ମୁହାଣରୁ ମିଳୁଛି ଔଷଧୀୟ ନୀଳହରିତ ଶୈବାଳ

ପୁରୀ ଅଫିସ,୧୮।୮: କୋଭିଡ୍‌ ସଂକ୍ରମଣ ସମୟରେ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ଅବକ୍ଷୟ ପ୍ରମୁଖ ସ୍ବାସ୍ଥ୍ୟଗତ ସମସ୍ୟା ହୋଇଛି। ସମ୍ପ୍ରତି ସଂକ୍ରମଣ ପୂର୍ବ ଭଳି ଶୀର୍ଷରେ ନ ଥିଲେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ପୁଣି ଥରେ ରୋଗ ପ୍ରତିରୋଧ କ୍ଷମତାକୁ ପ୍ରଭାବିତ କରିବା ନେଇ ଆଶଙ୍କା ଉପୁଜିଛି। ଏଭଳି ସ୍ଥିତିରେ ପୁରୀ ଜିଲାର ଚିଲିକା ଓ ବାଲିହରଚଣ୍ଡୀ ସମୁଦ୍ର ମୁହାଣରେ ମିଳୁଥିବା ନୀଳହରିତ ଶୈବାଳ ଉପରେ ଗବେଷଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଠାକାର ନୀଳହରିତ ଶୈବାଳକୁ ଷ୍ଟ୍ରେନ୍‌ ବର୍ଦ୍ଧିତ ରୋଗ ପ୍ରତିରୋଧକ ଶକ୍ତିର ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ ବୋଲି ପ୍ରାଥମିକ ଗବେଷଣାରୁ ଜଣାପଡ଼ିଛି।

ଏହାକୁ ଦୃଷ୍ଟିରେ ରଖି ପ୍ରଫେସର ରବୀନ୍ଦ୍ରନାଥ ପାଢ଼ୀଙ୍କ ତତ୍ତ୍ବାବଧାନରେ ଗବେଷକ ଡ. ଚିତ୍ତରଞ୍ଜନ ସାହୁ ଚିଲିକା, ବାଲିହରଚଣ୍ଡୀ ସମୁଦ୍ର ମୁହାଣ ଏବଂ ଭାବକୁଣ୍ଡଳେଶ୍ୱର ନିକଟସ୍ଥ ସ୍ଥାନରେ ଏହି ସ୍ବତନ୍ତ୍ର ଶ୍ରେଣୀର ଔଷଧୀୟ ନୀଳହରିତ ଶୈବାଳ ସନ୍ଧାନରେ ଲାଗିଛନ୍ତି। ଓଡ଼ିଶା ଏକ ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟ। ଏହାର ଉପକୂଳବର୍ତ୍ତୀ ଅଞ୍ଚଳ ଔଷଧୀୟ ନୀଳହରିତ ଶୈବାଳର ଗନ୍ତାଘର। ସମ୍ପ୍ରତି ପୁରୀରୁ ମିଳିଥିବା ଶୈବାଳ କ୍ରୋକୋକସ୍‌ ମିନ୍ୟୁଟ୍‌ସ ପ୍ରଜାତିର। ସଂକ୍ରମଣର ବାହକ ଜୀବାଣୁଙ୍କୁ ନିୟନ୍ତ୍ରଣ କରିବାରେ ଏହି ପ୍ରଜାତି ଶୈବାଳଗୁଡ଼ିକର ଯଥେଷ୍ଟ କାର୍ଯ୍ୟକ୍ଷମତା ରହିଛି। ଡ. ସାହୁ କହିଛନ୍ତି, ମନେକରନ୍ତୁ ଜଣେ ବ୍ୟକ୍ତି ମାତ୍ରାଧିକ ଜୀବାଣୁ ସଂକ୍ରମଣର ଶିକାର ହୋଇଛନ୍ତି। ତାଙ୍କଠାରେ ବ୍ୟବହାର କରାଯାଇଥିବା ଆଣ୍ଟିବାୟୋଟିକ୍‌ ପ୍ରଭାବଶୂନ୍ୟ ହୋଇସାରିଛି। ଏଭଳି ସ୍ଥିତିରେ ସଂକ୍ରମିତ ରକ୍ତ କିମ୍ବା ପରିସ୍ରାକୁ ନମୁନା ଭାବେ ସଂଗ୍ରହ କରାଯାଇ ଜୀବାଣୁକୁ ଚିହ୍ନଟ କରାଯିବ। ଏହାପରେ ଭିନ୍ନ ଭିନ୍ନ ନୀଳହରିତ ଶୈବାଳକୁ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯିବ। ନୀଳହରିତ ଶୈବାଳଗୁଡ଼ିକ ଭିନ୍ନ ଭିନ୍ନ ପ୍ରକାର ଲକ୍ଷଣ ଦେଖାଇବ। ଯେଉଁ କିଛି ନୀଳହରିତ ଶୈବାଳ ଜୀବାଣୁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବେ, ସେଗୁଡ଼ିକର ଅନୁସନ୍ଧାନ ପରବର୍ତ୍ତୀ ପର୍ଯ୍ୟାୟରେ ଜାରି ରହିବ। ସେହିଭଳି ସଂକ୍ରମଣର ନୂଆ ନୂଆ ଷ୍ଟ୍ରେନ ମାନବ ସମାଜ ନିକଟରେ ପହଞ୍ଚୁଛି। ଏଭଳି କ୍ଷେତ୍ରରେ ନୀଳହରିତ ଶୈବାଳକୁ ବ୍ୟବହାର କରି ବର୍ଦ୍ଧିତ ରୋଗ ପ୍ରତିରୋଧକ ଶକ୍ତି ଥିବା ଔଷଧ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଆମେ କାର୍ଯ୍ୟ କରୁଛୁ। ଅନୁସନ୍ଧାନ ଠିକ ଦିଶାରେ ରହିଛି ଓ ଆମେ ପ୍ରଥମ ପର୍ଯ୍ୟାୟରେ ଏହି ଔଷଧୀୟ ନୀଳହରିତ ଶୈବାଳର କାର୍ଯ୍ୟଦକ୍ଷତାତକୁ ନେଇ ସନ୍ତୁଷ୍ଟ। ଏହି ଗବେଷଣା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ପ୍ରକାଶିତ ହୋଇ ସାରିଛି ବୋଲି ଡ. ସାହୁ କହିଛନ୍ତି।

ଏ ସମ୍ପର୍କରେ ପୁରୀ ଜିଲା ମୁଖ୍ୟ ଚିକିିତ୍ସାଧିକାରୀ ସୁଜାତା ମିଶ୍ର କହିଛନ୍ତି, କରୋନା ସମୟରେ ହଜାର ହଜାର ଲୋକ ସଂକ୍ରମଣର ଶିକାର ହୋଇଥିଲେ। ରୋଗ ପ୍ରତିରୋଧକ ଶକ୍ତି କ୍ରମାଗତ ଭାବେ କମିବା କାରଣରୁ ରୋଗୀ ମୃତ୍ୟୁମୁଖରେ ପଡୁଥିଲେ। ତେଣୁ ଜୀବାଣୁ ବିରୋଧରେ ଉତ୍ତମ ନିୟନ୍ତ୍ରଣ ରଖିପାରୁଥିବା ଔଷଧର ବିକାଶ ହେବା ଦରକାର। ଧୀରେ ଧୀରେ ଆମେ ନୂଆ ନୂଆ ପ୍ରକାର ଜୀବାଣୁ ସଂସ୍ପର୍ଶରେ ଆସୁଛନ୍ତି। ଏଭଳି ସ୍ଥିତିରେ ଔଷଧୀୟ ବିଜ୍ଞାନର ଅନୁସନ୍ଧାନ ଅପରିହାର୍ଯ୍ୟ। ସେହିପରି ପରିବେଶବିତ୍‌ ଅଜୁ ମିଶ୍ର କହିଛନ୍ତି, ପୁରୀ ଉପକୂଳୀୟ ଜଳବାୟୁରେ ଏଭଳି ଏକକୋଷୀ ଜୀବଙ୍କ ଅନୁସନ୍ଧାନ କରାଯିବା ପାଇଁ ସରକାରୀ ସହଯୋଗିତାର ଆବଶ୍ୟକତା ରହିଛି। ବିଶେଷ ଭାବେ ରାଜ୍ୟରେ ଏଭଳି ଅନୁସନ୍ଧାନକୁ ସରକାରୀ ପ୍ରୋତ୍ସାହନ ମିଳୁନାହିଁ। ଏଣୁ ଔଷଧୀୟ ବିଜ୍ଞାନ ଉପରେ ଗବେଷଣା କରୁଥିବା ଛାତ୍ରୀଛାତ୍ରମାନେ ଅଧିକାଂଶ ସମୟରେ ହତୋତ୍ସାହିତ ହେଉଛନ୍ତି। ଅନୁସନ୍ଧାନ ପାଇଁ ସବୁ ପ୍ରକାର ସହଯୋଗ ଓ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଜିଲା ପ୍ରଶାସନ ଯୋଗାଇଦେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri