ନୂଆଁଖାଇରେ ଉଦାହରଣ ପାଲଟିଲେ ଡାକ୍ତର ଦମ୍ପତି

ବରଗଡ଼ ଅଫିସ,୧ା୯: ଗୁରୁବାର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ବର୍ତ୍ତମାନ ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡ଼ିଶା। ପୂର୍ବରୁ ସମଲେଶ୍ବରୀଙ୍କ ପୀଠରେ ପଣ୍ଡିତମାନଙ୍କ ଦ୍ବାରା ଲଗ୍ନ ନିର୍ଦ୍ଧାରିତ କରିଥିଲେ। ଏହା ପରଠୁ ଅଞ୍ଚଳରେ ଉତ୍ସବର ମାହୋଲ ଆରମ୍ଭ ହୋଇଥିଲା। ଘର ଲିପାପୋଛା ହେଉ ଅବା କିଣାବିକା କରିବାରେ ସମସ୍ତେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଥିଲା। ଚାଷୀର ପ୍ରଥମ ଅମଳକୁ ଇଷ୍ଟଦେବୀଙ୍କ ନିକଟରେ ସମର୍ପଣ କରିବା ପରେ ସମସ୍ତେ ନିଜ ନିଜ ପରିବାର ନବାନ୍ନ ଭକ୍ଷଣ କରିଛନ୍ତି। କିନ୍ତୁ ଏହି ସବୁ ଭିତରେ ରେଳ ଷ୍ଟେଶନ, ବସ୍‌ ଷ୍ଟାଣ୍ଡ, ରାତ୍ର ଆଶ୍ରୟସ୍ଥଳୀରେ ଜୀବନ କାଟୁଥିବା ଲୋକଙ୍କ ପାଇଁ ନୂଆଁଖାଇ ଦିନ ଅନେକ ଅସୁବିଧା ହୋଇଥାଏ। ନୂଆଁଖାଇ ପର୍ବ ପାଇଁ ହୋଟେଲଗୁଡ଼ିକ ବନ୍ଦଥିବାରୁ ଏମାନଙ୍କୁ ସେଦିନ ଖାଇବା ପାଇଁ ମଧ୍ୟ ମିଳେନାହିଁ। ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ଠାରୁ ବରଗଡ଼ର ଜଣାଶୁଣା ଡାକ୍ତର ସୁସ୍ମିତା ଦାଶ ଏବଂ ଡାକ୍ତର ରାଜେଶ ତ୍ରିପାଠୀ ବାସହୀନଙ୍କ ସହିତ ନିଜ ଘରେ ନୂଆଁଖାଇ ପାଳନ ପାଇଁ ନିଷ୍ପତ୍ତି ନେଇଥିଲେ। ଚଳିତ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ କରି ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରିଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଅନେକ ଦିନ ପୂର୍ବରୁ କରାଯାଇଥିବା ସେମାନେ କହିଥିଲେ। ବାସହୀନଙ୍କ ସହିତ ନବାନ୍ନ ଖାଇବା ପରେ ସମସ୍ତଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ଡାକ୍ତର ଦମ୍ପତି। ନିଜ ପରିବାରଠାରୁ ନିର୍ଯାତିତ ହୋଇ ଆଶ୍ରୟସ୍ଥଳୀରେ ରହୁଥିବା ଅନ୍ତେବାସୀମାନେ ଡାକ୍ତର ପରିବାର ସହିତ ନୂଆଁ ଖାଇବା ସମୟରେ ଭାବବିହ୍ବଳ ହୋଇଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପ୍ରତିଷ୍ଠା ଦିବସରେ ବଡ଼ ଘୋଷଣା କଲେ ନବୀନ ପଟ୍ଟନାୟକ: ଆଗକୁ ଦଳ…

ଭୁବନେଶ୍ବର,୨୬।୧୨: ଆଜି ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ...

ବାଂଲାଦେଶୀ ହିନ୍ଦୁଙ୍କୁ ସ୍ବପ୍ନ ଦେଖାଇଲେଣି ତାରିକ? କହିଲେ ‘I have a dream, ଯେମିତି ୧୯୭୧ରେ ସବୁ ଧର୍ମ ମିଶି…

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନ ଗୁରୁବାର (ଡିସେମ୍ବର ୨୫, ୨୦୨୫) ଦିନ ଲୋକମାନଙ୍କୁ ଶାନ୍ତି ପାଇଁ ଆହ୍ବାନ କରିଥିଲେ।...

ଓମ୍‌ସାର ଆନ୍ଦୋଳନ: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

ବିଜେଡି ପ୍ରତିଷ୍ଠା ଦିବସରେ ଏକତାର ମନ୍ତ୍ର ଦେଲେ ପ୍ରଫୁଲ୍ଲ ଘଡ଼େଇ, କହିଲେ ନବୀନ ପଟ୍ଟନାୟକଙ୍କୁ…

ଭୁବନେଶ୍ୱର,୨୬।୧୨:  ଆଜି ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ପାଳୁଛି ।  ପ୍ରତିଷ୍ଠା ଦିବସ ପାଇଁ ଶଙ୍ଖ ଭବନ ସଜେଇ ହୋଇଥିବା ବେଳେ ନବୀନ...

ବସ୍‌ କାଚ ଭାଙ୍ଗି ଜାଳିଦେଲେ …

ରାଉରକେଲା,୨୬।୧୨: ସୁନ୍ଦରଗଡ଼ ଜିଲା ଟାଙ୍ଗାରପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେତେକ ଦୁର୍ୱୃତ୍ତ ଏକ ଯାତ୍ରୀବାହୀ ବସ୍‌ର କାଚ ଭାଙ୍ଗି ଜାଳି...

୭ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା କୃଷକ ସଙ୍ଗଠନ: ପଦ୍ମପୁର ବନ୍ଦ ଡାକରା

ପଦ୍ମପୁର,୨୬।୧୨(ପ୍ରଦୀପ୍ତ ଦାଶ):ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ବାଟବଣା ହୋଇଯାଇଛି। ଡବଲ ଇଞ୍ଜିନ ଲୋକଙ୍କ ସରକାର କହି କହି କେବଳ ବାହାସ୍ଫୋଟ ମାରୁଛନ୍ତି।...

ବାଂଲାଦେଶରେ ପ୍ରତି ୫ ଜଣରେ ଜଣେ ଥିଲେ ହିନ୍ଦୁ, ହେଲେ ପ୍ରତିବର୍ଷ କମୁଛି ହିନ୍ଦୁଙ୍କ ସଂଖ୍ୟା, ଗତ ୩ ବର୍ଷରେ…

ଢାକା,୨୬।୧୨: ବାଂଲାଦେଶ ଆଜି ବିଶ୍ୱର ସବୁଠାରୁ ଘନ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ୱାଲର୍‌ଡମିଟର ଅନୁଯାୟୀ, ଏହାର ମୋଟ ଜନସଂଖ୍ୟା ୧୭୬.୬ ନିୟୁତ ଅତିକ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri