ଆଜି ଧନଦାତ୍ରୀଙ୍କ ଧରାବତରଣ

ଢେଙ୍କାନାଳ ଅଫିସ, ୯।୧୦: ମଣ୍ଡପରେ ସରିଛି ସାଜସଜ୍ଜା। ଶେଷସ୍ପର୍ଶ ପରେ ଦାଉଦାଉ ହୋଇ ଝଟକୁଛନ୍ତି ମା’ ପଦ୍ମାଳୟାଙ୍କ ମୃଣ୍ମୟୀ ପ୍ରତିମା। ପାରମ୍ପରିକ ନୀତି ଅନୁଯାୟୀ ଜୀବନ୍ୟାସ ପରେ ଧରାବତରଣ କରିବେ ଧନଦାତ୍ରୀ। ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା କୁ ଆଉ ମାତ୍ର କେଇଘଣ୍ଟା ବାକିଥିବାବେଳେ ସେହି ମହାର୍ଘ୍ୟ ବେଳାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଆବାଳ ବୃଦ୍ଧ ବନିତା। ମା’ଙ୍କ ଆବାହନ ପାଇଁ ୩୮ ମଣ୍ଡପରେ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଉତ୍ସବମୁଖର ହୋଇଉଠିଛି ପରିବେଶ।
କୁମାର ପୂର୍ଣ୍ଣିମା ଅବସରରେ ରବିବାର ସନ୍ଧ୍ୟାରୁ ଆରମ୍ଭ ହେବ ୧୧ ଦିନାତ୍ମକ ପ୍ରସିଦ୍ଧ ଲକ୍ଷ୍ମୀପୂଜା। ୧୯ ତାରିଖରେ ସିନ୍ଧୁସୂତାଙ୍କୁ ମେଲାଣି ଦେବେ ସହରବାସୀ। ମା’ଙ୍କ ଏହି ପୂଜା ପାଇଁ ସହର ନବବଧୂ ଭଳି ସଜେଇ ହୋଇଛି। ଆଖି ଝଲସାଇ ଦେଉଥିବା ରଙ୍ଗିନ ଆଲୋକମାଳା, ସୁଉଚ୍ଚ ତୋରଣ, ଚିତ୍ତାକର୍ଷକ ସାଜସଜ୍ଜା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଚଳିତବର୍ଷ ମିନାବଜାର, ଜବାହରଚୌକ, ଲକ୍ଷ୍ମୀବଜାର, ଗଣେଶ ବଜାର, ମହାବୀର ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର, କାରିଗର ସାହି, ବାଜିଚୌକ, ଗୋଲ୍‌ଡେନ୍‌ ଷ୍ଟ୍ରିଟ୍‌ ଗୁଡ଼ିଆନାଳୀ, ରାଧାକ୍ରିଷ୍ଣ ବଜାର, ପଦ୍ମ ବଜାର, ଜୁବିଲି ଟାଉନ-୧, କ୍ରିଷ୍ଣା ବଜାର, କୈବଲ୍ୟ ବଜାର, ଦେଉଳସାହି, ମା’ ଅନ୍ନପୂର୍ଣ୍ଣା ଆସ୍ଥାନ ସିମିଳିଆ, ଷ୍ଟେଶନ ବଜାର, କଲେଜ ବଜାର, ଗାନ୍ଧୀ ବଜାର, ଚନ୍ଦନ ବଜାର, ବସଷ୍ଟାଣ୍ଡ, ଦୁର୍ଗାବଜାର, କାଳିକାନଗର, ରାମେଶ୍ୱରପୁର, ନେହେରୁ ବଜାର, ଜୁବିଲି ଟାଉନ-୩, ସ୍ବପ୍ନେଶ୍ୱର ବଜାର କୋରିଅଁା, ଭଗବାନପୁର, ଗୋପବନ୍ଧୁ ବଜାର, ରତନ ବଜାର, ଖମାର ସାହି, ହାଟରୋଡ୍‌, ଅରବିନ୍ଦ ବଜାର, କଣ୍ଟାନାଳୀ ବାଇପାସ୍‌, ବନମାଳୀପ୍ରସାଦ, ଜେନାଦେଈ ବଜାର, ନିର୍ମାଲ୍ୟ ବଜାର ପ୍ରତିଷ୍ଠାନ ପକ୍ଷରୁ ଜାକଜମକରେ ପୂଜା ହେଉଛି। ମିନାବଜାର, କୈବଲ୍ୟ ବଜାର, ଗୁଡିଆନାଳୀ, ଗଣେଶ ବଜାର ଏବଂ ଲକ୍ଷ୍ମୀବଜାର ପକ୍ଷରୁ ଚାନ୍ଦିମେଢ଼ରେ ମା’ ଦର୍ଶନ ଦେବେ।
ଚଳିତବର୍ଷ ଲକ୍ଷ୍ମୀବଜାରର ପ୍ଲାଟିନମ୍‌ ଜୁବିଲି (୭୫ବର୍ଷ ପୂର୍ତ୍ତି) ଉପଲକ୍ଷେ ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସୋମବାର ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି କାଳିକାନଗର ପୂଜା ପ୍ରତିଷ୍ଠାନ ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ୫ଦିନ ବ୍ୟାପୀ ସୁବର୍ଣ୍ଣ ଜୟନ୍ତୀ ଏବଂ ମହିଷାପାଟସ୍ଥିତ ଅରବିନ୍ଦବଜାର ପୂଜା ପ୍ରତିଷ୍ଠାନର ୨୫ବର୍ଷ ପୂରଣ ଅବସରରେ ରୌପ୍ୟ ଜୟନ୍ତୀ ପାଳନ କରୁଛି। ପରମ୍ପରା, ସାମାଜିକ ଓ ପୌରାଣିକ କଥାବସ୍ତୁକୁ ନେଇ ମଣ୍ଡପରେ ହୋଇଥିବା ସାଜସଜ୍ଜା ବେଶ୍‌ ଚିତ୍ତାକର୍ଷକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri