ମୁଖ୍ୟ ରାସ୍ତା ସହ ସଂଯୋଗ ହୋଇପାରୁନି ବିଜୁ ସେତୁ

ନୀଳଗିରି,୫।୮(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବେଗୁନିଆ ପଞ୍ଚାୟତ ତୋଟାପ ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସୋନ ନଦୀ ଉପରେ ୧୧କୋଟି ଟଙ୍କା ବ୍ୟୟରେ ନିର୍ମାଣ ସରିଥିବା ବିଜୁ ସେତୁ ୨ ବର୍ଷ ହେବ ମୁଖ୍ୟରାସ୍ତାକୁ ସଂଯୋଗ ହୋଇପାରିନି। ଘରୋଇ ଜମି ଅଧିଗ୍ରହଣରେ ପ୍ରତିବନ୍ଧକ ଯୋଗୁ ଏଭଳି ସମସ୍ୟା ଉପୁଜିଛି। ଏଥିପ୍ରତି ଦୃଷ୍ଟି ଦେବା ଲାଗି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
ବେଗୁନିଆ ପଞ୍ଚାୟତ ମଧ୍ୟ ଦେଇ ସୋନ ନଦୀ ବହିଯାଇଛି। ଅଞ୍ଚଳବାସୀ ରାଜ୍ୟ ସରକାରଙ୍କଠାରେ ଦୀର୍ଘଦିନ ଧରି ଦାବି କରିବା ପରେ ପ୍ରଶାସନ ଗମନାଗମନ ସୁବିଧାକୁ ଲକ୍ଷ୍ୟ ରଖି ସୋନ ନଦୀ ଉପରେ ସେତୁ ନିମାଣ ପାଇଁ ୧୧କୋଟି ଟଙ୍କା ବ୍ୟୟ ଓ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗତ ୨୦୧୮ରେ ଅର୍ଥ ମଞ୍ଜୁର ହେବା ପରେ ବେଗୁନିଆ ପଞ୍ଚାୟତରେ ବିଜୁ ସେତୁର ଶିଳାନ୍ୟାସ ପରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜକୁ ୨ ବର୍ଷ ହେବ ସମ୍ପୃକ୍ତ ଠିକାଦାର ସେତୁର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିସାରିଛନ୍ତି। ହେଲେ ସେତୁର ଗୋଟିଏ ପାଖ ସଂଯୋଗ ହୋଇନାହିଁ। ସେତୁରୁ ମୁଖ୍ୟ ରାସ୍ତା ମଧ୍ୟରେ କିଛି ଘରୋଇ ଜମି ରହିଥିବାରୁ ଜମି ମାଲିକ ରାସ୍ତା ଛାଡୁନାହାନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ବର୍ଷାଦିନେ ଉକ୍ତ ପଞ୍ଚାୟତବାସୀ ନଦୀର ଦୁଇ ପାଖରେ ରହିଥିବାରୁ ଯିବାଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ଉକ୍ତ ନଦୀ ଦେଇ ନ ଗଲେ ୧୫ କି.ମି. ବୁଲିବାକୁ ପଡେ। ଉକ୍ତ ରାସ୍ତା ମୟୂରଭଞ୍ଜକୁ ସଂଯୋଗ କରିବା ସହ ଦୋବାଟି, ହରିପୁର, ପଥରଗ ସୁଜୁପୂର, ନିଶଙ୍ଖପୁର, ଶଂସାପାଳ, ଡୁମଗଣ୍ଡିରା, ଭକ୍ତାନନ୍ଦପୁର, ତୋଟାପଡା଼, କୁସୁନପୁର, ଦୁର୍ଗାଦେବୀ ସମେତ ରେମୁଣା ବ୍ଲକର ବନ୍ଧୁ ଗ୍ରାମବାସୀ ଉପକୃତ ହୋଇଥାନ୍ତି ।
ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତ ଉପରେ ହାତ ଦେଇ ବସିରହିଛି । ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍‌ଡିଓ ଈଶ୍ୱରୀ ପ୍ରସାଦ ଦାସ କହିଛନ୍ତି, ସେତୁ ଓ ମୁଖ୍ୟ ରାସ୍ତା ମଧ୍ୟରେ ୯ଜଣଙ୍କ ଘରୋଇ ଚାଷ ଜମି ରହିଛି । କିଛି ଜମି ମାଲିକଙ୍କ ସହ ଯୋଗାଯୋଗ ହୋଇଥିବା ବେଳେ ଅନ୍ୟମାନଙ୍କ ସହ ଯୋଗାଯୋଗରେ ଅଛୁ ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri