ଗଡ଼ ଦଖଲ ପାଇଁ ପ୍ରଚାର ଲଢ଼େଇ

ଭଦ୍ରକ ଅଫିସ/ଧାମନଗର(ଡି.ଏନ୍‌.ଏ.),୩୧।୧୦: ଧାମନଗର ଉପନିର୍ବାଚନ ଆଉ ମାତ୍ର ୩ଦିନ ରହିଛି। ଆସନ୍ତା ମଙ୍ଗଳବାର ପ୍ରଚାର ଶେଷ ହେଉଥିବାରୁ ସବୁ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଗଡ଼ ଦଖଲ ପାଇଁ ପ୍ରଚାର ଲଢ଼େଇ ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ମନ୍‌ କୀ ବାତ୍‌ ବାଣୀ ଶୁଣାଇ ଭୋଟ୍‌ ମାଗିଲା ଭାଜପା। ରୋଡ୍‌ଶୋ’, ସାଧାରଣ ସଭା କରି ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରଚାର କରାଯାଉଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ଘର ଘର ବୁଲି ଲୋକଙ୍କୁ ମନାଇବା ସହ ରାଲି କରି ଭୋଟ୍‌ ଭିକ୍ଷା କରିଛନ୍ତି। ୩ ଦଳର ଷ୍ଟାର ପ୍ରଚାରକ ଅଲଗା ଅଲଗା ଜୋନ୍‌ରେ ପ୍ରଚାରରେ ଲାଗିଛନ୍ତି। ରୋଡ୍‌ଶୋ’ ଓ ବାଇକ୍‌ ରାଲିରେ ରାସ୍ତା ଜାମ୍‌ ହୋଇଯାଉଛି। ଧାମନଗରବାସୀଙ୍କ ଶ୍ରଦ୍ଧା ଓ ସମର୍ଥନ ଦିବଂଗତ ଜନନେତା ବିଷ୍ଣୁ ସେଠୀଙ୍କ ପୁତ୍ର ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତି ରହିଛି। ଲୋକଙ୍କ ଆଶୀର୍ବାଦ ସୂରଜଙ୍କ ଭଳି ଜଣେ ଯୁବ ନେତୃତ୍ୱକୁ ମାଟି ମା’ର ସେବା କରିବାର ସୁଯୋଗ ଦେବ ବୋଲି ପ୍ରଚାର ମଙ୍ଗ ଧରିଥିବା ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ରବିବାର ଧାମନଗର ଏନ୍‌ଏସିର ଦକ୍ଷିଣବାଡ଼ ପାଲା ମଣ୍ଡପରେ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରକାଶ କରିଛନ୍ତି। ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀ, ମନୋଜ ମହାପାତ୍ର, ଜଗନ୍ନାଥ ପ୍ରଧାନ, ଅଶୋକ ମିଶ୍ର, ସୁକାନ୍ତ ବିଶ୍ବାଳ, ଜଗନ୍ନାଥ ଦାସ, କୈଳାସ ମହାପାତ୍ର ପ୍ରମୁଖ ଏନ୍‌ଏସି ଅଞ୍ଚଳର ବିଭିନ୍ନ ୱାର୍ଡକୁ ଯାଇ ଲୋକଙ୍କୁ ଭେଟି ସୂର୍ଯ୍ୟବଂଶୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ସେହିପରି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଧୂଷୁରୀଠାରେ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେବା ସହ ଅର୍ଜୁନପୁର, ହସନାବାଦ, ନଦୀଗାଁ ପଞ୍ଚାୟତର ବିଭିନ୍ନ ଗଁାରେ ବୁଲି ପ୍ରଚାର କରିଥିଲେ। ପ୍ରଚାର ସମୟରେ ଧାମନଗରବାସୀଙ୍କୁ ବନ୍ୟା ଦାଉରୁ ମୁକ୍ତି କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସାରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଦୋବାଲ ବସ୍‌ଷ୍ଟାଣ୍ଡଠାରେ ଏକ ପଥପ୍ରାନ୍ତ ସଭା କରି ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ପାଇଁ ପ୍ରଚାର କରିଛନ୍ତି। ଭାଜପାର ପୂର୍ବତନ ଜିଲା ସଭାପତି ଅକ୍ଷୟ ସାହୁ, ଗୀତିକାର ପଞ୍ଚାନନ ନାୟକ, ସରୋଜ ସାହୁ, ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡି ପକ୍ଷରୁ ତିହିଡ଼ି ବ୍ଲକର ତାଳପଦା, ଗୁଆମାଳ, ଦୋଳସାହି, ଅଚକ, ନୟାନନ୍ଦପୁର ଆଦି ପଞ୍ଚାୟତରେ ଦଳୀୟ ପ୍ରାର୍ଥୀ ଅବନ୍ତୀଙ୍କ ସପକ୍ଷରେ ପ୍ରଚାର କରାଯାଇଛି। ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ପର୍ଶୁରାମ ଧଡ଼ା, ଦେବୀ ମିଶ୍ର, ଜିଲା ପରିଷଦ ସଭ୍ୟା ରୁଜାତା ପଣ୍ଡା ପ୍ରମୁଖ ଯୋଗଦେଇ ରୋଡ୍‌ଶୋ’, ବାଇକ୍‌ ରାଲି ଓ ପଥପ୍ରାନ୍ତ ସଭା କରି ଦଳର ମହିଳା ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ଭୋଟ୍‌ ଦେଇ ରାଜ୍ୟର ବିକାଶଧାରାରେ ଧାମନଗରକୁ ସାମିଲ କରିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠୀ ରୋଡ୍‌ଶୋ’ କରି ଭୋଟ୍‌ ଭିକ୍ଷା କରିଛନ୍ତି। ଦୋବଲ ଜୋନ୍‌ରେ ଅନୁଷ୍ଠିତ ରୋଡଶୋ’ରେ ଜୋନ୍‌ ସଭାପତି ସଞ୍ଜୟ ମିଶ୍ରଙ୍କ ନେତୃତ୍ୱରେ ପ୍ରାର୍ଥୀ ହରେକୃଷ୍ଣଙ୍କ ସହ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ, ଚିରଞ୍ଜୀବ ବିଶ୍ବାଳ, ଦେବାଶିଷ ପଟ୍ଟନାୟକ, ଦଶରଥ ଗମାଙ୍ଗୋ, ସନ୍ତୋଷ ନନ୍ଦ, ଅଭିଷେକ ରାଉତ ପ୍ରମୁଖ ସାମିଲ ଥିଲେ। ସେହିପରି ଏହି ଉପନିର୍ବାଚନରେ ଚର୍ଚ୍ଚିତ ଚେହେରା ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ସମର୍ଥକଙ୍କ ସହ ତିହିଡ଼ି ବ୍ଲକର ପାଳିଆ, ଅଚକ, ଦୋଳସାହି ପଞ୍ଚାୟତର ବିଭିନ୍ନ ଗ୍ରାମରେ ବାଇକ୍‌ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri