ରେଳ ଲାଇନରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ଦରମା ବାଟମାରଣା

ଡେରାବିଶ ୨୮ା୧୦(ସ୍ବ.ପ୍ର.): ନିଯୁକ୍ତି ଦେଇଥିବା ଆଉଟସୋର୍ସିଂ ଠିକା ସଂସ୍ଥା ଦ୍ୱାରା ହରିଦାସପୁର-ପାରାଦୀପ ରେଳ ଲାଇନରେ କାର୍ଯ୍ୟରତ ଠିକା ଶ୍ରମକଙ୍କ ଦରମା ବାଟମାରଣା ଓ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି। ଡେରାବିଶ ଅଞ୍ଚଳର କେତେଜଣ ଯୁବକ ଏଥିରେ ନିୟୋଜିତ ହୋଇଥିବାବେଳେ ଠିକାଦାରଙ୍କ ଦ୍ୱାରା ଶୋଷଣ ହେବାରୁ ଏହାକୁ ବିରୋଧ କରି ଜିଲା ଚାଷୀ ଶ୍ରମିକ ସଂଘ ରେଳ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିସହ ଏହି ଘଟଣା ବାବଦରେ ସଂଘ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି।
ହରିଦାସପୁର-ପାରାଦୀପ ରେଳ ଲାଇନରେ ୩୧ା୩ା୨୦ଠାରୁ ୨୦୦ରୁ ଅଧିକ ଶ୍ରମିକ ରାତ୍ରିକାଳୀନ ରେଳଧାରଣା ସର୍ବେକ୍ଷଣ କାର୍ଯ୍ୟରେ ନିୟୋଜିତ ରହି ନିଜର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରି ଆସୁଛନ୍ତି। ଏହି ଶ୍ରମିକମାନେ ଆଉଟସୋର୍ସିଂ ଠିକା ସଂସ୍ଥା ଦ୍ୱାରା କାର୍ଯ୍ୟରେ ନିୟୋଜିତ ହୋଇ ପୂର୍ବତଟ ରେଳବାଇ ଖୋର୍ଦ୍ଧା ଡିଭିଜନର ଜନୈକ ଅଫିସରଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରୁଛନ୍ତି। ଶ୍ରମିକମାନଙ୍କୁ ନିଯୁକ୍ତି ଦେବା ସମୟରେ ଆଇଟସୋର୍ସିଂ ଠିକାଦାର ପ୍ରତ୍ୟେହ ୫୧୯ ଟଙ୍କା ପରିବର୍ତ୍ତେ ୧୦ ହଜାର ଟଙ୍କା ମାସିକ ଦେବାକୁ କହିଥିଲେ। ଏଥିରେ ସହମତି ପ୍ରକାଶ କରି ଶ୍ରମିକମାନେ କାମ କରିଥିଲେ। ମାତ୍ର ଠିକାଦାର ପ୍ରତିଶ୍ରୁତି ପୂରଣ କରିବା ପରିବର୍ତ୍ତେ ଶ୍ରମିକମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି। କାର୍ଯ୍ୟ ଆରମ୍ଭ ଦିନଠାରୁ ଶ୍ରମିକମାନେ ଦୈନିକ ପ୍ରାପ୍ୟ ପାଉନାହାନ୍ତି, ଦରମା ଦେବା ସମୟରେ ଶ୍ରମିକମାନଙ୍କଠାରୁ ଟଙ୍କା କାଟି ରଖାଯାଉଛି, ଠିକାଦାର କାର୍ଯ୍ୟ ଆରମ୍ଭରୁ ଶ୍ରମିକମାନଙ୍କ ନାମରେ ବ୍ୟାଙ୍କ ପାସ୍‌ ବହି ଖୋଲି ଏଟିଏମ୍‌ କାର୍ଡ ନିଜ ପାଖରେ ରଖିଥିବା ଅଭିଯୋଗ ହୋଇଛି। ବ୍ୟାଙ୍କ ପାସ୍‌ ବହିରେ ଶ୍ରମିକମାନଙ୍କ ପିତାଙ୍କ ନାମ ଦିଆ ନ ଯାଇ ଠିକାଦାରଙ୍କ ନାମ ଲେଖାଯାଇଛି। ଠିକାଦାର ଶ୍ରମିକମାନଙ୍କଠାରୁ ସେମାନଙ୍କ ଫାଙ୍କା ଚେକ୍‌ ବହିରେ ଦସ୍ତଖତ ନେଇ ଟଙ୍କା ଉଠାଉଛନ୍ତି। ୱେଜ ସିଟ୍‌ରେ କାର୍ଯ୍ୟରତ ଶ୍ରମିକମାନେ ଦସ୍ତଖତ କରିବାବେଲେ କାମ କରୁ ନ ଥିବା କେତେଜଣ ଲୋକଙ୍କ ନାମ ସେଥିରେ ଅନ୍ତର୍ଭୁକ୍ତ ହୋଇଥିବା ଜଣାଯାଇଛି। ଉକ୍ତ ଶ୍ରମିକଙ୍କ ନାମରେ ପୂର୍ଣ୍ଣ ୨୬ ଦିନର କାର୍ଯ୍ୟ ପଡିଛି। ସେମାନଙ୍କ ନାମରେ ପୂର୍ଣ୍ଣ ମଜୁରୀ ଉଠାଯାଉଛି। ରାତ୍ରି ସମୟରେ ରେଳ ଲାଇନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ୩ ବର୍ଷ କାମ କଲା ପରେ ବି ଶ୍ରମିକ କଲ୍ୟାଣ କାର୍ଡରେ ନାମ ଦିଆଯାଇନାହିଁ। ଏହାଦ୍ୱାରା ଶ୍ରମିକମାନଙ୍କ ଜୀବନ ନିରାପତ୍ତା ପ୍ରତି ଆଶଙ୍କା ପ୍ରକାଶ ପାଇଛି। କାର୍ଯ୍ୟରତ ଶ୍ରମିକମାନଙ୍କ ଦୈନିକ ଯାତାୟାତ ପ୍ରତି ରାତିରେ ୧୨ କିମି ନିୟମ ଥିବା ବେଳେ ସେମାନଙ୍କୁ ୨୦ କିମି ପର୍ଯ୍ୟନ୍ତ ଚାଲିବାକୁ ପଡୁଛି। ଦୈନିକ ୩୮୪ ଟଙ୍କା ମଜୁରୀ ପାଉଥିବା ଶ୍ରମିକମାନଙ୍କୁ କିଛିଦିନ ତଳେ ୫୦ଟଙ୍କା କଟାଯାଇ ୩୩୪ ଟଙ୍କା ମଜୁରୀ ଦିଆଗଲା। ଏଥିରେ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିବାରୁ ସେମାନଙ୍କୁ ବାରମ୍ବାର ବାହାର କରି ଦିଆଯିବାର ଧମକ ଦିଆଯାଉଛି। ଏହାଦ୍ୱାରା ଶ୍ରମିକମାନେ ଗଭୀର ମାନସିକ ଚାପରେ ରହିବାକୁ ବାଧ୍ୟ ହେଉଛନ୍ତି। ଶ୍ରମିକମାନଙ୍କ ସମସ୍ୟାଗୁଡିକର ସମାଧାନ ପାଇଁ ଜିଲା ଚାଷୀ ଶ୍ରମିକ ସଂଘ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସମ୍ପର୍କରେ ସଂଘର ସଭାପତି ପଣ୍ଡିତ ଶରତ ମିଶ୍ର, ସମ୍ପାଦକ କୃତ୍ତିବାସ ଦାସ ଓ ତପନ କୁମାର ପଣ୍ଡାଙ୍କ ନେତୃତ୍ୱରେ ସଂଘ ସଦସ୍ୟଙ୍କ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗପତ୍ରକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରୀୟ ମୁଖ୍ୟ ଶ୍ରମ କମିଶନର, କେନ୍ଦ୍ରାପନା ଜିଲାପାଳ ଓ ପାରାଦୀପସ୍ଥିତ ଶ୍ରମ ଏନ୍‌ଫୋର୍ସମେଣ୍ଟ ଅଫିସରଙ୍କ ନିକଟରେ ଗୁହାରି କରାଯାଇଛି। ୧୫ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ସଂଘ ନିବେଦନ କରିଛି। ଯଦି କର୍ତ୍ତୃପକ୍ଷ ସଂଘର ନିବେଦନକୁ ପ୍ରତ୍ୟାଖ୍ୟାନ କରନ୍ତି, ସଂଘ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ...

ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କଲେ ଭକ୍ତ ଦାସ

କେସିଙ୍ଗା,୬।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ୯ ପଞ୍ଚାୟତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ ଜନସମ୍ପର୍କ ପଦଯାତ୍ରା କରିବା ସହ ନିର୍ବାଚନୀ...

ମାଉସୀଙ୍କ ହାତରେ ପ୍ରସ୍ତୁତ ପୋଡ଼ ପିଠା ଖାଇ ମନ୍ଦିର ଫେରିଲେ ମା’ଠାକୁରାଣୀ

ଦାରିଙ୍ଗବାଡ଼ି,୬।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଚାଲିଥିବା ମା’ଠାକୁରାଣୀଙ୍କ ଯାତ୍ରାର ପୂର୍ଣ୍ଣାହୁତି ହୋଇଯାଇଛି। ରବିବାର ମା’ଙ୍କ ଘଟ ପରିକ୍ରମାର ଶେଷ ଦିବସ ରହିଥିବା ବେଳେ ମା’ଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri