ଜଳ ପାଲଟିଛି ଜହର, ଜବରଦଖଲରେ ନଦୀପଥ

କେନ୍ଦ୍ରାପଡ଼ା ଅଫିସ, ୧୪ା୭: ପୁରାଣ ପ୍ରସିଦ୍ଧ ମଧୁସାଗର ତଥା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଗୋବରୀ ନଦୀ ଏବେ ଜଳଧାରଣ କ୍ଷମତା ହରାଇଛି। ଜଳ ମଧ୍ୟ ଜହର ପାଲଟିଛି। ନଦୀମାର୍ଗ ଏବେ ଜବରଦଖଲକୁ ଚାଲି ଯାଇଛି। କୃଷି କ୍ଷେତ୍ରକୁ ଆଉ ପର୍ଯ୍ୟାପ୍ତ ଜଳ ଯାଉନାହିଁ। ଏ ନେଇ ସ୍ଥାନୀୟ ଅଧିବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସେହିପରି ୨୦୧୩ରୁ ୨୦୨୧ ମସିହା ପର୍ଯ୍ୟନ୍ତ ଜିଲା ଜଳସମ୍ପଦ ବିଭାଗ ପକ୍ଷରୁ ହୋଇଥିବା ଜଳ ପରୀକ୍ଷଣରେ ବିଷାକ୍ତ ପଦାର୍ଥ ଅତ୍ୟଧିକ ଥିବା ରିପୋର୍ଟକୁ ଅଣଦେଖା କରାଯାଉଥିବା ସ୍ଥାନୀୟ ଅଧିବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଜଳ ସମ୍ପଦ ବିଭାଗ ଆକଳନ ଅନୁଯାୟୀ, ଗୋବରୀର ୧୩୮ କିଲୋମିଟର ଲମ୍ବର ଉଭୟ କୂଳରେ ୭,୬୧୬ ହେକ୍ଟର କ୍ଷେତ୍ରଫଳରେ ଜଳସେଚନ ହୋଇଥାଏ। ସେହିପରି ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ମାଳିବସା, ତନ୍ତିଆପାଳ, ବେଣାକନ୍ଦା ଓ ବିଜୟନଗରଠାରେ କ୍ରିକ୍‌ ବନ୍ଧ ଯୋଜନା ପରେ ୪ ହଜାର ହେକ୍ଟର ଜମିରେ ଚାଷ ହୁଏ। ଏଠାରୁ ପାଣି ଆସି ରବି ଫସଲ ୩୨୦୦ ହେକ୍ଟର, ବାଦାମ ୬୦୦ ହେକ୍ଟର କ୍ଷେତରେ ଚାଷ ହୁଏ। ଜିଲାର ୮୦ ହଜାରରୁ ଊର୍ଦ୍ଧ୍ୱ ଅଧିବାସୀ ଏହି ପାଣିକୁ ଉପଯୋଗ କରିଥାନ୍ତି। ସେହିପରି ଏହି ଉତ୍ସକୁ ୩୦ ହଜାର ହେକ୍ଟର ଜମିକୁ ଚାଷ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିନିଯୋଗ କରାଯାଏ ବୋଲି ବିଭାଗୀୟ ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି।

ଏ ସମ୍ପର୍କରେ ସହରର ସେକ୍‌ ଅମଜାନ୍‌, ଫୋରଡ ଗଁାର ଟୁନା ସାହୁ, କଂସାରର ନୀଳମାଧବ ମହାପାତ୍ର, ନିରଞ୍ଜନ ପରିଡା ପ୍ରମୁଖ କହିଛନ୍ତି, ଜିଲାରେ ଥିବା ୭ ନଦୀର ଜଳ ଜୀବନ ଜୀବିକାକୁ ସମୃଦ୍ଧ କରୁଛି। ଏଥିରେ ଗୋବରୀ ନଦୀର ଅବଦାନ ଅଧିକ। ୫ ଦଶନ୍ଧି ପୂର୍ବରୁ ସଡ଼କପଥ ସୁବିଧା ନ ଥିବାରୁ ଗୋବରୀର ଜଳପଥ ପଣ୍ୟଦ୍ରବ୍ୟ ବ୍ୟବସାୟରେ ମୁଖ୍ୟ ମାଧ୍ୟମ ଥିଲା। ସମୁଦ୍ରରୁ ଜମ୍ବୁ ଦେଇ ଗୋବରୀ ନଦୀରେ ମହାନଦୀ ଜଳପଥରେ କଟକ ପର୍ଯ୍ୟନ୍ତ ପଣ୍ୟଦ୍ରବ୍ୟ କାରବାର ସହ ଯାତାୟାତ ହେଉଥିଲା। ସ୍ବାଧୀନତା ପରବର୍ତ୍ତୀକାଳରେ ଏହାର ଉନ୍ନତୀକରଣ କରାଯାଇ ନଦୀଜଳକୁ ଚାଷରେ ବ୍ୟବହାର ହେଲା। ଏହା ବ୍ୟତୀତ ବିଭିନ୍ନ ପୁରାଣରୁ ମଧୁସାଗରର ଜନ୍ମ ସହ ଗୋବରୀ ନଦୀର କାହାଣୀ ଲୋକମୁଖରେ ପ୍ରଚଳିତ ଅଛି। ତେବେ ଏହି ନଦୀ ଏବେ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ। ଏଥିରେ ଭାରି ମାତ୍ରାରେ କାଡ୍‌ମିୟମ, କ୍ରେମିୟମ ଓ ପୋଟ୍ଟାସିୟମ ରହିଥିବା ପରୀକ୍ଷଣରୁ ଜଣାପଡିଛି। ଏହି ଜଳକୁ ବ୍ୟବହାର ଦ୍ୱାରା ଚର୍ମରୋଗ ସହ ଜଳବାହିତ ରୋଗ ଦେଖାଦେଉଛି। ଗ୍ରାମାଞ୍ଚଳ ଅପେକ୍ଷା ସହର ମଧ୍ୟରେ ଏହାର ଜଳପଥକୁ ସର୍ବାଧିକ ଜବରଦଖଲ କରାଯାଇଛି। ନିକଟରେ ଦୁଇଟି ସାଇଫନ ଦ୍ୱାରା ସହରର ଅଳିଆ ଆବର୍ଜନା ପାଣି ନଦୀକୁ ଛଡାଯାଇଛି। ସେହିପରି ନଦୀକୂଳବାସୀଙ୍କ ପାଇଖାନା ଦ୍ୱାର ନଦୀ ମଧ୍ୟକୁ ଅଛି। ଫଳରେ ନଦୀଜଳ ପ୍ରଦୂଷିତ ହେବା ସହ ଜବରଦଖଲକାରୀ ନଦୀପଥକୁ ସଙ୍କୁଚିତ କରିଛନ୍ତି। ସେହିପରି ଉନ୍ନତୀକରଣ ନ ହେବାରୁ ନଦୀରେ ବିଲାତି ଦଳ ଭର୍ତ୍ତି ହୋଇଛି, ଯାହାପାଇଁ କ୍ଷେତକୁ ପାଣି ଯାଇ ପାରୁନାହିଁ। ତେବେ ପ୍ରଶାସନ ପକ୍ଷରୁ ଜଳକର ଆଦାୟ ହେଉଛି। ଗୋବରୀର ଉନ୍ନତୀକରଣରେ ଜିଲାର ଆର୍ଥିକ ସ୍ଥିତି ସୁଧାର ଆସିବ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଜିଲା ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ ଏହାର ଉନ୍ନତୀକରଣ ପାଇଁ ୩ ବର୍ଷ ଧରି ଯୋଜନା ହୋଇଛି। ନଦୀର କେତେକ ଅଂଶରେ ପ୍ରକଳ୍ପ ଆରମ୍ଭ ହୋଇଛି। ଜବରଦଖଲ ସମ୍ପର୍କରେ ଜିଲା ପ୍ରଶାସନକୁ ଜଣାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri