ଟ୍ରେନ୍‌ ଯାତ୍ରାରେ ଶିଶୁ ଅଧିକାର

ଚଳିତ ମାସ ୨ ତାରିଖରେ ମୁଁ ରାଜଧାନୀ ଭୁବନେଶ୍ୱରରୁ ମୋ ଘର ଢେଙ୍କାନାଳକୁ ଟ୍ରେନରେ ଫେରୁଥିଲି। ସମୟ ପ୍ରାୟ ୫ଟା ୧୦ରୁ ୬ଟା ୫୦ ମିନିଟ୍‌ ସମୟ ମଧ୍ୟରେ। ମୋ ପାଖ ସିଟ୍‌ ନିକଟରେ ଜଣେ ମା’ ତାଙ୍କର ବର୍ଷକର ପୁଅକୁ ଧରି ବସିଥିଲେ। ଟ୍ରେନ ଛାଡ଼ିବାର ଅଧଘଣ୍ଟା ପରେ ଶିଶୁଟି କାନ୍ଦିବାକୁ ଲାଗିଲା। କାନ୍ଦିବାର ଜାଣି ଶିଶୁଟିକୁ ମା’ ସ୍ତନପାନ କରିବା ପାଇଁ ବ୍ୟସ୍ତ ହେଲେ। ମା’ ଜାଣିପାରେ ଶିଶୁର ସମୟ ଅନୁସାରେ କାନ୍ଦକୁ। ମା’ ଜଣକ ଟ୍ରେନ୍‌ରେ ଭୁବନେଶ୍ୱରରୁ ଅନୁଗୋଳ ଯାଉଥିଲେ। ସବୁ ସିଟ୍‌ରେ ଯାତ୍ରୀ ବସିଥିଲେ। କୌଣସିଠାରେ ସିଟ୍‌ ଖାଲି ନ ଥିଲା। ମା’ଙ୍କୁ ଯେଉଁ ଗୋପନୀୟତା ବା ଏକାନ୍ତ ସ୍ଥାନର ଆବଶ୍ୟକତା ରହିଛି ତାହା ସେଠାରେ ନ ଥିଲା। ମା’ ଜଣକ ଚାରିଆଡ଼େ ଚାହୁଁଥିଲେ ମାତ୍ର ସେଠି ସେମିତି କୌଣସି ସୁବିଧା ନ ଥିଲା। ଶିଶୁଟିକୁ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ସେ ଅଧିକ କାନ୍ଦିବାକୁ ଲାଗିଲା। ମା’ ବାଧ୍ୟ ହୋଇ ଲୁଗା ଘୋଡ଼ାଇ ଶିଶୁଟିକୁ କିଛି ସମୟ ପାଇଁ ସ୍ତନ୍ୟପାନ କରାଇଥିଲେ। ଶିଶୁଟିକୁ ସ୍ତନ୍ୟ ପାନ କରିବା ପାଇଁ ସେହି ମା’ଙ୍କୁ ପ୍ରାୟ ୨୦ରୁ ୩୦ ମିନିଟ ସମସ୍ତଙ୍କ ସାମ୍ନାରେ ଅପେକ୍ଷା କରିବାକୁ ପଡ଼ିଥିଲା।
ସମାଜରେ ନାରୀ ସୁରକ୍ଷା ପାଇଁ ତଥା ସେମାନଙ୍କ ଗୋପନତାକୁ ନେଇ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ଯେପରି କି ଅନେକ ସରକାରୀ ସଂସ୍ଥା ଓ ବେସରକାରୀ ସଂସ୍ଥା ତରଫରୁ କାର୍ଯ୍ୟାଳୟ ପରିସରରେ ଶିଶୁର ସ୍ତନ୍ୟପାନ କରିବା ପାଇଁ ସ୍ବତନ୍ତ୍ର କୋଠରିର ବ୍ୟବସ୍ଥା କରାଯାଇଛି। ମାତ୍ର କେନ୍ଦ୍ର ରେଳ ବିଭାଗ ତରଫରୁ ପାସେଞ୍ଜର କିମ୍ବା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ୍‌ରେ ମହିଳାମାନେ ଶିଶୁମାନଙ୍କର ସ୍ତନ୍ୟପାନ କରାଇବା ପାଇଁ ସରକାରଙ୍କ ତରଫରୁ କୌଣସି ବ୍ୟବସ୍ଥା ନାହିଁ। ଏହି ଟ୍ରେନ ଗୁଡ଼ିକରେ ଅଧିକ ସଂଖ୍ୟାରେ ଯାତ୍ରୀ ନିଜ ଦୈନଦିନ କାମ ପାଇଁ ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ଯାଇଥାନ୍ତି। ମାତ୍ର ଟ୍ରେନ୍‌ରେ ମା’ ଓ ଶିଶୁଙ୍କ ଅଧିକାର ଏବଂ ସୁରକ୍ଷା ପାଇଁ ଏହି ବ୍ୟବସ୍ଥା ରହିବା ଆବଶ୍ୟକ।
ଶିଶୁମାନେ ଦେଶର କେବଳ ଭବିଷ୍ୟତ ନୁହନ୍ତି ବରଂ ସାମାଜିକ ଓ ଅର୍ଥନୈତିକ ଆସେଟ କରିବା ଭୁଲ୍‌ ହେବ ନାହିଁ। ଗତ ମାସରେ ପୁରୀ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ପରେ ମନ୍ଦିର ପରିସରରେ ସ୍ତନ୍ୟପାନ କରିବାର ବ୍ୟବସ୍ଥା ଥିବାର ଦେଖିବାକୁ ମିଳିଥିଲା। ଏହିପରି ବ୍ୟବସ୍ଥା ଦେଖି ବେଶ୍‌ ଖୁସି ଲାଗିଥିଲା। ମା’ ଓ ଶିଶୁର ସୁରକ୍ଷା ପାଇଁ ତଥା ଦେଶର ସମ୍ପଦ ପାଇଁ ବିଳମ୍ବ ନ କରି ଏହାକୁ ଅଗ୍ରାଧିକାର ଭିତ୍ତିରେ ସ୍ବୀକୃତି ଦେବାକୁ ହେବ। ଜୁଭେନାଇଲ୍‌ ଜଷ୍ଟିସ ଆକ୍ଟ (ସଂଶୋଧନ) ଅନୁଯାୟୀ ଶିଶୁର ୪ଟି ଅଧିକାର ମଧ୍ୟରୁ ସବୁବେଳେ ଆଇନ ଶିଶୁର ବେଷ୍ଟ ଇଣ୍ଟରେଷ୍ଟକୁ ପ୍ରାଧାନ୍ୟ ଦେବା ପାଇଁ ଗୁରୁତ୍ୱ ଦେଇଛି। ଶିଶୁ ନ୍ୟାୟ ଅଧିକାର ଆଇନ ଅନୁଯାୟୀ ଶିଶୁର ଚାରିଟି ଅଧିକାର ମଧରୁ ବଞ୍ଚିବାର ଅଧିକାର ଓ ନିଜ ବିକାଶର ଅଧିକାରକୁ ସମସ୍ତେ ସୁନିଶ୍ଚିନ୍ତ କରିବା ଆବଶ୍ୟକ। ତେଣୁ ଆଇନକୁ ସମ୍ମାନ ଦେବା ସହ ମା’ ଓ ଶିଶୁର ଅଧିକାରକୁ ଠିକ୍‌ ସ୍ଥାନରେ ଗୁରୁତ୍ୱ ନେଇ ବ୍ୟବସ୍ଥା କରିପାରିଲେ ଶିଶୁ ପାଇଁ ଏହା ହେବ ସ୍ନେହ ଓ ସମ୍ମାନ।
ପ୍ରତ୍ୟେକ ଶିଶୁର ଦେଶ ଗଠନରେ ଭୂମିକା ରହିଛି। ତେଣୁ ଶିଶୁମାନଙ୍କର ଅଧିକାରକୁ ସସମ୍ମାନ ସବୁ ସ୍ତରରେ ଦେବା ଆବଶ୍ୟକ। ଦେଶ ଗଠନରେ ମହିଳା ଓ ଶିଶୁଙ୍କୁ ଅଗ୍ରାଧିକାର ଦେଇପାରିଲେ ଲକ୍ଷ୍ୟ ହାସଲ ହୋଇପାରିବ। ବିକଶିତ ଭାରତ ଗଠନ ହୋଇପାରିବ। ସେହିଦିନ ଟ୍ରେନ ଯାତ୍ରାର ଅନ୍ୟ ଏକ ଶିଶୁ କାନ୍ଦିବାର ଦୃଶ୍ୟ ଦେଖିଲି। ସେ ମୋ ଡାହାଣ ପଟରେ ବସି ଏକ ମୋବାଇଲ ବ୍ୟବହାର କରୁଥିବାର ଦେଖିଲି। ଶିଶୁ କିଶୋର ଓ ମାତା ପିତା ମୋ ସାମ୍ନାରେ ଅନ୍ୟ ଏକ ସିଟ୍‌ରେ ବସିଥିଲେ। ପ୍ରାୟ ୧ ଘଣ୍ଟା କାଳ ଶିଶୁଟି ମୋବାଇଲ ଖୋଲି ସାମାଜିକ ଗଣମାଧ୍ୟମ ଓ ୟୁଟ୍ୟୁବ୍‌ରେ ଇଚ୍ଛା ମୁତାବକ ଦେଖୁଥିଲା। ସେହି ସମୟରେ ମା’ ବାପା ପରସ୍ପର କଥାବାର୍ତ୍ତା ହେଉଥିଲେ। ସେମାନେ ବ୍ୟସ୍ତ ରହିବା ପାଇଁ ଭୁବନେଶ୍ୱର ଷ୍ଟେସନରେ ଟ୍ରେନ୍‌ ଚଢ଼ିବା ପରେ ଶିଶୁକନ୍ୟାକୁ ମୋବାଇଲ ଧରାଇଦେଲେ। ଟିକେ ଭାବି ଦେଖନ୍ତୁ ଏହାଦ୍ବାରା ସେମାନେ କେତେବଡ଼ ଭୁଲ୍‌ କରୁଛନ୍ତି।
ସହକାରୀ ପ୍ରାଧ୍ୟାପକ,ଆଇଆଇଏମ୍‌ସି, ଢେଙ୍କାନାଳ
ମୋ:୯୩୩୭୦୫୪୮୬୨

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?