Posted inଜାତୀୟ

ଗୁଜରାଟର ମୋଢେରା ପ୍ରଥମ ସୌର ବିଦ୍ୟୁତ ଚାଳିତ ଗାଁ, ଯୋଡି ହେବ ଐତିହାସିକ ସଫଳତା…

ଅହମଦାବାଦ,୯।୧୦ : ଚାଲୁକ୍ୟ ରାଜବଂଶ ଦ୍ୱାରା ନିର୍ମିତ ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧ ଗୁଜରାଟର ମେହସାଣାର ମୋଢେରା ଗାଁ ନାମରେ ରବିବାର ସନ୍ଧ୍ୟାରେ ଏକ ଐତିହାସିକ ସଫଳତା ଯୋଡି ହେବ। ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଢେରାକୁ ଦେଶର ପ୍ରଥମ ସୌର ବିଦ୍ୟୁତ ଚାଳିତ ଗାଁ ବୋଲି ଘୋଷଣା କରିବେ। ମୋଢେରାର ପ୍ରତ୍ୟେକ ଘରକୁ ସୋଲାର ପ୍ୟାନେଲରୁ ୨୪ ଘଣ୍ଟା ସୌର ଶକ୍ତି ମିଳିବ। ଗାଁରେ ଏଥିପାଇଁ ପ୍ରାୟ ୧୩୦୦ ଟି ସୋଲାର ପ୍ୟାନେଲ ଲଗାଯାଇଛି। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥିତି ସୁଦୃଢ଼ ପାଇଁ ଏଠାରେ ୩,୯୦୦ କୋଟି ଟଙ୍କା ମୂଲ୍ୟ ଯୋଜନାର ମୂଳଦୁଆ ଏହା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପକାଯିବ।

ମୋଢେରା ଏକ ସଂରକ୍ଷିତ ପ୍ରତ୍ନତାତ୍ତ୍ୱିକ ସ୍ଥାନ, ଯାହାର ଐତିହାସିକ ସୂର୍ଯ୍ୟ ମନ୍ଦିରରେ ମଧ୍ୟ ରବିବାର ଠାରୁ ଥ୍ରୀ-ଡି ପ୍ରୋଜେକ୍ଟ ସୁବିଧା ଆରମ୍ଭ ହେବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସୌର ଚାଳିତ ଥ୍ରୀ- ଡି ପ୍ରୋଜେକ୍ଟ ଉତ୍ସର୍ଗ କରାଯିବ ଏବଂ ଏହା ପର୍ଯ୍ୟଟକ ଏବଂ ଭକ୍ତମାନଙ୍କୁ ପ୍ରତ୍ୟେକ ସନ୍ଧ୍ୟାରେ ମୋଢେରାର ସମ୍ମାନଜନକ ଇତିହାସ ସହିତ ପରିଚିତ କରାଇବ। ଗୁଜରାଟ ସରକାରଙ୍କ ଅନୁଯାୟୀ ଏହି ପ୍ରକଳ୍ପ ଅଧୀନରେ ମନ୍ଦିର ପରିସରରେ ଆଲୋକ ବ୍ୟବସ୍ଥା କରାଯାଇଛି। ଏହାକୁ ଦେଖିବା ପାଇଁ ସାଧାରଣ ଜନତା ସନ୍ଧ୍ୟା ୬ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ମନ୍ଦିର ପରିଦର୍ଶନ କରିପାରିବେ। ସୂର୍ଯ୍ୟ ମନ୍ଦିର ପୁଷ୍ପାବତୀ ନଦୀ କୂଳରେ ମେହସାଣା ଜିଲାର ମୋଢେରା ଠାରେ ଅବସ୍ଥିତ। ଏହି ମନ୍ଦିର ୧୦୨୬-୨୭ ମଧ୍ୟରେ ଚାଲ୍ୟୁକ ରାଜବଂଶର ମହାରାଜା ଭୀମ ପ୍ରଥମଙ୍କ ଦ୍ୱାରା ନିର୍ମିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri