କର୍ମଚାରୀଙ୍କୁ ଦୀପାବଳିରେ କାର୍‌ ଉପହାର ଦେଲେ ଜୁଏଲର୍ସ ମାଲିକ

ଚେନ୍ନାଇ,୧୭।୧୦: ଚେନ୍ନାଇର ଏକ ଜୁଏଲର୍ସ ଦୋକାନର ମାଲିକ ଏହାର କର୍ମଚାରୀମାନଙ୍କୁ ଦୀପାବଳି ଉପହାର ଭାବରେ କାର ଏବଂ ବାଇକ ଦେଇଛନ୍ତି। ଚଲାନି ଜୁଏଲର୍ସ ଜୁଏଲର୍ସ ପକ୍ଷରୁ ଏହାର ୧୦ ଜଣ କର୍ମଚାରୀଙ୍କୁ କାର୍‌ ଏବଂ ୨୦ ଜଣ କର୍ମଚାରୀଙ୍କୁ ମୋଟର ସାଇକେଲ ଉପହାର ଦିଆଯାଇଛି। ଏହି ଉପହାର ପାଇ କିଛି କର୍ମଚାରୀଙ୍କ ଆଖିରେ ଖୁସିର ଲୁହ ଆସିଥିବା ବେଳେ କିଛି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଚଲାନି ଜୁଏଲର୍ସ ଜୟନ୍ତୀ ଲାଲ କହିଛନ୍ତି, ଏହି କର୍ମଚାରୀମାନେ ଉତ୍‌ଥାନ ପତନ ସମୟରେ ମଧ୍ୟ ଆମକୁ ସମର୍ଥନ କରିଛନ୍ତି। ଏହି ଉପହାର ହେଉଛି ସେମାନଙ୍କ କାର୍ଯ୍ୟକୁ ଉତ୍ସାହିତ କରିବା ଏବଂ ତାଙ୍କ ଜୀବନରେ କିଛି ନୂଆ ଯୋଗ କରିବା। ଏହି କର୍ମଚାରୀମାନେ ବ୍ୟବସାୟର ଉନ୍ନତି ସମୟରେ ମଧ୍ୟ ଆମକୁ ସମର୍ଥନ କରିଥିଲେ ଏବଂ ଲାଭ ପାଇବାରେ ଆମକୁ ସାହାଯ୍ୟ କରିଥିଲେ। ସେମାନେ କେବଳ କର୍ମଚାରୀ ନୁହନ୍ତି, ସେମାନେ ମଧ୍ୟ ଆମର ପରିବାର।
ଏହାପୂର୍ବରୁ ଜୟନ୍ତୀ ଲାଲ ତାଙ୍କ କର୍ମଚାରୀଙ୍କୁ ୮ଟି କାର ଏବଂ ୧୮ଟି ବାଇକ ତାଙ୍କ କର୍ମଚାରୀଙ୍କୁ ପ୍ରଦାନ କରିଥିଲେ। କାର୍ତ୍ତିକ ମାସର ୧୫ତମ ଦିନରେ ଦୀପାବଳି ପାଳନ କରାଯାଏ। ବିଶ୍ୱାସ କରାଯାଏ, ଏହିଦିନ ଭଗବାନ ରାମ ୧୪ ବର୍ଷର ବନବାସ ସାରି ଘରକୁ ଫେରିଥିଲେ। ଏହି ବର୍ଷ ଦୀପାବଳି ଅକ୍ଟୋବର ୨୫ରେ ପାଳନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri