଦେଇଛି।
ସିଆରପି ଛକରୁ ସାଲିଆସାହି ଦେଇ ଇନ୍‌ଫୋସିସ୍‌ ପର୍ଯ୍ୟନ୍ତ ୨୦୦ ଫୁଟିଆ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ୨୦୦୬ ଜଙ୍ଗଲ ଅଧିକାର ଆଇନ ଉଲ୍ଲଂଘନର ପ୍ରତିବାଦ ଓ ସାଲିଆସାହି ଦେଇ ରାସ୍ତା ଯିବାକୁ ବିରୋଧ କରୁଛନ୍ତି ଦୀର୍ଘବର୍ଷ ଧରି ରହୁଥିବା ସ୍ଥାନୀୟ ବାସିନ୍ଦା। ଜୟଦେବ ବିହାର ମୌଜା ଖାତା ନଂ. ୧୪୨୭ର ଜଙ୍ଗଲ କିସମ ଜମିରେ ଜଙ୍ଗଲ ଅଧିକାର କାର୍ଯ୍ୟକାରୀ କରିବା, ଜାଗା ମିଶନ ମାଧ୍ୟମରେ ୨୦ରୁ ୩୦ ଫୁଟର ଜମିପଟ୍ଟା ଦେବାକୁ ଦାବିକରି ସେମାନେ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଥିସହ ଏନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଯାଇଛି। ବିଏମ୍‌ସି କର୍ତ୍ତୃପକ୍ଷ ତାହାକୁ ଅଣଦେଖା କରି ବସ୍ତିରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି କମିଟି ସଦସ୍ୟ ସାଲ ମାରାଣ୍ଡି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଲୋକସେବା ଭବନ, ବିଧାନସଭା ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ, ଖର୍ଚ୍ଚ ହେବ ଏତିକି କୋଟି…

ଭୁବନେଶ୍ୱର,୧୨ା୧: ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗୋଟିଏ ସ୍ଥାନରେ...

ସାଲିଆସାହିରେ ପୁଣି ଦେଶୀମଦ କାରଖାନା ଠାବ: ପୋକ ସାଲୁବାଲୁ ଫଳରୁ ତିଆରି ହେଉଥିଲା ପୋଚ

ଭୁବନେଶ୍ୱର,୧୨ା୧(ତ୍ରିନାଥ ମହାନ୍ତି):ସାଲିଆସାହିରେ ଦେଶୀ ମଦ କାରଖାନା ସତେଯେମିତି କୁଟୀର ଶିଳ୍ପ ପାଲଟିଛି। ଯେତେ ଚଢ଼ାଉ ଓ ଉଚ୍ଛେଦ ହେଲେ ମଧ୍ୟ ଏହି ବେଆଇନ କାରବାର ବନ୍ଦ...

ଧାନପହ୍ଲା କିଆରି ନଷ୍ଟ କଲେ ବାର୍‌ହା ପଲ: ରବି ଫସଲ ପାଇଁ ଜମିରେ ବୁଣିଥିଲେ

ବରଗଡ,୧୨।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଷୀଙ୍କ ଦୁଃଖ ସରୁ ନାହିଁ। ଜିଲାର ଚାଷୀମାନେ ଏପର୍ଯ୍ୟନ୍ତ ଖରିଫ୍‌ରେ ଅମଳ ଧାନ ବିକ୍ରି କରି ନ ପାରି ହଟହଟାର ସମ୍ମୁଖୀନ...

ରାଜ୍ୟରେ ପୁଣି ବଢ଼ିବ ଶୀତ: ହଠାତ୍‌ ପାଗରେ ହେବ ପରିବର୍ତ୍ତନ

ଭୁବନେଶ୍ୱର,୧୨ା୧(ବନ୍ଦନା ସେଠୀ):ଗତ କିଛିଦିନ ଧରି ରାଜ୍ୟରେ ଲାଗି ରହିଥିବା ପ୍ରବଳ ଶୀତରେ ହଠାତ୍‌ ପରିବର୍ତ୍ତନ ଆସିଛି। ଆକାଶରେ ବାଦଲ ଆଚ୍ଛାଦନ ବୃଦ୍ଧି ହେତୁ ରାଜ୍ୟର ଅଧିକାଂଶ...

ଆହୁରି ବଢ଼ିବ ଶୀତର ପ୍ରକୋପ: ୩ ଦିନ ମଧ୍ୟରେ ଏସବୁ ଜିଲାରେ…

ଭୁବନେଶ୍ୱର,୧୧।୧: ଓଡ଼ିଶାରେ ପୁଣି ବଢ଼ିବ ଶୀତର ପ୍ରକୋପ। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ପ୍ରାୟ ୨ ରୁ ୩...

‘ଆମ ବସ୍’ ଡିପୋରେ ଅଗ୍ନିକାଣ୍ଡ, ଦୁଇ ଦିନରେ ଦୁଇଟି ବସ୍‌ ଜଳିଗଲା

ଭୁବନେଶ୍ୱର,୧୧।୧: ଭୁବନେଶ୍ୱରରେ ପୁଣି ଏକ ‘ଆମ ବସ୍’ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରବିବାର ଅପରାହ୍ନରେ ପଟିଆ ଛକ ନିକଟରେ ଥିବା ଆମ ବସ୍ ଡିପୋରେ ଚାର୍ଜିଂ...

ଆମ ବସକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ, କହିଲେ ଯମ ବସ୍‌…

ଭୁବନେଶ୍ବର,୧୧ା୧:  ବାରମ୍ବାର ଆମ ବସ୍ ଦୁର୍ଘଟଣା ପରେ ମୁହଁ ଖୋଲି ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ଆମ ବସ୍‌କୁ...

ନବୀନଙ୍କୁ ନେଇ ଏମିତି କିଛି ଭିତିରି କଥା କହିଲେ ଲତିକା ପ୍ରଧାନ, ଗଞ୍ଜାମ ପାଇଁ…

ଭୁବନେଶ୍ୱର,୧୧ା୧: ଗଞ୍ଜାମରେ ବିଜେଡି ସ୍ଥିତିକୁ ନେଇ କିଛି ଭିତିରି କଥା କହିଛନ୍ତି ଲତିକା ପ୍ରଧାନ। ସେ କହିଛନ୍ତି, ଗଞ୍ଜାମ ନେତାଙ୍କୁ ଦାୟିତ୍ୱ ନ ଦେବାରୁ ସଂଗଠନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri