ଫସଲବୀମା ପ୍ରୟୋଗ ପ୍ରସଙ୍ଗ

ଭୁବନେଶ୍ବର, ୧୮ା୧୧(ବ୍ୟୁରୋ):ପଦ୍ମପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବାବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିଓ୍ବାଇ) ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଦୋଷ ଲଦାଲଦି ଜାରି ରହିଛି। ଚାଷୀଙ୍କୁ ବୀମା ରାଶି ନ ମିଳିବାକୁ ନେଇ ବିଜେଡି ଓ ଭାଜପା ନେତାମାନେ ମଧ୍ୟ ପରସ୍ପରକୁ ଦାୟୀକରି ନିଜକୁ ଠିକ୍‌ ବୋଲି ପ୍ରମାଣିତ କରିବାର ଚେଷ୍ଟା ଜାରି ରଖିଛନ୍ତି। କାରଣ ପଦ୍ମପୁର ଉପନିର୍ବାଚନରେ ଚାଷୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ। ତେଣୁ ଏଭଳି ସ୍ଥିତିରେ ଚାଷୀଙ୍କ ଆଗରେ ନିଜକୁ ଯଥାର୍ଥ ବୋଲି ପ୍ରମାଣିତ କରିବା ଉଭୟ ଦଳ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଅନ୍ୟପଟେ ବୁଧବାର ଫସଲବୀମା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ପରେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁରୁବାର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଚିଠି ଲେଖିଛନ୍ତି। ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ଯୋଗୁ ସେ ରାଜ୍ୟ ସରକାରଙ୍କୁ ଏକ ପ୍ରକାର ଦାୟୀ କରିଛନ୍ତି। ସେହିପରି ବିଜେଡି ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଚିଠିର ପାଲଟା ଜବାବ ରଖିବା ସହ କେନ୍ଦ୍ର ଏଥିପାଇଁ ଦାୟୀ ବୋଲି ଦର୍ଶାଇଛି। ଅନ୍ୟପଟେ ରାଜ୍ୟ ସରକାର ଚାଷୀ ବିରୋଧୀ କହି ଶୁକ୍ରବାରଠାରୁ ବିଧାନସଭା ସାମ୍ନାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବ ବୋଲି ଭାଜପା ଚେତାବନୀ ଦେଇଛି।
ତୋମାର ତାଙ୍କ ଚିଠିରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବା ହେଉଛି ରାଜ୍ୟର ଦାୟିତ୍ୱ। ଏଥିପାଇଁ ଟେଣ୍ଡର ଜାରି କରିବା, ବୀମା କମ୍ପାନୀକୁ କ୍ଲଷ୍ଟର ଅଫ୍‌ ଡିଷ୍ଟ୍ରିକ୍ଟ ପ୍ରଦାନ କରିବା ଏବଂ ପ୍ରିମିୟମ ଦରର ଚୁକ୍ତି କରିବା ରାଜ୍ୟ ସରକାରଙ୍କ କାମ। ତେବେ ଏଥିଲାଗି ଥିବା ଠିକ୍‌ ନିୟମ ଓ ପ୍ରକ୍ରିୟାକୁ ରାଜ୍ୟ ସରକାର ଅନୁସରଣ କରିନାହାନ୍ତି। ରାଜ୍ୟ ସରକାର ନିୟମ ଭାଙ୍ଗିବା କାରଣରୁ ରାଜ୍ୟରେ କୃଷି ବୀମା ମିଳିବାରେ ବିଳମ୍ବ ହୋଇଛି ବୋଲି ସେ ଚିଠିରେ ଦର୍ଶାଇଛନ୍ତି। ଓଡ଼ିଶାର ଅନେକ ମରୁଡିଗ୍ରସ୍ତ ଅଞ୍ଚଳର ଚାଷୀଙ୍କୁ ଫସଲବୀମା ରାଶି ପ୍ରଦାନ ଲାଗି କେନ୍ଦ୍ର କୃଷି ମନ୍ତ୍ରଣାଳୟର ବୈଷୟିକ ପରାମର୍ଶଦାତା କମିଟି ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରିଥିଲା। ଏହାସତ୍ତ୍ୱେ ଚାଷୀଙ୍କୁ ବୀମା ରାଶି ମିଳି ନ ଥିଲା। ଏନେଇ ଦେଖାଦେଇଥିବା ବିବାଦର ତ୍ୱରିତ ସମାଧାନ ପାଇଁ ନିୟମାବଳୀ ନିର୍ଦ୍ଧାରଣ କରାଯାଇଛି। ଏହି ଆଧାରରେ ରାଜ୍ୟସ୍ତରରେ ବିବାଦଗୁଡ଼ିକର ସମାଧାନ ଲାଗି ରାଜ୍ୟସ୍ତରୀୟ ବୈଷୟିକ ପରାମର୍ଶଦାତା କମିଟି ରହିଛି। ସମସ୍ୟା ସମାଧାନ ହୋଇ ନ ପାରିଲେ କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି ନିକଟରେ ଉପସ୍ଥାପନ କରିବାର ନିୟମ ରହିଛି ବୋଲି ସେ ଦର୍ଶାଇଛନ୍ତି।
ତୋମାର ଆହୁରି ଉଲ୍ଲେଖ କରିଛନ୍ତି, ୨୦୨୧ ଖରିଫ ଋତୁରେ ଫସଲ ଅମଳକୁ ନେଇ ଦେଖାଦେଇଥିବା କିଛି ବିବାଦକୁ ଏମ୍‌ଏନ୍‌ସିଏଫ୍‌ସିକୁ ଟେକ୍ନିକାଲ ଆନାଲିସିସ୍‌ ପାଇଁ କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି ପଠାଇଥିଲା। ଗତ ୩ ତାରିଖରେ ବୈଷୟିକ ପରାମର୍ଶଦାତା କମିଟି ବୈଠକରେ ଏମ୍‌ଏନ୍‌ସିଏଫ୍‌ସି ରିପୋର୍ଟକୁ ଉପସ୍ଥାପନ କରାଯାଇଥିଲା। ୭ ତାରିଖରେ ଏହାକୁ ଅନୁମୋଦନ କରାଯାଇଥିଲା। ଏହି କ୍ରମରେ ବୀମା କମ୍ପାନୀଗୁଡିକ ପକ୍ଷରୁ ବୀମାରାଶି ପ୍ରଦାନ କରାଯାଉଥିବା ବେଳେ ଚଳିତ ସପ୍ତାହ ମଧ୍ୟରେ ସମସ୍ତ ବିବାଦ ସମାଧାନ କରାଯିବ ବୋଲି ଚିଠିରେ ଦର୍ଶାଯାଇଛି। ବିବାଦୀୟ ଜିଲାଗୁଡ଼ିକର ଅଧିକାଂଶ ବୀମା ଦାବି ସମାଧାନ ହୋଇସାରିଛି। ତେବେ ବାକି ୯ ଜିଲା ମଧ୍ୟରୁ ଦାବି କରାଯାଇଥିବା ୭୨୩ କୋଟି ଟଙ୍କା ମଧ୍ୟରୁ ୬୨୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସେ କହିଛନ୍ତି।
ବିଜେଡି ଏମ୍‌ପି ସସ୍ମିତ୍‌ ପାତ୍ର କେନ୍ଦ୍ରମନ୍ତ୍ରୀଙ୍କ ଚିଠିର ଉତ୍ତରରେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ତୋମାର ନେଇଥିବା ଭୁଲ୍‌ ପଦକ୍ଷେପ ସଂକ୍ରାନ୍ତରେ ବୁଧବାର ସନ୍ଧ୍ୟାରେ ବିଜେଡି ଯେଉଁ ଅଭିଯୋଗ ଆଣିଥିଲା ତାହା ବର୍ତ୍ତମାନ ଧରାପଡ଼ିଛି। ତୋମାରଙ୍କ ଚିଠିରୁ ଏହା ସ୍ପଷ୍ଟ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ଚିଠି ପ୍ରକୃତରେ ପଦ୍ମପୁର ଏବଂ ରାଜ୍ୟର ଚାଷୀଙ୍କୁ ସତ୍ୟତା ଲୁଚାଇବାକୁ ଚାହୁଁଛି। ଏହି ଚିଠିଟି ତ୍ରୁଟିପୂର୍ଣ୍ଣ, ଭୁଲ୍‌ ଏବଂ ଅର୍ଦ୍ଧସତ୍ୟ ଉପରେ ଆଧାରିତ। ମୁଖ୍ୟମନ୍ତ୍ରୀ ୨୯ ଅଗଷ୍ଟ ୨୦୨୨ରେ ଚିଠି ଲେଖି ଦାବି କରିଥିଲେ ଯେ, ଓଡ଼ିଶା ଚାଷୀଙ୍କୁ ଦିଆଯାଉଥିବା ଫସଲ ବୀମା ରାଶି ଲୁଚାଯାଉଛି ଏବଂ ଏହାକୁ ଦର୍ଶାଯାଉ ନାହିଁ। ତୋମାରଙ୍କ ଚିଠି ଅନୁଯାୟୀ ଯଦି ବୈଷୟିକ ପରାମର୍ଶଦାତା କମିଟି (ଟିଏସି) ଦ୍ୱାରା ୭ ନଭେମ୍ବର ୨୦୨୨ରେ ଫସଲ ବୀମା ଅର୍ଥ ଅନୁମୋଦନ କରାଯାଇଛି; ତେବେ କେନ୍ଦ୍ରମନ୍ତ୍ରୀ ୧୫ ନଭେମ୍ବର ୨୦୨୨ରେ ଟୁଇଟ୍‌ କରି ବର୍ତ୍ତମାନ ପଦ୍ମପୁର ଏବଂ ବରଗଡ଼ର ଚାଷୀଙ୍କୁ ଦେୟ ଦେବାକୁ ବୀମା କମ୍ପାନୀଗୁଡ଼ିକୁ କାହିଁକି ନିର୍ଦ୍ଦେଶ ଦେଇଛନ୍ତି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି।
ଏଥିରୁ ଗୋଟିଏ କଥା ସ୍ପଷ୍ଟ ଫସଲବୀମା ଉପରେ କେନ୍ଦ୍ରର ମିଥ୍ୟାକୁ ପଦ୍ମପୁର ଏବଂ ରାଜ୍ୟର କୃଷକମାନେ ଧରିଛନ୍ତି। ବର୍ତ୍ତମାନ ପଦ୍ମପୁର ଏବଂ ଓଡ଼ିଶାର କୃଷକମାନେ ଜାଣନ୍ତି ଯେ, ପିଏମ୍‌ଏଫ୍‌ବିୱାଇ ନାମଟି ସ୍ବାଭାବିକ ଭାବେ କେନ୍ଦ୍ରର। ଫସଲ ବୀମା ଅର୍ଥ ଦେବାପାଇଁ ସେମାନେ କେବଳ ବୀମା କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇପାରିବେ। ଚୂଡ଼ାନ୍ତ ନିଷ୍ପତ୍ତି କ୍ଷେତ୍ରରେ ରାଜ୍ୟର କୌଣସି ଭୂମିକା ନାହିଁ। ଆଗାମୀ ପଦ୍ମପୁର ଉପନିର୍ବାଚନରେ ଚାଷୀମାନେ ଏହାର ଉପଯୁକ୍ତ ଉତ୍ତର କେନ୍ଦ୍ରକୁ ଦେବାକୁ ଯାଉଥିବା ସସ୍ମିତ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri