ଜଳବନ୍ଦୀରେ ଗଣିଆସାହି, ଗତିପଥ ବଦଳାଉଛି ବାହୁଦା

ଦିଗପହଣ୍ଡି,୧୨ା୯(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣ ବର୍ଷାରେ ଦିଗପହଣ୍ଡି ବ୍ଲକ ସି.ଏଚ୍‌ ଟିକରପଡା ଗ୍ରାମର ଗଣିଆସାହି ବାସିନ୍ଦା ଗତ ତିନିଦିନ ହେଲା ଜଳବନ୍ଦୀରେ କାଳାତିପାତ କରୁଛନ୍ତି। ସାହି ମଝିରେ ତିନିଫୁଟ ଉଚ୍ଚର ପାଣି ଲହଡି ମାରୁଛି। ଜଳ ନିଷ୍କାସନ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ସାହି ଲୋକମାନେ ନାହଁିନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହା ସହିତ ସାହିର ୭ ପରିବାରଙ୍କ ଗୁହାଳ ଘର ଭୁଶୁଡି ପଡିଛି। ଗଣିଆ ସାହିର ବହୁ ବର୍ଷ ହେଲା ଏଭଳି ଅବସ୍ଥା ଉପୁଜିଛି। ସାମାନ୍ୟ ବର୍ଷା ହେଲେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ସରପଞ୍ଚଙ୍କ ଠାରୁ ବିଧାୟକ, ଏମ୍‌ପିଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ କୌଣସି ସୁଫଳ ମିଳୁନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ ଗଣିଆସାହି ଲୋକମାନେ ଅଭିଶପ୍ତ ଜୀବନଯାପନ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଦିଗପହଣ୍ଡି ତହସିଲଦାର ସିପକ୍‌ କୁମାର ପାତ୍ର ଘଟଣା ସ୍ଥଳକୁ ଯାଇ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏଭଳି ଅବସ୍ଥା ସମ୍ପର୍କରେ ସାହି ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। ସାହିର ଜଳ ନିଷ୍କାସନ ପାଇଁ ୧୦ ଲକ୍ଷ ଟଙ୍କାର ଡ୍ରେନେଜ୍‌ ନିର୍ମାଣ ପାଇଁ ମଞ୍ଜୁର ହୋଇ ରହିଛି, କିନ୍ତୁ କେତେକ ସାହି ବାସିନ୍ଦାଙ୍କ ରହିତ ଜମି ଅଧିଗ୍ରହଣ ପାଇଁ ରାଜି ହୋଇନଥିବାରୁ ଏହାର ସ୍ଥାୟୀ ସମାଧାନ ଦିଗରେ ପ୍ରତିବନ୍ଧକ ସାଜିଛି ବୋଲି ତହସି୍‌ଲଦାର କହିବା ସହିତ ସ୍ଥାନୀୟ ସରପଞ୍ଚଙ୍କ ସହିତ ଆଲୋଚନା କରି ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ତହସି୍‌ଲଦାର କହିଛନ୍ତି। ଏହି ପଞ୍ଚାୟତର ବଜ୍ରଗୁମ୍ମା ଗଁା ଲୋକ ଅତ୍ୟନ୍ତ ଭୟଭିତ ଆବସ୍ଥାରେ ରହିଛନ୍ତି। ଗଁା ପାର୍ଶ୍ୱ ଦେଇ ବାହୁଦା ନଦୀ ପ୍ରଭାବିତ ହେଉଛି। ଫଳରେ ବଜ୍ରଗୁମ୍ମା ଓ ଜଗଦଳପୁର ଗ୍ରାମକୁ ସଂଯୋଗ ହୋଇଥିବା ରାସ୍ତା ନଦୀ ଗର୍ଭରେ ବିଲିନ ହେବାକୁ ବସିଛି। ବାହୁଦା ନଦୀ ତାର ଗତିପଥ ବଦଳାଇ ବନ୍ୟାଜଳ ପ୍ରଭାବିତ ହୋଇଥିବା ଯୋଗୁ ବଜ୍ରଗୁମ୍ମା ଗ୍ରାମର ଅନେକ ଚାଷୀଙ୍କ ଏକର ଏକର ପନିପରିବା ଫସଲ ନଷ୍ଟ ହୋଇଛି। ଏ ସମ୍ପର୍କିତ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ସ୍ଥାନୀୟ ବିଧାୟକ, ଏମ୍‌ପି, ଜିଲାପାଳ, ତହସି୍‌ଲଦାର ଘଟଣା ସ୍ଥଳକୁ ଯାଇ ବଜ୍ରଗୁମ୍ମା ଗଁା ଲୋକ କିଭଳି ରହିଛନ୍ତି ସେ ସମ୍ପର୍କରେ ଜାଣିବାକୁ ଗ୍ରାମର ଅନୀଲ୍‌ କୁମାର ମିଶ୍ର ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri