Posted inଫୁରସତ

କୁକୁରର ଓଜନ ୭୦ କିଲୋଗ୍ରାମରୁ ଅଧିକ, ଭିଡିଓ ଦେଖିଲେ…

ମଣିଷ ଏବଂ କୁକୁରମାନଙ୍କ ମଧ୍ୟରେ ସମ୍ପର୍କ ବେଶ୍‌ ଘନିଷ୍ଠ। ଏପରିକି ମଣିଷମାନେ ନିଜ ପିଲାମାନଙ୍କ ପରି କୁକୁରଙ୍କୁ ବଢ଼ାଇଥାନ୍ତି। ଆଜିର ଯୁଗରେ ଅନେକ ପ୍ରଜାତିର କୁକୁର ଦେଖିବାକୁ ମିଳୁଛି। ଲୋକମାନେ ସେମାନଙ୍କର ଷ୍ଟାଟସ୍‌ ଅନୁଯାୟୀ କୁକୁର କିଣିଥାନ୍ତି ଏବଂ ରକ୍ଷାଣାବେକ୍ଷଣ କରିଥାନ୍ତି। ଅନେକ କେବଳ ଶୋ’ ପାଇଁ ସବୁଠାରୁ ମହଙ୍ଗା ପ୍ରଜାତିର କୁକୁର କିଣନ୍ତି। ପ୍ରତ୍ୟେକ ପ୍ରଜାତିର ମୂଲ୍ୟ ମଧ୍ୟ ଅଲଗା ଅଟେ। ଏବେ ଏପରି କୁକୁରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାର ଉଚ୍ଚତା ଏବଂ ଓଜନ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

 

ଅନେକ ଲୋକ ଏହାର ନାମ ରିଅଲ ଲାଇଫ୍‌ କ୍ଲିଫୋର୍ଡ ରଖିଛନ୍ତି। ଏହାର ଆକାର ଏବଂ ଶରୀରରେ ଲୋମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଆଲାସ୍କାନ କୁକୁରର କେଶ କାଟିବା ପାଇଁ ଗ୍ରୁମ୍‌କୁ ଆଣିଥିଲେ। ଏହାର ଓଜନ ୭୦ କିଲୋଗ୍ରାମରୁ ଅଧିକ। ଉଚ୍ଚତା ୭୦ ସେଣ୍ଟିମିଟରରୁ ବି ଅଧିକ। ଏହି ସମୟରେ କେଶ କାଟୁଥିବା ବ୍ୟକ୍ତି କୁକୁର ସାମ୍ନାରେ ବହୁତ ଛୋଟ ଦେଖାଯାଉଥିଲେ। କେଶ କାଟିବା ପରେ କୁକୁରଟି ସାମ୍ପୁରେ ଗାଧୋଇଥିଲା। ଏହା ପରେ ତା’ର କେଶ ଆହୁରି ଫୁଲିଲା ପରି ଦେଖାଗଲା।

ସୂଚନାନୁଯାୟୀ, ଏହି କୁକୁରମାନେ ପ୍ରାୟ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ବଢ଼ିପାରନ୍ତି। ଯେତେବେଳେ ଲୋକମାନେ ଏହାର ଫଟୋ ଦେଖିଲେ, ସେମାନେ ଏହାକୁ ଏଡିଟ ହୋଇଥିବା କହିଥିଲେ। ବାସ୍ତବରେ ଏହି କୁକୁରଟି ବହୁତ ବଡ଼ ଥିଲା।

କମ୍ବିଂ ନାମକ ଏହି କୁକୁରର ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା। ଏଥିରେ କୁକୁର ଏକ ଟେବୁଲ ଉପରେ ଠିଆ ହୋଇଥିଲା। କେଶ କାଟୁଥିବା ବ୍ୟକ୍ତି କୁକୁର ନିକଟରେ ବହୁତ ଛୋଟ ଦେଖାଯାଉଥିଲେ। ଯାହାକୁ ଦର୍ଶକମାନେ ବିଶ୍ୱାସ କରି ପାରି ନ ଥିଲେ। ଭିଡିଓଟି @Rainmaker1973 ନାମକ ଏକ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ଲକ୍ଷାଧିକ ଲୋକ ଦେଖିଥିବା ବେଳେ ହଜାର ହଜାର ଲୋକ ଶେୟାର ଆଉ କମେଣ୍ଟ ବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

ଶୁଳିଆଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼: ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ପଶୁବଳିରେ…

ବଲାଙ୍ଗୀର,୨୩ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା, କୁମୁରିଆ ସାନଖଳାରେ ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ଶାନ୍ତିଶୃଙ୍ଖଳା ସହ ପାଳିତ ହୋଇଛି...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

ମୋକିମଙ୍କ ରୁଦ୍ଧଦ୍ୱାର ବୈଠକ: ରାଜନୀତିରେ ହଲଚଲ, ଆସିପାରେ ନୂଆ…

ଧର୍ମଶାଳା,୨୩ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତ୍‌ସଙ୍ଗ ବିହାର ପରିସରରେ ଏକ ବନ୍ଧୁମିଳନ ଉତ୍ସବରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ...

ବିଶ୍ୱ ଆଗରେ ଏମିତି ମିଛ କହିଦେଲେ ଅସୀମ ମୁନିର: ନିଆଁବାଣ ଚାଇନା

ଇସଲାମାବାଦ୍‌,୨୩।୧୨:ପାକିସ୍ତାନର ପ୍ରତିରକ୍ଷା ବାହିନୀର ମୁଖ୍ୟ ଏବଂ ସେନା ମୁଖ୍ୟ ଅସୀମ ମୁନିର ଅପରେଶନ ସିନ୍ଦୂର ବିଷୟରେ ଚାଇନାକୁ ନେଇ ଏକ ବଡ଼ ଦାବି କରିଛନ୍ତି। ବିଶ୍ୱ...

ରାଇକଲା ଜଙ୍ଗଲରେ ୧୩ ଟିକିଆ ହାତୀପଲ: ଭୟରେ ଆତଙ୍କିତ ଗ୍ରାମବାସୀ

ଜି.ଉଦୟଗିରି,୨୩।୧୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଲିଙ୍ଗାଗଡ଼ ବନାଞ୍ଚଳ ଅନ୍ତର୍ଗତ ରାଇକଲା ଜଙ୍ଗଲକୁ ୧୩ ଟିକିଆ ହାତୀପଲ ମଙ୍ଗଳବାର ଭୋର ସକାଳୁ ଆସିଥିବା...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

କଥା ଦେଲେ ମୁଖ୍ୟମନ୍ତ୍ରୀ, ଦାରିଙ୍ଗବାଡ଼ି ଶୀତ ମହୋତ୍ସବକୁ ଆସିବେ କହିବା ପରେ…

ଦାରିଙ୍ଗବାଡ଼ି,୨୩ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ପାଳନ ପାଇଁ ଦିନ ଯେତେ ନିକଟତର ହେଉଛି ସେତିକି ଉତ୍ସାହ ଦେଖାଯାଉଛି। ଆସନ୍ତା ୮ରୁ ୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri