Posted inଫୁରସତ

କଥା ଜିଲାପିର

ଚିନି ଶିରାରେ ଭିଜା କୁର୍‌ମୁରା ଲାଲ ଓ ନାରଙ୍ଗୀ ରଙ୍ଗର ମିଷ୍ଟାନ୍ନ ଇଏ। ଦେଖିବାକୁ ତେଢ଼ାମେଢ଼ା ଗୋଲ ଗୋଲ। ପାଟିକୁ ଗଲେ ମନ ଖୁସିରେ ଭରିଯାଏ। ଏଇ ହେଉଛି ଜିଲାପି। ଛୋଟ ପିଲାଙ୍କଠୁ ଆରମ୍ଭକରି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ଇଏ। ଆଉ ଗରମ ଗରମ ଜିଲାପି ଖାଇବାର ମଜା ତ ଅଲଗା। ଭାରତର ବିଭିନ୍ନ ରାଜ୍ୟରେ ଛୋଟ ବଡ଼ ବିଭିନ୍ନ ଆକାରର ଜିଲାପି ଦେଖିବାକୁ ମିଳେ। କମ୍‌ ମୂଲ୍ୟରେ ତାଜା ଜିଲାପି ମିଳୁଥିବାରୁ ଲୋକେ ମନ ଖୁସିରେ ଖାଇଥାନ୍ତି। ଖୁସିର ଅବସର ତଥା ଉତ୍ସବ ସମୟରେ ତ ଏହାର ଚାହିଦା ବେଶି ଥାଏ। ଅନେକ ସ୍ଥାନରେ ଜିଲାପି ସହ ରାବିଡ଼ି, କ୍ଷୀର ଖିଆଯାଏ। ପୁଣି କେଉଁଠି ଏହାକୁ ଦହି ସହ ବି ଖିଆଯାଏ। ହେଲେ ଜାଣନ୍ତି ଏହାର ଇତିହାସ ସମ୍ପର୍କରେ। ଆଉ କ’ଣ ସବୁ ରୋଚକ କଥା ରହିଛି ଜିଲାପି ବିଷୟରେ…

ଜିଲାପିର ଆରମ୍ଭ: ଭାରତରେ ଜିଲାପିର ଇତିହାସ ୫୦୦ ବର୍ଷ ପୁରୁଣା ବୋଲି ବିଶ୍ୱାସ କରାଯାଏ। କୁହାଯାଏ ତୁର୍କୀ ଆକ୍ରମଣକାରୀଙ୍କ ସହ ଏହା ଭାରତକୁ ଆସିଥିଲା। ସମୟକ୍ରମେ ଏହାର ନାମ, ପ୍ରସ୍ତୁତି ପ୍ରଣାଳୀ ଓ ସ୍ବାଦରେ ଆସିଛି ଅନେକ ପରିବର୍ତ୍ତନ। ଆରବୀୟ ଶବ୍ଦ ‘ଜଲାବିୟା’ ଅବା ଫାରସୀ ଶବ୍ଦ ‘ଜଲିବିୟା’ରୁ ‘ଜଲେବି’ ଶବ୍ଦ ଆସିଛି ବୋଲି ଧରାଯାଏ। ଯାହା ଓଡ଼ିଶାରେ ଜିଲାପି ନାମରେ ବେଶ୍‌ ପରିଚିତ। ମଧ୍ୟକାଳୀନ ପୁସ୍ତକ ‘କିତାବ- ଅଲ -ତବିକ’ରେ ‘ଜଲାବିୟା’ ନାମକ ମିଠେଇର ବର୍ଣ୍ଣନା ରହିଛି। ଯାହା ପଶ୍ଚିମ ଏସିଆରୁ ଆସିଥିବା ଶବ୍ଦ । ଜିଲାପି ଭାରତ ନୁହେଁ ଇରାନରେ ବି ମିଳିଥାଏ। ସେଠାରେ ଏହାକୁ ‘ଜୁଲାବିୟା’ ବା ‘ଜୁଲୁବିୟା’ କୁହାଯାଏ। ଆରବୀୟ ପାକକଳା ପୁସ୍ତକରେ ‘ଜୁଲୁବିୟା’ ପ୍ରସ୍ତୁତି ପ୍ରଣାଳୀ ବି ରହିଛି। ୧୭ ଶତାବ୍ଦୀରେ ‘ଭୋଜନକୁଟୁହଲା’ ନାମକ ପୁସ୍ତକରେ ଓ ସଂସ୍କୃତର ପୁସ୍ତକ ‘ଗୁଣ୍ୟଗୁଣବୋଧିନି’ରେ ବି ଜିଲାପି ସମ୍ପର୍କରେ ଉଲ୍ଲେଖ ରହିଛି।

ଜିଲାପିର ପ୍ରକାର
ଜିଲାପି ପ୍ରସ୍ତୁତି ପ୍ରଣାଳୀ ଓ ସ୍ବାଦ ପ୍ରାୟ ସବୁ ସ୍ଥାନରେ ଏକାପରି ହୋଇଥିଲେ ହେଁ ଭିନ୍ନ ଭିନ୍ନ ସ୍ଥାନରେ ଏହାର ଭିନ୍ନ ଆକାରକୁ ନେଇ ଭିନ୍ନ ଭିନ୍ନ ନାମ ରହିଛି।

ଜଲେବା: ମଧ୍ୟପ୍ରଦେଶର ଇନ୍ଦୋରରେ ୩୦୦ ଗ୍ରାମର ଗୋଟିଏ ଜିଲାପି ମିଳିଥାଏ। ଏଥିରେ ଗ୍ରେଟେଡ୍‌ ପନିର ପକାଯାଇଥାଏ। ଏଠାରେ ଏହାକୁ ‘ଜଲେବା’ କୁହାଯାଏ।

ଚନାର ଜିଲ୍‌ପି: ପଶ୍ଚିମବଙ୍ଗରେ ଏହାକୁ ‘ଚନାର ଜିଲ୍‌ପି’ କୁହାଯାଏ। ସ୍ବାଦରେ ଏହା ବଙ୍ଗାଳୀ ଗୋଲାପ ଜାମୁନ ପଣ୍ଟୁଆ ପରି ହୋଇଥାଏ, ଯାହାକୁ କ୍ଷୀର ମାଓ୍ବାରେ ପ୍ରସ୍ତୁତ କରାଯାଇଥାଏ।

ବିଦେଶରେ ଜିଲାପି
ଜିଲାପି କେବଳ ଭାରତରେ ନୁହେଁ, ଅନ୍ୟ ଦେଶରେ ବି ମିଳିଥାଏ। ଲେବାନନ୍‌ରେ ଜିଲାପି ଏକ ଲମ୍ବାକାର ପେଷ୍ଟ୍ରି । ଇରାନରେ ଏହାକୁ ‘ଜୁଲୁବିୟା’, ଟ୍ୟୁନୁଶିୟାରେ ‘ଜଲାବିୟା’ ଓ ଆରବରେ ଜିଲାପିକୁ ‘ଜଲାବିୟା’ କୁହାଯାଏ। ଆଫଗାନିସ୍ତାନରେ ମାଛ ସହ ଜିଲାପି ପରଷା ଯାଇଥାଏ। ଶ୍ରୀଲଙ୍କାରେ ବି ଲୋକେ ଜିଲାପି ଖାଆନ୍ତି। ଏଠାରେ ଏହାକୁ ‘ପାନି ବିଲାଲୁ’ କୁହାଯାଏ। ଏହା ଜିଲାପି ପରି ଦେଖିବାକୁ ହୋଇଥାଏ। ନେପାଳରେ ‘ଜେରି ମିଠାଇ’ ଜିଲାପିର ଏକ ରୂପ ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri