Posted inଜାତୀୟ

ମିଗ -୨୯ କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ…

ପଣଜୀ,୧୨।୧୦ : ଗୋଆରେ ଏକ ମିଗ -୨୯ କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋଆ ଉପକୂଳରେ ନିୟମିତ ବିମାନ ଉଡ଼ାଣ ସମୟରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପାଇଲଟ ବାହାରକୁ ଆସିବାରେ ସଫଳ ହୋଇଛନ୍ତି। ଫଳରେ ତାଙ୍କ ଜୀବନ ରକ୍ଷା ପାଇଛୀ। ଭାରତୀୟ ନୌସେନା ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଯାନ୍ତ୍ରିକ ତ୍ରୁଟି ଜଣାପଡ଼ିବା ପରେ ବିମାନଟି ବେସକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀ କହିଛନ୍ତି।

ରୁଷର ମିକୋୟାଙ୍ଗ କମ୍ପାନୀ ଦ୍ୱାରା ନିର୍ମିତ ମିଗ -୨୯ କେ ବିମାନ ଭାରତୀୟ ସେନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ବାୟୁସେନାରେ ଏହାର ସଂଖ୍ୟା ୭୦ ପାଖାପାଖି ରହିଛି। ବାୟୁସେନା ସହିତ ଭାରତୀୟ ନୌସେନା ମଧ୍ୟ ଏହି ବିମାନ ବ୍ୟବହାର କରିଥାଏ।

ଏହାପୂର୍ବରୁ ରାଜସ୍ଥାନର ବାରମେରରେ ଚଳିତ ବର୍ଷ ଜୁଲାଇ ୨୯ ରେ ଟ୍ରେନିଂ ଉଡ଼ାଣ ସମୟରେ ଭାରତୀୟ ବାୟୁସେନାର ଏକ ମିଗ -୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ଉଭୟ ପାଇଲଟ ଶହୀଦ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷାରେ ଛାତ୍ରୀଙ୍କୁ ୨୦୦ରୁ ୨୧୨ ନମ୍ବର: ତଦନ୍ତ ନିର୍ଦ୍ଦେଶ

ଅହମ୍ମଦାବାଦ,୭ା୫: ଗୁଜରାଟର ଡାହୋଡ ଜିଲାରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ପରୀକ୍ଷାରେ ୨୦୦ରୁ ୨୧୨ ନମ୍ବର ଦିଆଯାଇଥିବା ଜଣାପଡ଼ିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି।...

ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ୍‌,୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିଛନ୍ତି। ସେ ଅହମ୍ମଦାବାଦ୍‌ା ନିଶାନ ହାୟର ସେକେଣ୍ଡାରୀ ସ୍କୁଲରେ ଭୋଟ ଦେଇଛନ୍ତି।...

VIDEO: ନିଜର ଡ୍ୟାନ୍ସ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଏକ୍ସ ହ୍ୟାଣ୍ଡେଲରୁ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେହି...

ଦେଶବାସୀଙ୍କୁ ଏମିତି ଅପିଲ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ୧୨ଟି ରାଜ୍ୟ-କେନ୍ଦ୍ର ଅଞ୍ଚଳରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ରେକର୍ଡ ସୃଷ୍ଟି କରିବାକୁ ତୃତୀୟ...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ: ମୋଦି-ଶାହା ଦେବେ ଭୋଟ

ନୂଆଦିଲ୍ଲୀ,୭।୫: ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଲୋକ ସଭା ଆସନରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ସକାଳ ୭ଟାରୁ...

ଓଡ଼ିଶାକୁ କେନ୍ଦ୍ରୀୟ ପାଣ୍ଠି ଯୋଗାଣ କମୁଛି କାହିଁକି? ମୋଦିଙ୍କ ଗସ୍ତକୁ ନେଇ କଂଗ୍ରେସର ପ୍ରଶ୍ନ

ନୂଆଦିଲ୍ଲୀ,୭ା୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଓଡ଼ିଶାକୁ ନିର୍ବାଚନୀ ପ୍ରଚାରରେ ଆସିଥିବାବେଳେ ତାଙ୍କ ଗସ୍ତକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ...

୩ ଘଣ୍ଟାରେ ଫେକ୍‌ କଣ୍ଟେଣ୍ଟ ହଟାଅ:ରାଜନୈତିକ ଦଳଙ୍କୁ ଇସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୭ା୫(ପି.ଟି.):ନିର୍ବାଚନ ପ୍ରଚାର ବେଳେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଯୁକ୍ତିର ଦୁରୁପଯୋଗ କରାଯାଇ ଡିପ୍‌ ଫେକ୍‌ ପ୍ରସ୍ତୁତ କରାଯିବା ଏବଂ ତଥ୍ୟକୁ ବିକୃତ କରାଯାଉଥିବାରୁ ନିର୍ବାଚନ କମିଶନ(ଇସି)...

ଆଜି ୯୩ ଆସନରେ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୭ା୫:ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଲୋକ ସଭା ଆସନରେ ମତଦାନ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri