ରାଜଧାନୀରେ ଘଟିଚାଲିଛି ଅପରାଧ, ପୋଲିସ ଚୁପ୍‌: ଭାଜପା

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରାଜ୍ୟରେ ଆଇନ ତା’ ନିଜ ବାଟରେ ଯାଉ ନାହିଁ ବରଂ ଆଇନ ଆଗରେ ବାଟ ଓଗାଳି ଛିଡା ହୋଇ ରହିଛନ୍ତି ରାଜ୍ୟ ସରକାର। ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ହତ୍ୟା, ବଳାତ୍କାର, ଠକେଇ, ଡକାୟତି ଓ ମୋଟରଯାନ ଦୁର୍ଘଟଣା ବଢ଼ୁଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି ଡିଣ୍ଡିମ ପିଟୁଥିବା ଶାସକ ବିଜେଡିର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ବୋଲି ରାଜ୍ୟ ଭାଜପା ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ କହିଛନ୍ତି। ରାଜଧାନୀରେ ଗୁଣ୍ଡାଗର୍ଦ୍ଦି ପ୍ରତ୍ୟେକ ଦିନ ଘଟୁଥିଲେ ମଧ୍ୟ ପୋଲିସ ଚୁପ୍‌ ରହି ତାମସା ଦେଖୁଛି। କାହା ଇଙ୍ଗିତରେ ପୋଲିସ କାର୍ଯ୍ୟକରୁଛି ବୋଲି ମଲ୍ଲିକ ପ୍ରଶ୍ନ କରିଛନ୍ତି। ପୋଲିସର କାର୍ଯ୍ୟ ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା। ଏଥିପାଇଁ ରାଜ୍ୟ ସରକାର ଦ୍ୱୈତନଗରୀ ପାଇଁ କମିଶନ ପୋଲିସର ବ୍ୟବସ୍ଥା କରିଛନ୍ତି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା।
ଭୁବନେଶ୍ୱର ଓ କଟକ ସହରର ପୋଲିସଙ୍କଠାରୁ ଜିଲା ପୋଲିସ ଅଧିକ ମାତ୍ରାରେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ୨୦୨୧ରେ ରାଜ୍ୟରେ ୧୩୯୪ ହତ୍ୟାକାଣ୍ଡ ଘଟିଥିଲା। ସେଥିରୁ ୬୫୮ ମାମଲା ବା ୪୭%ରେ ଚାର୍ଜଶିଟ୍‌ ଦାଖଲ କରିବା ସ୍ଥଳେ କମିଶନରେଟ୍‌ ପୋଲିସ ୭୩ ହତ୍ୟାକାଣ୍ଡରୁ ୨୨ଟିର ଚାର୍ଜଶିଟ ଦାଖଲ କରିଥିଲା ଯାହାର ପରିମାଣ ୩୦%। ସେହିପରି ରାଜ୍ୟରେ ୪୬% ମାମଲାରେ ଚାର୍ଜଶିଟ୍‌ ଦାଖଲ ହୋଇଥିବା ବେଳେ କମିଶନରେଟ୍‌ ପୋଲିସର ୪୩% ମାମଲା ଦାଖଲ ହୋଇଛି। ରାଜ୍ୟରେ ଚୋରି ମାମଲାରେ ୪୧%, ଦଙ୍ଗାରେ ୬୧%, ଠକେଇରେ ୨୭% ଏବଂ ମୋଟରଯାନ ଦୁର୍ଘଟଣାରେ ୬୪% ମାମଲାରେ ଚାର୍ଜଶିଟ ଦାଖଲ ହୋଇଥିବା ବେଳେ କମିଶନରେଟ୍‌ ପୋଲିସରେ ଚୋରିରେ ୩୩%, ଦଙ୍ଗାରେ ୩୩%, ଠକେଇରେ ୨୧% ଓ ଦୁର୍ଘଟଣାରେ ୫୭% ଚାର୍ଜଶିଟ ଦାଖଲ କରାଯାଇଛି। ବଳାତ୍କାର ମାମଲାରେ ମଧ୍ୟ କମିଶନରେଟ୍‌ ପୋଲିସ ଫେଲ୍‌ ମାରିଛି ବୋଲି ମଲ୍ଲିକ କହିଛନ୍ତି।
ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକକୁ ନେଇ ଗଠିତ କମିଶନରେଟ ପୋଲିସ ମୁଖ୍ୟାଳୟ ରାଜଧାନୀରେ ରହିଛି।
ଏହି ଦ୍ୱୈତନଗରୀ ଲାଗି ସ୍ପେଶାଲ ସ୍କ୍ବାଡ, ପିଓପିଡି ଟିମ୍‌, କ୍ରାଇମ ସେଲ୍‌ ଭଳି ବିବିଧ ତଦନ୍ତକାରୀ ବଛାବଛା ଟିମ୍‌ ରହିଛି। କିନ୍ତୁ କାହିଁକି ଜିଲା ପୋଲିସଙ୍କଠାରୁ କମିଶନରେଟ୍‌ ପୋଲିସ ପଛରେ ରହଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ମଲ୍ଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri