Posted inଖେଳ

ଭାରତ-ଅଷ୍ଟ୍ରେଲିଆ ଫାଇନାଲ

ଜୋହର (ମାଲେସିଆ),୨୯ା୧୦ (ପି.ଟି.): ସୁଲ୍‌ତାନ ଅଫ୍‌ ଜୋହର କପ୍‌ ହକି ଟୁର୍ନାମେଣ୍ଟର ଫାଇନାଲ ଶନିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ରାଉଣ୍ଡ ରବିନ ଲିଗ୍‌ ପର୍ଯ୍ୟାୟ ଶେଷ ପରେ ଟେବୁଲରେ ଅଷ୍ଟ୍ରେଲିଆ ପ୍ରଥମ ଏବଂ ଭାରତ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଭାରତୀୟ ଜୁନିୟର ପୁରୁଷ ହକି ଟିମ୍‌ ଶୁକ୍ରବାର ଏହାର ଅନ୍ତିମ ରାଉଣ୍ଡ ରବିନ ଲିଗ୍‌ ମ୍ୟାଚ୍‌କୁ ୫-୫ ଗୋଲ୍‌ରେ ଡ୍ର ରଖି ଥିଲା। ଦଳ ତରଫରୁ ପୁଭାନା ସି.ବି (୭ମ ମିନିଟ), ଅମନଦୀପ (୫୦ତମ), ଅରାଇଜିତ୍‌ ସିଂ ହୁଣ୍ଡାଲ (୫୩ତମ) ଓ ଶାରଦା ନନ୍ଦ ତିଓ୍ବାରୀ (୫୬ ଓ ୫୮ତମ) ପ୍ରମୁଖ ଗୋଲ ଦେଇଥିଲେ। ଗ୍ରେଟ୍‌ ବ୍ରିଟେନ ତରଫରୁ ମାକ୍ସ ଆଣ୍ଡରସନ (୧ମ, ୪୦ତମ), ହାରିସନ ଷ୍ଟୋନ୍‌ (୪୨ତମ) ଓ ଜାମି ଗୋଲେ୍‌ଡନ (୫୪ତମ ଓ ୫୬ତମ) ଗୋଲ ସ୍କୋର କରିଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଶୁକ୍ରବାର ଦକ୍ଷିଣ ଆଫ୍ରିକାକୁ ୬-୧ ଗୋଲରେ ହରାଇ ଦେଇଛି। ରାଉଣ୍ଡ ରବିନ ଲିଗ୍‌ରେ ଭାରତ ୫ ମ୍ୟାଚରୁ ୮ ପଏଣ୍ଟ ଅର୍ଜନ କରିଥିବା ବେଳେ ଅଷ୍ଟ୍ରେଲିଆ ୫ଟି ଗେମ୍‌ରୁ ୧୩ ପଏଣ୍ଟଅର୍ଜନ କରିଛି। ଗ୍ରେଟ୍‌ ବ୍ରିଟେନ ଓ ଜାପାନ ପ୍ରତ୍ୟେକ ୭ ପଏଣ୍ଟ ସହ ସେମାନଙ୍କ ଅଭିଯାନ ଶେଷ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୬ ପଏଣ୍ଟ ସଂଗ୍ରହ କରିଥିଲା। ୬ଟି ଦଳକୁ ନେଇ ଟେବୁଲରେ ମାଲେସିଆ ଏକ ପଏଣ୍ଟ ସହ ଅନ୍ତିମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri