ନଭେମ୍ବରରେ ପାଣିକୋଇଲି ଟୋଲ୍‌ ପ୍ଲାଜା ସ୍ଥାନାନ୍ତର

ଯାଜପୁର ଅଫିସ,୨୮ା୧୦:ଏନଏଚ୍‌ଏଆଇ(ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ) ଅଧୀନରେ ଥିବା ଯାଜପୁର ଜିଲା ପାଣିକୋଇଲି ଟୋଲ ପ୍ଲାଜା ସ୍ଥାନାନ୍ତର ନିଷ୍ପତ୍ତିକୁ ୬ ବର୍ଷ ବିତିଛି। ଏପରିକି ଟୋଲ ଆଦାୟ ଦାୟିତ୍ୱରେ ଥିବା ରଞ୍ଚୋର ଡେଭଲପମେଣ୍ଟ ପ୍ରା.ଲିଃ. ଠିକାସଂସ୍ଥାର ଲିଜ୍‌ ଅବଧି ଗୁରୁବାର ଶେଷ ହୋଇଛି। କିନ୍ତୁ ଭଦ୍ରକ-ଯାଜପୁର ସୀମାନ୍ତବର୍ତ୍ତୀ ନେଉଳିଆଠାରେ ନବନିର୍ମିତ ଟୋଲପ୍ଲାଜାକୁ ସ୍ଥାନାନ୍ତର କରିବାକୁ ଏନଏଚ୍‌ଏଆଇ କର୍ତ୍ତୃପକ୍ଷ ଦିନ ଗଡ଼ାଇ ଚାଲିଛନ୍ତି। ଆଗକୁ ନୂତନ ଟେଣ୍ଡର ହେବା ପର୍ଯ୍ୟନ୍ତ ଦୈନିକ ପ୍ରାୟ ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟୋଲ ଆଦାୟ ଅର୍ଥକୁ ହେରାଫେରି କରିବାକୁ ଏହା ଏକ ଚକ୍ରାନ୍ତ ବୋଲି ସାଧାରଣରେ ଆଲୋଚନା ହେଉଛି। ଅନ୍ୟପକ୍ଷେ ପାଣିକୋଇଲି ଟୋଲପ୍ଲାଜା ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ସ୍ଥାନାନ୍ତର ହେବ ବୋଲି ଏନଏଚ୍‌ଏଆଇ ପକ୍ଷରୁ ସୂଚନା ମିଳିଛି।
ଯାଜପୁର ଜିଲା ଦେଇ ଯାଇଥିବା ୧୬ନଂ. ଜାତୀୟ ରାଜପଥର ପାଣିକୋଇଲି ଓ ୫୩ନଂ. ଜାତୀୟ ରାଜପଥର ଶ୍ରୀରାମପୁର ଟୋଲପ୍ଲାଜା ସ୍ଥାନାନ୍ତର ନିଷ୍ପତ୍ତି ୬ ବର୍ଷ ହେଲା ଅସମାହିତ ହୋଇରହିଛି। ଅବଧି ସରିବାର ପ୍ରାୟ ଅଢେଇ ମାସ ପରେ ପାଣିକୋଇଲି ଟୋଲପ୍ଲାଜାକୁ ନେଇ ୨୦୨୦ ଅଗଷ୍ଟ ୬ ରେ ଟେଣ୍ଡର ହୋଇଥିଲା। ଏହି ଅଢେଇ ମାସ ଏନଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ହୋଇଥିଲାବେଳେ ଠିକାସଂସ୍ଥା ସାହାକାର ପ୍ରାଇଭେଟ ଲିଃ କେବଳ ପରିଚାଳନା କରିଥିଲା। ସେତେବେଳେ ଉକ୍ତ ଠିକାସଂସ୍ଥାକୁ ପରିଚାଳନା ଖର୍ଚ୍ଚ ପ୍ରଦାନ କରି ବାକି ଟୋଲ ଆଦାୟର ସିଂହଭାଗ ଅର୍ଥ ମିଳିମିଶି ଲୁଟ୍‌ କରାଯାଇଥିବା ଅଭିଯୋଗ ହୋଇଥିଲା। ସେତେବେଳେ ଏକ ନୂତନ ଠିକାସଂସ୍ଥାକୁ ଦୈନିକ ୩୨ଲକ୍ଷ ୭୨ ହଜାର ଟଙ୍କାରେ ଲିଜ୍‌ ଦେଇଥିବା ସୂଚନା ମିଳିଥିଲା। ଅନୁରୂପ ଭାବେ ବର୍ତ୍ତମାନ ମଧ୍ୟ ଟେଣ୍ଡର ପ୍ରକ୍ରିୟାକୁ ବିଳମ୍ବିତ କରି ଟୋଲ ଆଦାୟ ଅର୍ଥକୁ ବାଟମାରଣା କରିବାକୁ ଚକ୍ରାନ୍ତ ଚାଲିଥିବା କୁହାଯାଉଛି। ତେଣୁ ନେଉଳିଆ ଟୋଲ ପ୍ଲାଜା ନିର୍ମାଣ ଶେଷ ହୋଇ ସାରିଥିଲେ ହେଁ ଜାଣିଶୁଣି ସେଠାକୁ ସ୍ଥାନାନ୍ତର କରାଯାଉନାହିଁ। ଯେତେଦିନ ଟେଣ୍ଡର ପ୍ରକ୍ରିୟା ଘୁଞ୍ଚିବ ସେତେଦିନ ପର୍ଯ୍ୟନ୍ତ ଟୋଲ ଆଦାୟର ବିପୁଳ ଅର୍ଥ ସମ୍ପୃକ୍ତ କେତେଜଣ ଅଧିକାରୀଙ୍କ ପକେଟକୁ ଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଏନ୍‌ଏଚ୍‌ଏଆଇର ଗାଇଡ୍‌ଲାଇନ ଅନୁଯାୟୀ ଗୋଟିଏ ଟୋଲଗେଟରୁ ଅନ୍ୟ ଟୋଲ୍‌ଗେଟର ଦୂରତା ଅତିକମରେ ୬୦ କିଲୋମିଟର ହେବା ଆବଶ୍ୟକ। କିନ୍ତୁ ୧୬ନଂ. ଜାତୀୟ ରାଜପଥ, ଚଣ୍ଡିଖୋଲ-ପାରାଦୀପ ୫୩ନଂ. ଏବଂ ପାଣିକୋଇଲି-କେନ୍ଦୁଝର ୨୦ନଂ. ଜାତୀୟ ରାଜପଥରେ ୪ଟି ଟୋଲପ୍ଲାଜା ରହିଛି। ସେଥିମଧ୍ୟରୁ ଯାଜପୁର ଜିଲାର ପାଣିକୋଇଲି ଓ ଶ୍ରୀରାମପୁରରେ ୨ଟି ଟୋଲପ୍ଲାଜା କାମ କରୁଛି। କେବଳ ୧୬ନଂ. ଏନଏଚରେ ୪୭ କିମି ଦୂରତା ମଧ୍ୟରେ ପାଣିକୋଇଲି ଓ ବନ୍ଦାଳୋ ଟୋଲପ୍ଲାଜା ରହିଛି। ଭୁବନେଶ୍ୱରଠାରୁ ଯାଜପୁର ଜିଲାଦେଇ ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରକୁ ଗଲେ ମଙ୍ଗୁଳି, ପାଣିକୋଇଲି ଓ ଆନନ୍ଦପୁର ନିକଟସ୍ଥ ୩ ଟୋଲପ୍ଲାଜା ଅତିକ୍ରମ କରିବାକୁ ପଡୁଛି। ତେଣୁ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଆଇ) ପକ୍ଷରୁ ମଙ୍ଗୁଳି ଟୋଲପ୍ଲାଜାକୁ ବନ୍ଦାଲୋ, ପାଣିକୋଇଲି ଟୋଲପ୍ଲାଜାକୁ ଭଦ୍ରକ ଜିଲା ନେଉଳିଆ ଏବଂ ଶ୍ରୀରାମପୁର ଟୋଲପ୍ଲାଜାକୁ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇକୁ ସ୍ଥାନାନ୍ତର କରିବାକୁ ୨୦୧୬ ଜୁଲାଇରେ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପରିବହନ କମିଶନର ତାଙ୍କ ପତ୍ରସଂଖ୍ୟା ୧୧୦୬୩/୧୯ା୭ା୨୦୧୬ରେ ୱାର୍କସ ସେକ୍ରେଟାରୀଙ୍କୁ ପତ୍ର ଲେଖିଥିଲେ। ଏହି ପତ୍ର ଜାରି ହେବାର ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ସାରିିଥିଲେ ହେଁ ନିଜର ସ୍ବାର୍ଥସାଧନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ଏହି କ୍ରମରେ ଏନ୍‌ଏଚ୍‌ ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି।
ଏ ସଂକ୍ରାନ୍ତରେ ଏନଏଚ୍‌ଏଆଇ ବାଲେଶ୍ୱର ଡିଭିଜନର ନିର୍ଦ୍ଦେଶକ ଜେ.ପି. ବର୍ମାଙ୍କୁ ପଚାରିବାରୁ ସେ କହିଛନ୍ତି, ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପାଣିକୋଇଲି ଟୋଲପ୍ଲାଜା ସ୍ଥାନାନ୍ତର କରାଯିବ। ଟେଣ୍ଡର ହେବା ପର୍ଯ୍ୟନ୍ତ ପୁରୁଣା ସଂସ୍ଥା ପରିଚାଳନା କରିବ। ଏଥିରେ କୌଣସି ହେରାଫେରିର ସମ୍ଭାବନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍‌ଘାଟିତ: ଗୋଟେ ପଟୁ ଗାଡି ଆସୁଥିଲେ ଆରପଟୁ ବାଜିବ ସାଇରନ

ଜି.ଉଦୟଗିରି, ୧୨।୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା କଳିଙ୍ଗା ଘାଟିରେ ଅତ୍ୟଧିକ ଦୁର୍ଘଟଣା ଯୋଗୁ ବହୁ ସଂଖ୍ୟକ ଲୋକେ ପ୍ରାଣ ହରାଇଥିବା ବେଳେ ଦୁର୍ଘଟଣା ଏଡ଼ାଇବା...

କୋର୍ଟରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ: କହିଲେ…

ଭୁବନେଶ୍ୱର,୧୨।୧ ଟାଟା କନ୍ସଲଟାନ୍ସୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଭୁବନେଶ୍ୱର ଜେଏମଏଫ୍ସି-୧ରେ ହାଜର ହେଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ। ଆକାଶ ପାଠକ ମଧ୍ୟ ଭୁବନେଶ୍ୱର...

୧୮ରେ ହେବ ପକ୍ଷୀ ଗଣନା: ସାମିଲ ହେବେ କଲେଜ ଛାତ୍ରୀଛାତ୍ର, ଏହି ସମୟରେ ହେବ ଗଣନା

ଭଞ୍ଜନଗର,୧୨।୧(ବାବୁଲା ପ୍ରଧାନ): ପ୍ରତି ବର୍ଷ ରାଜ୍ୟରେ ପକ୍ଷୀ ଗଣନା ହେଉଛି। ବିଦେଶାଗତ ପକ୍ଷୀ ଏବଂ ଅଞ୍ଚଳ ପକ୍ଷୀ ଚିହ୍ନଟ କରିବା ସହ ସଂପୃକ୍ତ ଅଞ୍ଚଳର ଜଳବାୟୁ...

ଗଜପତି ଜିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଲୋକଙ୍କ ପାଇଁ ହେବ…

ଗଜପତି,୧୨।୧(ଗିରିଧାରୀ ପରିଛା) : ଜାତୀୟ ସଡ଼କ ସୁରକ୍ଷା ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଗଜପତି ଜିଲା ପାଇଁ ବଡ଼ ଘୋଷଣା କରିଛନ୍ତି। ଜିଲାରେ ୮ ଗୋଟି ପ୍ରକଳ୍ପକୁ ଭର୍ଚୁଆଲ...

ଲମତାପୁଟ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ସିସିଟିଭି ସହ ରହିଛି….

କୋରାପୁଟ,୧୨ା୧(ଅମିତାଭ ବେହେରା): କୋରାପୁଟ ଜିଲା ଲମତାପୁଟ ଠାରେ ଅଟଳ ବସ୍ ଷ୍ଟାଣ୍ଡକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଭାସୀ ମାଧ୍ୟମରେ ଶୁଭାରମ୍ଭ...

ଗ୍ରାମବାସୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଲେ ଅତିରିକ୍ତ ଏସ୍‌ପି, ସରପଞ୍ଚ କହିଲେ…

ବଲାଙ୍ଗୀର,୧୨ା୧(ସୁନିଲ କୁମାର ମହାନ୍ତି): ସଦର ଥାନା କୁଶମେଲ ପଞ୍ଚାୟତରୁ କିଛିଦିନ ତଳେ ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେବାରୁ ସଦର ପୋଲିସ...

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ: ଅଟୋ ଚାଳକଙ୍କୁ ପଡ଼ିଲା ମହଙ୍ଗା

ଗୋପାଳପୁର,୧୨ା୧(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଘଟଣାରେ ପୋଲିସ ଜଣେ ଅଟୋ ଚାଳକଙ୍କୁ ଗିରଫ କରି...

ଚୋରଙ୍କୁ ପଚରାଉଚରା ପରେ ଛାଡ଼ିଦେଲା ପୋଲିସ, ଗିରଫ ଦାବିରେ ତାତିଲେ ଲୋକେ

ବଲାଙ୍ଗୀର,୧୨ା୧(ସୁନିଲ କୁମାର ମହାନ୍ତି): ସଦର ଥାନା କୁଶମେଲ ପଞ୍ଚାୟତର ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେଇବାରୁ ସଦର ପୋଲିସ ଚୋରମାନଙ୍କୁ ଥାନାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri