ଚାପରେ ଜିଲା ପ୍ରଶାସନ ଚେପା

କେନ୍ଦ୍ରାପଡ଼ା ଅଫିସ, ୨୬ା୭:୨୦୧୪ ଅକ୍ଟୋବର ୨୧ରେ ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲାର ୧୪୭ ଗ୍ରାମକୁ ପରିବେଶ ସମ୍ବେଦନଶୀଳ ଗ୍ରାମ ଭାବେ ବିଜ୍ଞପ୍ତି (ନଂ.୨୧୮୦ଜେ) ପ୍ରକାଶ କରାଯାଇଛି। ଏହି ଚିହ୍ନଟ ଗ୍ରାମ ବର୍ଦ୍ଧିତ ଚିଙ୍ଗଡ଼ି ଘେରି ପାଇଁ ବିପଦରେ ପଡ଼ିଛି। ଜିଲାର ମହାକାଳପଡ଼ା, ରାଜନଗର ଓ ରାଜକନିକା ବ୍ଲକ ଅଞ୍ଚଳରେ ବେଆଇନ ଭାବେ ୧୦ ହଜାରରୁ ଅଧିକ ଚିଙ୍ଗୁଡ଼ି ଘେରି ଗଢ଼ିଉଠିଛି। ଏହି ଘେରିରୁ ନିର୍ଗତ ରାସାୟନିକ ସାମଗ୍ରୀ ପରିବେଶକୁ ନଷ୍ଟ କରୁଛି। ଏଠାରେ ଲାଗିଥିବା ମୋଟର ଓ ଏଭିଏଟର ନିମ୍ନମାନର ହୋଇଥିବାରୁ ଶ୍ରମିକଙ୍କ ପାଇଁ ବିପଦ ହୋଇଛି। ହାଇକୋର୍ଟରୁ ବାରମ୍ବାର ତାଗିଦ ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ କୌଣସି ଚାପରେ ପଡ଼ି ଚେପା ହୋଇଯାଇଥିବା ଅଭିଯୋଗ ହେଉଛି। ଏହା ପରିବେଶ ସୁରକ୍ଷା ଆଇନ ୧୯୮୬ର ଖୋଲାଖୋଲି ଉଲ୍ଲଂଘନ ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ଓସାର ଜିଲା ଆବାହକ ପ୍ରତାପ କୁମାର ମହାନ୍ତି କହିଛନ୍ତି, ୨୦୧୭ ମସିହାରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଉଛି। ଏପରିକି ଏହି କାର୍ଯ୍ୟର ତଦାରଖ ପାଇଁ କୋର୍ଟ ପକ୍ଷରୁ ମୋହିତ ଅଗ୍ରୱାଲଙ୍କୁ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତ କରାଯାଇଛି। ୨୦୨୦ରେ ଏ ନେଇ ପ୍ରଶାସନ ପକ୍ଷରୁ ବେଆଇନ ଚିଙ୍ଗୁଡ଼ି ଘେରି ଚାଷୀଙ୍କୁ ନୋଟିସ ସହି ଘେରି ଭଙ୍ଗାହୋଇଥିଲା। ପ୍ରଶାସନର ନୀରବତା ଏହି ବର୍ଗର ଚାଷୀଙ୍କୁ ସୁହାଇଛି। ମହାକାଳପଡ଼ା ବଡଟୁବି ଅଞ୍ଚଳରେ ଏବେ ଶତାଧିକ ଏକର ଜମିରେ ଘେରି ନିର୍ମାଣ ହୋଇଛି। ତଟାଞ୍ଚଳରେ ଘେରି ନିର୍ମାଣ ଫଳରେ ବଣପଦା, ଭୂଇଁପୁର, ଗୋଗୁଆ, ଇଶାନୀପଲା, ହରିପୁର, କଜଳାବନ୍ଧ କଳତୁଙ୍ଗା, କାକଟପୁର, କୋରିଆପଲା, ନରସିଂହପୁର, ମଲାଡିହ, ପାଉଁଶିଆପାଳ, ରଟପଙ୍ଗ, ଶଙ୍ଖଚିତ, ଶାସନ, ସିଙ୍ଗାରପୁର, ତନ୍ତିଆପାଳ, ବେଣାକନ୍ଦା, ତେଲଙ୍ଗା, ପାଣିଖିଆ ଆଦି ୧୪୭ ଗ୍ରାମର ପରିବେଶ ନଷ୍ଟ ହେବ। ପରିବେଶବିତ୍‌ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ବନ ବିଭାଗ, ବନ୍ୟପ୍ରାଣୀ ବିଭାଗ, କୋଷ୍ଟାଲ ଆକ୍ୱା କଲଚର ଅଥରିଟି ଓ ହାଇକୋର୍ଟ ପକ୍ଷରୁ ପ୍ରସ୍ତୁତ ସିଇସି (ସେଣ୍ଟ୍ରାଲ ଏମ୍ପାୱାର୍ଡ କମିଟି) ଗାଇଡ୍‌ଲାଇନକୁ ଚିଙ୍ଗୁଡ଼ି ଘେରି ଉଲ୍ଲଂଘନ କରୁଛି। ଏହି ଘେରିରେ ଖାଦ୍ୟ, କୀଟନାଶକ ଓ ରାସାୟନିକ ସାର ପ୍ରୟୋଗ ହେତୁ ଗ୍ରାମ ପରିବେଶ ବିଷାକ୍ତ ହୋଇଯାଉଛି। ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ନାୟକ କହିଛନ୍ତ , ନିମ୍ନମାନର ପାଣି ମୋଟର ଓ ଏଭିଏଟର ପାଇଁ ଗତ ୩ବର୍ଷ ମଧ୍ୟରେ ଚିଙ୍ଗୁଡ଼ି ଘେରିରେ ୧୧ଟି ଦୁର୍ଘଟଣା ହେଲାଣି। ଏଥିରେ ରାଜନଗରର ଜଣେ ମରିଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଏଠାରେ ବ୍ୟବହୃତ ଯନ୍ତ୍ରଗୁଡିକ କେତେକ ବ୍ୟବସାୟୀ ଦିଲ୍ଲୀ, ମୁମ୍ବାଇ, କୋଲିକତା ଆଦି ସ୍ଥାନରୁ ବିନା ରସିଦରେ ଆଣୁଛନ୍ତି। ଏହି ମୋଟର ଓ ଏଭିଏଟରଗୁଡିକ ନିମ୍ନମାନର ହୋଇଥିବାରୁ ଶ୍ରମିକଙ୍କ ଜୀବନମରଣ ସମସ୍ୟା ଦେଖାଦେଇଛି। ଏପରିକି କେତେସ୍ଥଳରେ ପାଣି ମୋଟର ଚାଲୁଥିବା ସମୟରେ ମଧ୍ୟ ବିସ୍ଫୋରଣ ହୋଇଛି ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ବନ୍ଦ ହୋଇନାହିଁ। ନିକଟରେ ମହାକାଳପଡ଼ା କଣ୍ଡରାପାଟିଆଠାରେ ୧୭୦ ଏକର ଜମିକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ଏହାସହ ସ୍ଥାନୀୟ ତହସିଲଦାରମାନେ ବେଆଇନ ଭାବେ ଗଢ଼ି ଉଠିଥିବା ଚିଙ୍ଗୁଡ଼ି ଘେରିର ଚିହ୍ନଟ ଓ ଉଚ୍ଛେଦ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri