ଖରିଫ ଧାନରେ ମାଟିଆଗୁଣ୍ଡି ପୋକ

କେନ୍ଦ୍ରାପଡ଼ା ଅଫିସ, ୩୦ା୮:ଚଳିତ ବର୍ଷର ଲଗାଣ ବର୍ଷା ଓ ବନ୍ୟାଜନିତ କ୍ଷତି ଆକଳନ ସରିନାହିଁ। ରାଜକନିକା ଓ ଆଳି ବ୍ଲକ ଅଞ୍ଚଳରେ ପୁନର୍ବାର ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀରେ ବନ୍ୟା ଆସି କ୍ଷେତ ଜମି ପାଣି ଘେରରେ ଅଛି। ଏପରି କି ମହାନଦୀ ସିଷ୍ଟମ୍‌ରେ ହୋଇଥିବା ବନ୍ୟାରେ କ୍ଷେତରୁ ପାଣି ନିଷ୍କାସନ ହୋଇନାହିଁ। ଏହି ସମୟରେ ମାଟିଆ ଗୁଣ୍ଡି ପୋକ ଚାଷୀଙ୍କ ଉପରେ୨ ଦାଉ ସାଜିଛି। ବନ୍ୟା ଘେରରେ ନ ଥିବା ଖରିଫ ଧାନ କ୍ଷେତରେ ଏହି ପୋକ ପ୍ରବଳ ମାତ୍ରାରେ ଦେଖାଗଲେଣି। ମାଟିଆ ଗୁଣ୍ଡି ପୋକ ଜିଲାର ୮ ବ୍ଲକ ଅଞ୍ଚଳର ଖରିଫ ଧାନ ଚାଷ ଉପରେ ପ୍ରଭାବ ପକାଇଛନ୍ତି। ଏଥିସହ ସାର କଳାବଜାରରେ ବିକ୍ରି ଚାଲିଛି ବୋଲି ଜିଲା କୃଷି ବିଭାଗ ଅଧିକାରୀଙ୍କ ନିକଟରେ ସୋମବାର ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ଅଭିଯୋଗକାରୀ ଜଜାଙ୍ଗ ଗ୍ରାମର ଚାଷୀ ହରେକୃଷ୍ଣ ବେହେରା କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ଚାଷୀଙ୍କ ପାଇଁ ଚଳିତବର୍ଷ ସଙ୍କଟମୟ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଥମେ ଲଗାଣବର୍ଷା ଓ ପରେ ବନ୍ୟା ଆସି ଖରିଫ ଚାଷକୁ ନଷ୍ଟ କରିଥିଲା। ତେବେ ଚାଷୀମାନେ ପୁଣି ଥରେ ଧାନ ରୋଇ ଜୀବିକା ନିର୍ବାହ କରିବାକୁ ଆଶା ବାନ୍ଧିଥିବା ବେଳେ ମାଟିଆଗୁଣ୍ଡି ପୋକ ଦେଖାଦେଇଛି। ସେହିପରି ଜିଲା ମଧ୍ୟରେ ଥିବା ୧୨୧ ସମବାୟ ସମିତି ମଧ୍ୟରୁ ୨୯ଟି ସମିତିରେ ୟୁରିଆ ସାର ପହଞ୍ଚତ୍ ନାହିଁ। ଫଳରେ କେତେଜଣ ସାର ବ୍ୟବସାୟୀ ଏହାର ଫାଇଦା ଉଠାଉଛନ୍ତି। କୃଷକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ପ୍ରତିବର୍ଷ ଖରିଫ ଧାନ ସମୟରେ ପୋକ ଲାଗିବା ଫଳରେ ୩୦ରୁ ୪୦ ପ୍ରତିଶତ ଚାଷ ନଷ୍ଟ ହେଉଛି। ଏ ନେଇ କୃଷି ବିଶେଷଜ୍ଞ ନିରୀକ୍ଷଣ କରି ଆବଶ୍ୟକ ପରାମର୍ଶ ସହ ରାସାୟନିକ ସାର ଓ କୀଟନାଶକ ବ୍ୟବସ୍ଥା କରିବା କଥା। ସାର ଓ କୀଟନାଶକ ପର୍ଯ୍ୟାପ୍ତ ପରିମାଣରେ ଜିଲାରେ ମିଳୁ ନ ଥିବାରୁ ଚାଷୀଙ୍କ କ୍ଷତିଭରଣା ସରକାର କରିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଚାଷୀ ଜଗଦୀଶ ପତି କହିଛନ୍ତି, ଚଳିତବର୍ଷ ଚାଷ ପାଇଁ ନିକଟସ୍ଥ ସମବାୟ ସମିତିରୁ ୩୦ ହଜାର ଟଙ୍କା ଋଣ କରିଛି। ତେବେ ସାରର ଅଭାବ ଓ ପୋକ ଆକ୍ରମଣରେ ଚାଷ ଜମି ନଷ୍ଟ ହୋଇଛି। ଏ ପରିସ୍ଥିତିରେ ଋଣ ଶୁଝିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜିଲା ସହକାରୀ କୃଷି ଅଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କୁ ପଚାରିବାରେ ବର୍ଷା ଓ ବନ୍ୟା ପାଣି ଛାଡ଼ିବା ପରେ ମାଟିଆଗୁଣ୍ଡି ପୋକ ଖରିଫ ଧାନଚାଷରେ ଦେଖାଯାଆନ୍ତି। ଜମିରୁ ପାଣି ନିଷ୍କାସନ କରି ପୁନର୍ବାର ପାଣି ଭରିବା, ଏ ସମୟରେ ଯବକ୍ଷାରଯାନ ଜାତୀୟ ସାର ପ୍ରୟୋଗ ନ କରିବା, ଅନୁମୋଦିତ ଭାବେ ପଟାସ ସାର ପ୍ରୟୋଗ କରିବା ଆଦି କେତେକ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ଚାଷୀଙ୍କୁ ସତର୍କ କରାଯାଉଛି। ଗୋଟିଏ ପ୍ରକାର କୀଟନାଶକ ବ୍ୟବହାର ନ କରି ଅଦଳବଦଳ ପାଇଁ ପରାମର୍ଶ ଦିଆଯାଉଛି। ୫୦ ପ୍ରତିଶତ ରିହାତିରେ ରାସାୟନିକ କୀଟନାଶକ ଚାଷୀଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଓ ସାର ଅଭାବ ପରିସ୍ଥିତି ରୋକାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri