ଗୋହିରା ଡ୍ୟାମ୍‌ ଜଳରେ ଭାସିଯାଇଥିବା ୯ ଉଦ୍ଧାର

ରିଆମାଳ/ଦେବଗଡ଼,୮।୧୦ (ଡି.ଏନ୍‌.ଏ.): ଦେବଗଡ ଜିଲାର ଗୋହିରା ଡ୍ୟାମର ଜଳ ନିଷ୍କାସନ ବେଳେ ଭାସିଯାଇଥିବା ୯ଜଣ ଉଦ୍ଧାର ହୋଇଛନ୍ତି। ଶୁକ୍ରବାର ତଳମୁଣ୍ଡରେ ଗୋହିରା ନାଳରେ ଫଟୋ ଉଠାଇବାକୁ ଯାଇଥିବା ୫ଜଣ ଓ ଗାଧୋଇବାକୁ ଯାଇଥିବା ୪ଜଣ ଭାସିଯାଇଥିଲେ। ଭାସିଯାଇଥିବା ସମସ୍ତେ ରିଆମାଳ ଥାନା କଂସରଫାଣ୍ଡି ଦୁଧିଆନାଳୀ ପଞ୍ଚାୟତ ଅନ୍ତର୍ଗତ ଜାମ୍ବୁନାଳୀ ଗ୍ରାମର ବୋଲି ଜଣାପଡିଛି। ସୂଚନା ଅନୁସାରେ ଗୋହିରା ଡ୍ୟାମ କର୍ମଚାରୀ ସକାଳ ୭ଟା ବେଳେ ଜଳ ନିଷ୍କାସନ ପାଇଁ ସାଇରନ ସୂଚନା ପ୍ରଦାନ କରିଥିଲେ। ୮ଟା ସମୟରେ ୫ଟି ଗେଟ୍‌ରୁ ଗୋଟିଏ ଗେଟ୍‌ ଖୋଲିଥିଲେ। ସେହି ସମୟରେ ଗୋହିରାର ତଳ କେନାଲରେ ଜାମ୍ବୁନାଳୀ ଗ୍ରାମର ଗୋଟିଏ ସ୍ଥାନରେ ୫ଜଣ ଫଟୋ ଉଠାଉଥିଲେ। ସେହି ନିକଟରେ ଆଉ ଏକ ସ୍ଥାନରେ ୪ଜଣ ଗାଧୋଉଥିଲେ । ଏମାନେ ଜଳ ନିଷ୍କାସନ ସୂଚନା ଜାଣି ନ ଥିଲେ। ଗେଟ୍‌ ଖୋଲିବା ପରେ ପ୍ରଖର ସ୍ରୋତରେ ଜଳ କେନାଲ ଦେଇ ଆସିଥିଲା । ଫଳରେ ସମସ୍ତେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ କୌଶଳ କ୍ରମେ ଉପରକୁ ଉଠି ଆସି ଚିତ୍କାର କରିଥିଲେ। ଫଳରେ ସ୍ଥାନୀୟ ଲୋକ ଦୌଡି ଆସି ଜଣକୁ ଉଦ୍ଧାର କରିବାର ସକ୍ଷମ ହୋଇଥିଲେ। ସେମାନେ ଅଗ୍ନିଶମ ବାହିନୀ ଓ ଫାଣ୍ଡିକୁ ଫୋନ କରିଥିଲେ  । ଖବରପାଇ ଗୋହିରା କର୍ମଚାରୀ ଗେଟ୍‌ ବନ୍ଦ କରିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଆଉ ୬ଜଣକୁ ଉଦ୍ଧାର କରିଥିଲେ ା ସମସ୍ତେ ସୁସ୍ଥଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ସରକାରୀ ଓକିଲ ନିଯୁକ୍ତି: ଭଞ୍ଜନଗର-ଜଗନ୍ନାଥପ୍ରସାଦ କୋର୍ଟରେ ୧୪ ଜଣ ନିଯୁକ୍ତ,ଜାଣନ୍ତୁ… 

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ମହିଳା ହେବେ ସଶକ୍ତ: ମିଶନ ଶକ୍ତି କାଫେ ଉଦଘାଟିତ

ତୁମୁଡିବନ୍ଧ,୨୬।୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri