ଭାରତୀୟ ଫିଲ୍ମ ମହୋତ୍ସବରେ ତ୍ରିରଙ୍ଗା ଉଡାଇବେ ଅଭିଶେକ ବଚ୍ଚନ, କପିଲ ଦେବ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଶେକ ବଚ୍ଚନ ଓ ପୂର୍ବତନ କ୍ରିକେଟ କ୍ୟାପଟେନ କପିଲ ଦେବ ୭୫ ତମ ସ୍ୱାଧିନତା ଦିବସ ଅବସରରେ ଇଣ୍ଡିଆ ଫିଲ୍ମ ଫେଷ୍ଟିଭାଲ ଅଫ ମେଲେବୋର୍ନ(ଆଇଏଫଏଫଏମ୍‌)ରେ ଭାରତୀୟ ତ୍ରିରଙ୍ଗା ଉଡାଇବେ । ଅଭିଶେଷକ ବଚ୍ଚନ ଆଇଏଫଏଫଏମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ।
ଅଭିନେତା କହଛନ୍ତି ସିନେମା ଉତ୍ସବରେ ଭାଗ ନେବା ପାଇଁ ନିମନ୍ତ୍ରଣ କରାଯିବା ଏକ ବଡ ସମ୍ମାନ । ମେଲବୋର୍ନରେ ଭାରତୀୟ ସ୍ୱାଧିନତାର ପ୍ରତିଷ୍ଠିତ ଫେଡେରେଶନ ସ୍କୋୟାରରେ ଜାତୀୟ ପତାକା ଉଡାଇବା ମୋ ପାଇଁ ଗର୍ବର କଥା । ଏହା ଏମିତି ଏକ ଆୟୋଜନ ଯେଉଁଠାରେ ଅଷ୍ଟ୍ରେଲିୟାରେ ରହୁଥିବା ସମସ୍ତ ଭାରତୀୟ, ସମସ୍ତେ ଭିନ୍ନ ଭିନ୍ନ ପୃଷ୍ଠଭୂମିର, ଭାରତ ସ୍ୱାଧିନତାର ୭୫ ବର୍ଷ ପାଳନ ପାଇଁ ଏକାଠି ହେବେ । ଏହା ଅଷ୍ଟ୍ରେଲିୟା ଓ ଭାରତ ମଧ୍ୟରେ ବନ୍ଧୁତ୍ୱର ସମ୍ପର୍କକୁ ଦର୍ଶାଉଛି ।

ଅଭିଶେକ ଆହୁରି ମଧ୍ୟ କହିଛନ୍ତି, କପିଲ ସାରଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେବା ମୋ ପାଇଁ ଗର୍ବର କଥା । ଏହାସହ ଏହି ଆୟୋଜନ ସିନେମା ଓ କ୍ରିକେଟକୁ ଏକସହ ଆଣିବାର ବି ଏକ ପ୍ରତିକ । ଏହି ଦୁଇଟି ଜିନିଷ ଆମ ଭାରତୀୟଙ୍କୁ ଏକାଠି ଯୋଡିଥାଏ । ଶହ ଶଡ ଲୋକଙ୍କ ମଧ୍ୟରେ ଭାରତ, ଭାରତୀୟ ଓ ଆମ ଦେଶର ଭାବନାର ଉତ୍ସବ ପାଳନ କରିବାକୁ ମୁଁ ଉତ୍ସାହିତ ଅଛି ।
ଆଇଏଫଏଫଏମ ଫେଷ୍ଟିଭାଲର ଡାଇରେକ୍ଟର ମିତୁ ଭୌମିକ ଲାଙ୍ଗେ କହିଛନ୍ତି, ଭାରତ ସ୍ୱାଧିନତାର ୭୫ ବର୍ଷ ପୂରଣ କରିଛି । ଆଉ ଆମ ଫିଲ୍ମ ଜନତାଙ୍କ ମନରେ ଦେଶଭକ୍ତି ଜାଗ୍ରତ କରିବାର ବଡ ମାଧ୍ୟମ ରହିଛି । ଆମେ ଏହାକୁ ଆମ ମତରେ ପାଳନ କରୁଛୁ । ଅଷ୍ଟ୍ରେଲିୟାରେ ଲୋକେ ଭାରତୀୟ ଫିଲ୍ମ ଓ କ୍ରିକେଟକୁ ପସନ୍ଦ କରିଥାଆନ୍ତି । ଆଉ ଅଭିଶେକ ବଚ୍ଚନ ଏକ ମର୍ଯ୍ୟାଦାପୂର୍ଣ୍ଣ ପରିବାରରୁ ଆସିଛନ୍ତି ଏପଟେ କପିଳ ଦେବ, ଯିଏ ଆମ ଦେଶକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେଇ ପାରିଛନ୍ତି, ଏମାନଙ୍କୁ ଏଥିପାଇଁ ଉପଯୁକ୍ତ ବ୍ୟକ୍ତି ଭାବି ଆମନ୍ତ୍ରଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri