ସୁବର୍ଣ୍ଣଗିରି ଉଚ୍ଚ ବିଦ୍ୟାଳୟ କାମ ନିମ୍ନମାନର ଅଭିଯୋଗ

କୋଟଗଡ, ୫/୮(ଡି.ଏନ.ଏ.):ରାଜ୍ୟ ସରକାର ବିଦ୍ୟାଳୟ ଭିତ୍ତିଭୂମି ସଜାଡିବା ସହ ପ୍ରାଥମିକ ଶିକ୍ଷାକୁ ନୂଆ ରୂପ ଦେବାକୁ ଯୋଜନା କରୁଛନ୍ତି ା ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇ ତାର ଭିତ୍ତିଭୂମି ସଜାଡିବା ଦିଗରେ ବହୁ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ କେତେକ ସ୍ଥାନରେ ଏଭଳି ସ୍କୁଲ ଅଛି ଯାହାର ଭିତ୍ତିଭୂମି ବର୍ତ୍ତମାନ ସୁଦ୍ଧା ସଜଡା ହୋଇପାରୁନି। ଟଙ୍କା ଖଚ୍ଚ ହେଉଥିଲେ ମଧ୍ୟ କାମ ନିମ୍ନ ମାନର ହେଉଛି। ଫଳରେ ସେ ପିଲମାନେ ସେଭଳି ମଧ୍ୟାହ୍ନ ଭୋଜନ ପରେ ମଧ୍ୟ ଚୁଆ ପାଣିରେ ହାତ ମୁହଁ ସହ ବାସନ ଧୋଉଛନ୍ତିି।
ଏଭଳି ସ୍କୁଲ ହେଉଛି ସୁବର୍ଣ୍ଣଗିରି ଉଚ୍ଚ ବିଦ୍ୟାଳୟ। ଯାହା କନ୍ଧମାଳ ଜିଲା କୋଟଗଡ ବ୍ଲକରେ ରହିଛି। ଏଠାରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଯେଉଁ ସ୍କୁଲର ଭିତ୍ତିଭୂମି ଲାଗି ରାଜ୍ୟ ସରକାରଙ୍କ ୫ଟି ଯୋଜନା ମାଧ୍ୟମରେ ଲକ୍ଷାଧିକ ଟଙ୍କାର ପ୍ରୋଜେକ୍ଟ ଅନୁମୋଦନ ହୋଇ କାମ ମଧ୍ୟ ଚାଲିଛି। କିନ୍ତୁ ତାହା ନିମ୍ନମାନର ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କାମ ହେଲା ପରେ ମଧ୍ୟ କାଦୁଅ ରାସ୍ତାରେ ପିଲାମାନେ ଯାଉଛନ୍ତି ା କୋଠା ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାମ ଠିକ୍‌ ହେଉ ନ ଥିବା ସ୍ଥାନୀୟ ଲୋକ କହିଛନ୍ତି। ମଧ୍ୟାନ୍ନ ଭୋଜନ ପ୍ରସ୍ତୁତ ଲାଗି ଘର ନାହିଁ। ଛାତ୍ରୀ ଛାତ୍ର ମଧ୍ୟାନ୍ନ ଭୋଜନ ପରେ ନାଳ ପାଣିରେ ହାତ ଓ ବାସନ ଧୋଉଥିବା ଦେଖିବାକୁ ମିଳୁଛି ା ପିଇବା ପାଇଁ ପାଣି ନାହିଁ। ଶ୍ରେଣୀଗୃହକୁ ଯିବାକୁ ଯେଉଁ ପାହାଚ କରାଯାଇଛି ଯାହା ଅତି ନିମ୍ନମାନର। ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷ ଜାଣିଶୁଣି ଏଭଳି କରିଥିବା ଅଭିଯୋଗ ହେଉଛି। ଉକ୍ତ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଭଲ ଭାବେ କାର୍ଯ୍ୟ କରିବାକୁ ସୁବର୍ଣ୍ଣଗିରି ସରପଞ୍ଚ ସନାତନ ପ୍ରଧାନଙ୍କ ସମେତ ଡେଙ୍ଗଲା ପୂଜାରୀ, ମିଳୁ ବଡ଼ସେଟ, ଦେବାଶିଷ ବେହେରଦଳେଇ ପ୍ରମୁଖ ଦାବି କରିଛନ୍ତି। ଏନେଇ ତତ୍କାଳୀନ ଯନ୍ତ୍ରୀ ବିଜୟ କୁମାର ପାତ୍ରଙ୍କୁ ପଚାରିବାରୁ ବିଡିଓ କୈଳାସ ଚନ୍ଦ୍ର ମୁର୍ମୁଙ୍କ ତରବର କରିବା ଯୋଗୁ କାମ ଏହିଭଳି ହୋଇଥିବା ପ୍ରକାଶ କରିଛନ୍ତି। ଏହା ପରେ ନବ ନିର୍ବାଚିତ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ହସ୍ତକ୍ଷେପ ପରେ ଚିଠି ନଂ.୧୭୧୦/ତା ୧୬ା୬ା୨୨ ପ୍ରକାରେ କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ନାୟକଙ୍କୁ ଉକ୍ତ କାର୍ଯ୍ୟ ସମ୍ପାଦନ କରିବା ଦାୟିତ୍ୱ ଦିଆଯାଇଛି। ଏ ସମ୍ପର୍କରେ ପ୍ରଧାନଶିକ୍ଷକ ବିଶ୍ୱମ୍ଭର ବଳିଆରସିଂଙ୍କୁ ପଚାରିବାରୁ ଆମେ କାମ ବିଷୟରେ ଠିକାଦାରଙ୍କୁ କହୁଥିଲେ ମଧ୍ୟ ସେ ଆମ କଥା ଶୁଣି ନ ଥିଲେ। ଉକ୍ତ କାର୍ଯ୍ୟକୁ ତଦାରଖ କରି ତୁରନ୍ତ ଶେଷ କରିବାକୁ ବିଡିଓଙ୍କୁ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri