ଯୁବକଙ୍କ ଅପହରଣ ନେଇ ଥାନାରେ ଅଭିଯୋଗ

ବଲାଙ୍ଗୀର ଅଫିସ/ ଲାଠୋର, ୧୯ା୯ (ଡି.ଏନ୍‌.ଏ.): ଜଣେ ଯୁବକଙ୍କୁ ଘରୁ ଅପହରଣ କରାଯାଇଥିବା ନେଇ ବଲାଙ୍ଗୀର ଜିଲା ଲାଠୋର ଥାନାରେ ଲିଖିତ ଅଭିଯୋଗ ହେବାପରେ ଜିଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ଅଭିଯୋଗକାରିଣୀ ୩ଜଣଙ୍କ ନଁାରେ ଏବଂ ଜଣେ ଅଜଣା ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଜଣେ ଏନଏସି ଅଧ୍ୟକ୍ଷଙ୍କ ସମ୍ପୃକ୍ତି ରହିଥିବା ଚର୍ଚ୍ଚା ହେବା ପରେ ଘଟଣାଟି ଆଲୋଡନ ଖେଳାଇ ଦେଇଛି। ଲାଠୋର ଥାନା ପୋଲିସ ଏହି ଘଟଣା ସମ୍ପର୍କରେ ୪ଜଣଙ୍କ ନଁାରେ ମାମଲା ରୁଜୁ କରିଥିଲେ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ଘଟଣାକୁ ନେଇ ପାଟି ଖୋଲୁନାହିଁ।
ଲାଠୋର ନିବାସୀ କୌଶଲ୍ୟାଦେବୀ ଅଗ୍ରୱାଲ(୪୬) ଥାନାରେ ରବିବାର ତାଙ୍କ ପୁଅ ଦୀନଦୟାଲ ଅଗ୍ରୱାଲ(୨୮)ଙ୍କୁ ୪ ଜଣ ବ୍ୟକ୍ତି ଅପହରଣ କରିନେଇଥିବା ଅଭିଯୋଗ କରିଥିଲେ। ଅଭିଯୋଗପତ୍ରରେ ସେ ଉଲ୍ଳେଖ କରିଥିଲେ ଯେ, ରବିବାର ମଧ୍ୟାହ୍ନ ୧୨ଟା ୩୦ରେ ତାଙ୍କ ଘରକୁ ରାୟପୁରର ସୁନୀଲ ଅଗ୍ରୱାଲ, ଅଜୟ ଅଗ୍ରୱାଲ, କଣ୍ଟାବାଞ୍ଜିର ନାଗୁ ସିଂ ସାଲୁଜା ଏବଂ ଅନ୍ୟ ଜଣେ ବ୍ୟକ୍ତି ଆସି ତାଙ୍କ ପୁଅ ଦୀନଦୟାଲଙ୍କୁ ମାଡ ମାରି ଜୋର ଜବରଦସ୍ତି ଏକ କାରରେ ଉଠାଇ ନେଇଥିଲେ। ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଧକ୍କା ଦେଇଥିବା କୌଶଲ୍ୟାଦେବୀ ଅଭିଯୋଗ କରିଥିଲେ। ତାଙ୍କ ପୁଅକୁ ଜୀବନରେ ମାରିଦେବାର ଧମକ ଦିଆଯାଇଥିବା କହିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଲାଠୋର ଥାନାରେ ଏକ ମାମଲା (୧୦୮/୨୨) ରୁଜୁ କରିଥିଲା। ଅପହରଣ ପଛର କାରଣ ସମ୍ପର୍କରେ ଅଭିଯୋଗପତ୍ରରେ କିଛି ଲେଖାଯାଇନାହିଁ। ତେବେ ପୋଲିସ ଦଫା ୩୪୧, ୩୬୫, ୩୨୩, ୫୦୬, ୩୪ରେ ମାମଲା ରୁଜୁ କରିଛି। ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ ଗଣମାଧ୍ୟମକୁ କିଛି ବି ସୂଚନା ଦେଇନାହିଁ। ଅନ୍ୟପକ୍ଷେ ଏହି ମାମଲାରେ ଜଣେ ଏନ୍‌ଏସି ନଗରପାଳଙ୍କ ସମ୍ପୃକ୍ତି ଚର୍ଚ୍ଚା ପ୍ରଚାରିତ ହେବା ପରେ ଘଟଣାଟି ରାଜନୈତିନ ନଁା ବ୍ୟବସାୟିକ ତାକୁ ନେଇ ସାଧାରଣରେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି। ପାଟଣାଗଡ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତାଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୭୯୦୬୦୬୦ରେ ଯୋଗାଯୋଗ କରାଯାଇଥିଲା। ହେଲେ ରିଙ୍ଗ୍‌ ହେବା ସେତ୍ତ୍ୱ ସେ ଫୋନ୍‌ ରିସିଭ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଲାଠୋର ଥାନାଧିକାରୀ ଏନେଇ କିଛି କହିବାକୁ ମନା କରିଦେଇଛନ୍ତି। ତେବେ ଅସମର୍ଥିତ ସୂତ୍ରରୁ ମିଳିଥିବା ଖବର ମୁତାବକ ପୋଲିସ ଅପହୃତ ଯୁବକଙ୍କୁ ଉଦ୍ଧାର କରି ଘରେ ଛାଡିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା...

ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ

ପୋଲସରା,୩।୫(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri