Posted inଜାତୀୟ

ହଟିବ ଗମ୍ବୁଜ, ଭାଜପା ନେତା ଭାଙ୍ଗିବାକୁ ଦେଇଥିଲେ ଧମକ…

ବେଙ୍ଗାଲୁରୁ,୧୭।୧୧ : କର୍ନାଟକ ଭାଜପା ଏମ୍‌ପି ପ୍ରତାପ ସିହ୍ମା ଏକ ବିବାଦୀୟ ଧାର୍ମିକ ନିର୍ମାଣକୁ ଧ୍ୱଂସ କରିବାକୁ ଧମକ ଦେଇଥିଲେ। ଏବେ ଏନେଇ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ମହୀଶୂର ନଗରନିଗମକୁ ନୋଟିସ ଜାରି କରିଛନ୍ତି। ଏହି ଆଶ୍ରୟସ୍ଥଳକୁ ହଟାଇବା ପାଇଁ ଏକ ସପ୍ତାହ ସମୟ ପ୍ରଦାନ କରାଯାଇଛି।

ଭାଜପା ଏମ୍‌ପି କହିଥିଲେ ଯେ, ମୁଁ ଏହାକୁ ସୋସିଆଲ ମିଡିଆରେ ଦେଖିଛି। ବସ ଷ୍ଟାଣ୍ଡରେ ଆଶ୍ରୟସ୍ଥଳରେ ତିନୋଟି ଗମ୍ବୁଜ ଅଛି। ସେଥିମଧ୍ୟରେ ଗୋଟିଏ ବଡ଼ ଏବଂ ଏହା ପାଖରେ ଦୁଇଟି ଛୋଟ ଗମ୍ବଜ ରହିଛି। ଏହା ଏକ ମସଜିଦ ପରି ଦେଖାଯାଉଛି। ତିନି-ଚାରି ଦିନ ମଧ୍ୟରେ ଏହାକୁ ଭାଙ୍ଗିବାକୁ ମୁଁ ଇଞ୍ଜିନିୟରମାନଙ୍କୁ କହିଛି। ଯଦି ସେମାନେ ତାହା କରନ୍ତି ନାହିଁ, ତେବେ ମୁଁ ଏକ ଜେସିବି ନେଇ ଏହାକୁ ଭାଙ୍ଗିଦେବି।

ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା ଭାଜପା ଏମ୍‌ପିଙ୍କ ବିବୃତ୍ତିକୁ ଟାର୍ଗେଟ କରି କହଥିଲେ ଯେ ଜଣେ ଏମ୍‌ପି ହୋଇଥିବାରୁ ସେ ଏପରି କହିବା ଉଚିତ ନୁହେଁ। ଯେତେବେଳେ ସେମାନଙ୍କ ପାଖରେ ସାଧାରଣ ଜ୍ଞାନର ଅଭାବ ରହିଛି ଆମେ କ’ଣ କହିବୁ? ସରକାର ଏହାକୁ ନିର୍ମାଣ କରିବା ପାଇଁ ଟଙ୍କା ଖର୍ଚ୍ଚ କରିଥିବା ବେଳେ ସେ ଏକ ବସଷ୍ଟାଣ୍ଡକୁ ନଷ୍ଟ କରିବାକୁ କିଏ? ଏହା ତାଙ୍କ ଟଙ୍କା କି? ଏହା ହେଉଛି ସରକାରଙ୍କ ଟଙ୍କା। ଏଭଳି ଖାମଖିଆଲି ମନ୍ତବ୍ୟ ଦେଇ ଏମ୍‌ପି ଭୁଲ୍‌ କରିଛନ୍ତି। ଏହାକୁ ସୁଧାରି ନେବା ଉଚିତ।

ତେବେ ବିବାଦ ଉପୁଜିବାର ଆଶଙ୍କାକୁ ଦୃଷ୍ଟିରେ ରଖି ଏହାକୁ ହଟାଇବାକୁ ନିର୍ଦ୍ଦେଶ ଜାରି ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri