Posted inଜାତୀୟ

ଚଣ୍ଡିଗଡ଼ ଭିଡିଓ ଭାଇରାଲ ପଛରେ ରହିଛି ବିଦେଶୀ ଲିଙ୍କ୍‌

ଚଣ୍ଡିଗଡ଼,୨୦।୯: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଓ୍ବାଶ୍‌ରୁମ୍‌ରୁ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହେବା ଅଭିଯୋଗର ତଦନ୍ତ ପାଇଁ ପଞ୍ଜାବ ପୋଲିସ ୩ ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଛି। ବରିଷ୍ଠ ଆଇପିଏସ୍‌ ଅଫିସର ଗୁରପ୍ରୀତ୍‌ କୌର ଦେଓଙ୍କ ତତ୍ତ୍ୱାବଧାନରେ ଗଠିତ ଟିମ୍‌ରେ ସମସ୍ତ ସଦସ୍ୟ ମହିଳା ଅଛନ୍ତି। ଭିଡିଓ ଭାଇରାଲ ଘଟଣାରେ ସମ୍ପୃକ୍ତ କୌଣସି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ ବୋଲି ପଞ୍ଜାବ ପୋଲିସ ଡିଜି ଗୌରବ ଯାଦବ କହିଛନ୍ତି। ଅନ୍ୟପକ୍ଷେ ଏହି ଘଟଣାରେ ବିଦେଶୀ ଲିଙ୍କ୍‌ ଥିବା ଅଭିଯୋଗ ହୋଇଛି। ଜଣେ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଜଣେ ବିଦେଶରୁ ଫୋନ୍‌ କରି ଚୁପ୍‌ ରହିବାକୁ ଧମକ ଦେଇଥିଲେ। ଯଦି ଏଭଳି ନ କର ତେବେ ତୁମର ବି ଭିଡ଼ିଓ ଭାଇରାଲ କରାଯିବ ବୋଲି ଧମକ ଦେଇଥିଲେ। ତେବେ ଏହି ତଥ୍ୟ ସାମ୍ନାକୁ ଆସିବ ପରେ ପୋଲିସ ଏହି ମାମଲାରେ ବିଦେଶୀ ଲିଙ୍କ୍‌ ନେଇ ମଧ୍ୟ ଖୋଳତାଡ଼ କରିବ।

ଅନ୍ୟପକ୍ଷେ ଭିଡିଓ ଲିକ୍‌ ପରେ ୟୁନିଭର୍ସିଟିର ଛାତ୍ରୀମାନେ ଓ୍ବାଶ୍‌ରୁମ୍‌ ବ୍ୟବହାର କରିବାକୁ ଭୟ କରୁଛନ୍ତି। ଅନେକ ଛାତ୍ରୀ ହଷ୍ଟେଲ ଛାଡ଼ି ଘରକୁ ପଳାଇଛନ୍ତି।
ଆପତ୍ତିଜନକ ଭିଡିଓ ଭାଇରାଲ ଏବଂ କେତେଜଣ ଛାତ୍ରୀ ଆତ୍ମହତ୍ୟା କରିବା ଖବର ପ୍ରକାଶ ପରେ ଶନିବାର ରାତିରେ ୟୁନିଭର୍ସିଟି କ୍ୟାମ୍ପ୍‌ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉତ୍ତେଜନା ଲାଗିରହିଥିବାରୁ ବିଶ୍ୱବିଦ୍ୟାଳୟକୁ ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଭିଡିଓ ଭାଇରାଲ କରିଥିବା ଛାତ୍ରୀଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯିବା ପରେ ଅଧିକ ପଚରାଉଚରା ପାଇଁ ସେମାନଙ୍କୁ ୭ ଦିନ ପାଇଁ ପୋଲିସ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri