Posted inଜାତୀୟ

ମହିଳାଙ୍କୁ ଚାପୁଡ଼ା ମାରିଲେ ମନ୍ତ୍ରୀ

ବେଙ୍ଗାଲୁରୁ,୨୩।୧୦: କର୍ନାଟକ ସରକାରଙ୍କ ଜଣେ ମନ୍ତ୍ରୀ ମହିଳାଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାକୁ ଆସିଛନ୍ତି। ମନ୍ତ୍ରୀ ଚାପୁଡ଼ା ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କର୍ନାଟକ ଗୃହ ମନ୍ତ୍ରୀ ଭି. ସୋମନ୍ନା ଚାମରାଜନଗର ଜିଲାର ଗୁଣ୍ଡଲୁପେଟ ତାଲୁକର ହଙ୍ଗାଲା ଗ୍ରାମରେ ଜମି କାଗଜ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ଏହି ଘଟଣା ଘଟିଛି। ମନ୍ତ୍ରୀ ମହିଳାଙ୍କୁ ଚାପୁଡ଼ା ମାରିବା ମାତ୍ରେ ସେ ତାଙ୍କ ପାଦ ଛୁଇଁ ପକାଇଥିଲେ।
ସୂଚନାଯୋଗ୍ୟ, କର୍ନାଟକ ଜମି ରାଜସ୍ବ ଅଧିନିୟମର ଧାରା ୯୪ସି ଅନୁଯାୟୀ ଗ୍ରାମାଞ୍ଚଳରେ ପ୍ରାୟ ୧୭୫ ଲୋକ ଜମି ପାଇବାକୁ ଯୋଗ୍ୟ ହୋଇଥିଲେ। ଏଥିପାଇଁ ଏକ ସମ୍ପତ୍ତି ଡକ୍ୟୁମେଣ୍ଟ ବଣ୍ଟନ ସମାରୋହର ଆୟୋଜନ କରାଯାଇଥିଲା। ଜଣେ ଗରିବ ମହିଳାଙ୍କୁ ରାଜସ୍ବ ବିଭାଗ ପକ୍ଷରୁ କୌଣସି ପ୍ଲଟ ଦିଆଯାଇ ମିଳି ନ ଥିବାରୁ ସେ ତାଙ୍କ କଷ୍ଟ ଜଣାଇବା ପାଇଁ ମନ୍ତ୍ରୀଙ୍କ ନିକଟକୁ ଯାଇଥିଲେ। କିନ୍ତୁ ମନ୍ତ୍ରୀ ତାଙ୍କ ଗୁହାରୀ ଶୁଣିବା ପରିବର୍ତ୍ତେ ତାଙ୍କୁ ଚାପୁଡା ମାରିଥିଲେ। ତଥାପି ମହିଳା ଜଣଙ୍କ ଚାପୁଡା ଖଶଇ ମଧ୍ୟ ମନ୍ତ୍ରୀଙ୍କ ଗୋଡ ଧରି ପକାଇଥିଲେ।
ଏହି ଘଟଣାରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସୋମନ୍ନାଙ୍କ ଇସ୍ତଫା ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେଠିରୁ ଟିକେଟ୍‌ ନ ମିଳିବାରୁ ଏମିତି ପୋଷ୍ଟ କଲେ ରର୍ବଟ ଭଦ୍ରା, କହିଲେ ରାଜନୀତିର କୌଣସି ଶକ୍ତି…

ନୂଆଦିଲ୍ଲୀ,୫।୫: କଂଗ୍ରେସ ଆମେଠି ଓ ରାଏବରେଲିରୁ ପ୍ରାର୍ଥୀ ଘୋଷଣା କରିଛି। ରାହୁଲ ଗାନ୍ଧୀ ରାଏବରେଲିରୁ ନାମାଙ୍କନ ଦାଖଲ କରିଥିବାବେଳେ କେ.ଏଲ ଶର୍ମା ଆମେଠି ଲୋକ ସଭା...

ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ

ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା...

ବଲିଉଡ୍‌ ପ୍ରଭାବରେ ଦେଶର ନିର୍ବାଚନ

ନୂଆଦିଲ୍ଲୀ,୫ା୫: ଭାରତୀୟ ହିନ୍ଦୀ ସିନେମା ଶିଳ୍ପ ନିକଟ ଅତୀତରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛି, ଯେଉଁଥିରେ ନିର୍ବାଚନକୁ ପ୍ରଭାବିତ କଲା ଭଳି ଜାତୀୟତାବାଦ, ଇସ୍‌ଲାମ ବିରୋଧୀ...

ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ,୫ା୫: ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଏକ ରାୟରେ କହିଛନ୍ତି। ଏପରିକି ସ୍ତ୍ରୀଙ୍କର ସହମତି ନ...

ଆଜି ଆସିବେ ମୋଦି, ନଡ୍ଡା

ଭୁବନେଶ୍ୱର, ୫।୫(ସୁନିତ୍‌ ମିଶ୍ର)ନିର୍ବାଚନ ପ୍ରଚାର ପାଇଁ ଭାଜପା କେନ୍ଦ୍ରୀୟ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା...

ଏପଟେ ଧମକ, ସେପଟେ ଆକ୍ରମଣ

ପାଲାମ୍‌/ଭୁବନେଶ୍ୱର/ପୁଞ୍ଚ,୫ା୫ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ଶନିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏଥିରେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଜଣେ ଯବାନ ଶହୀଦ ଓ ୪ ଆହତ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

କଂଗ୍ରେସ ନେତାଙ୍କ ମିଳିଲା ଦଗ୍ଧ ମୃତଦେହ

ଚେନ୍ନାଇ,୫ା୫ତାମିଲନାଡୁର କଂଗ୍ରେସ ନେତା କେ.ପି.କେ. ଜୟକୁମାର ଧନସିଂଙ୍କ ଦଗ୍ଧ ମୃତଦେହ ତିରୁନେଲଭେଲିସ୍ଥିତ ତାଙ୍କ ଫାର୍ମରୁ ଶନିବାର ମିଳିଛି। ତାଙ୍କ ଦୁଇଗୋଡ଼କୁ ତାରରେ ବନ୍ଧାଯାଇଥିବା ଦେଖାଯାଇଛି। ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri