ଟ୍ରେନ୍‌ ଯାତ୍ରାରେ ଶିଶୁ ଅଧିକାର

ଚଳିତ ମାସ ୨ ତାରିଖରେ ମୁଁ ରାଜଧାନୀ ଭୁବନେଶ୍ୱରରୁ ମୋ ଘର ଢେଙ୍କାନାଳକୁ ଟ୍ରେନରେ ଫେରୁଥିଲି। ସମୟ ପ୍ରାୟ ୫ଟା ୧୦ରୁ ୬ଟା ୫୦ ମିନିଟ୍‌ ସମୟ ମଧ୍ୟରେ। ମୋ ପାଖ ସିଟ୍‌ ନିକଟରେ ଜଣେ ମା’ ତାଙ୍କର ବର୍ଷକର ପୁଅକୁ ଧରି ବସିଥିଲେ। ଟ୍ରେନ ଛାଡ଼ିବାର ଅଧଘଣ୍ଟା ପରେ ଶିଶୁଟି କାନ୍ଦିବାକୁ ଲାଗିଲା। କାନ୍ଦିବାର ଜାଣି ଶିଶୁଟିକୁ ମା’ ସ୍ତନପାନ କରିବା ପାଇଁ ବ୍ୟସ୍ତ ହେଲେ। ମା’ ଜାଣିପାରେ ଶିଶୁର ସମୟ ଅନୁସାରେ କାନ୍ଦକୁ। ମା’ ଜଣକ ଟ୍ରେନ୍‌ରେ ଭୁବନେଶ୍ୱରରୁ ଅନୁଗୋଳ ଯାଉଥିଲେ। ସବୁ ସିଟ୍‌ରେ ଯାତ୍ରୀ ବସିଥିଲେ। କୌଣସିଠାରେ ସିଟ୍‌ ଖାଲି ନ ଥିଲା। ମା’ଙ୍କୁ ଯେଉଁ ଗୋପନୀୟତା ବା ଏକାନ୍ତ ସ୍ଥାନର ଆବଶ୍ୟକତା ରହିଛି ତାହା ସେଠାରେ ନ ଥିଲା। ମା’ ଜଣକ ଚାରିଆଡ଼େ ଚାହୁଁଥିଲେ ମାତ୍ର ସେଠି ସେମିତି କୌଣସି ସୁବିଧା ନ ଥିଲା। ଶିଶୁଟିକୁ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ସେ ଅଧିକ କାନ୍ଦିବାକୁ ଲାଗିଲା। ମା’ ବାଧ୍ୟ ହୋଇ ଲୁଗା ଘୋଡ଼ାଇ ଶିଶୁଟିକୁ କିଛି ସମୟ ପାଇଁ ସ୍ତନ୍ୟପାନ କରାଇଥିଲେ। ଶିଶୁଟିକୁ ସ୍ତନ୍ୟ ପାନ କରିବା ପାଇଁ ସେହି ମା’ଙ୍କୁ ପ୍ରାୟ ୨୦ରୁ ୩୦ ମିନିଟ ସମସ୍ତଙ୍କ ସାମ୍ନାରେ ଅପେକ୍ଷା କରିବାକୁ ପଡ଼ିଥିଲା।
ସମାଜରେ ନାରୀ ସୁରକ୍ଷା ପାଇଁ ତଥା ସେମାନଙ୍କ ଗୋପନତାକୁ ନେଇ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ଯେପରି କି ଅନେକ ସରକାରୀ ସଂସ୍ଥା ଓ ବେସରକାରୀ ସଂସ୍ଥା ତରଫରୁ କାର୍ଯ୍ୟାଳୟ ପରିସରରେ ଶିଶୁର ସ୍ତନ୍ୟପାନ କରିବା ପାଇଁ ସ୍ବତନ୍ତ୍ର କୋଠରିର ବ୍ୟବସ୍ଥା କରାଯାଇଛି। ମାତ୍ର କେନ୍ଦ୍ର ରେଳ ବିଭାଗ ତରଫରୁ ପାସେଞ୍ଜର କିମ୍ବା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ୍‌ରେ ମହିଳାମାନେ ଶିଶୁମାନଙ୍କର ସ୍ତନ୍ୟପାନ କରାଇବା ପାଇଁ ସରକାରଙ୍କ ତରଫରୁ କୌଣସି ବ୍ୟବସ୍ଥା ନାହିଁ। ଏହି ଟ୍ରେନ ଗୁଡ଼ିକରେ ଅଧିକ ସଂଖ୍ୟାରେ ଯାତ୍ରୀ ନିଜ ଦୈନଦିନ କାମ ପାଇଁ ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ଯାଇଥାନ୍ତି। ମାତ୍ର ଟ୍ରେନ୍‌ରେ ମା’ ଓ ଶିଶୁଙ୍କ ଅଧିକାର ଏବଂ ସୁରକ୍ଷା ପାଇଁ ଏହି ବ୍ୟବସ୍ଥା ରହିବା ଆବଶ୍ୟକ।
ଶିଶୁମାନେ ଦେଶର କେବଳ ଭବିଷ୍ୟତ ନୁହନ୍ତି ବରଂ ସାମାଜିକ ଓ ଅର୍ଥନୈତିକ ଆସେଟ କରିବା ଭୁଲ୍‌ ହେବ ନାହିଁ। ଗତ ମାସରେ ପୁରୀ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ପରେ ମନ୍ଦିର ପରିସରରେ ସ୍ତନ୍ୟପାନ କରିବାର ବ୍ୟବସ୍ଥା ଥିବାର ଦେଖିବାକୁ ମିଳିଥିଲା। ଏହିପରି ବ୍ୟବସ୍ଥା ଦେଖି ବେଶ୍‌ ଖୁସି ଲାଗିଥିଲା। ମା’ ଓ ଶିଶୁର ସୁରକ୍ଷା ପାଇଁ ତଥା ଦେଶର ସମ୍ପଦ ପାଇଁ ବିଳମ୍ବ ନ କରି ଏହାକୁ ଅଗ୍ରାଧିକାର ଭିତ୍ତିରେ ସ୍ବୀକୃତି ଦେବାକୁ ହେବ। ଜୁଭେନାଇଲ୍‌ ଜଷ୍ଟିସ ଆକ୍ଟ (ସଂଶୋଧନ) ଅନୁଯାୟୀ ଶିଶୁର ୪ଟି ଅଧିକାର ମଧ୍ୟରୁ ସବୁବେଳେ ଆଇନ ଶିଶୁର ବେଷ୍ଟ ଇଣ୍ଟରେଷ୍ଟକୁ ପ୍ରାଧାନ୍ୟ ଦେବା ପାଇଁ ଗୁରୁତ୍ୱ ଦେଇଛି। ଶିଶୁ ନ୍ୟାୟ ଅଧିକାର ଆଇନ ଅନୁଯାୟୀ ଶିଶୁର ଚାରିଟି ଅଧିକାର ମଧରୁ ବଞ୍ଚିବାର ଅଧିକାର ଓ ନିଜ ବିକାଶର ଅଧିକାରକୁ ସମସ୍ତେ ସୁନିଶ୍ଚିନ୍ତ କରିବା ଆବଶ୍ୟକ। ତେଣୁ ଆଇନକୁ ସମ୍ମାନ ଦେବା ସହ ମା’ ଓ ଶିଶୁର ଅଧିକାରକୁ ଠିକ୍‌ ସ୍ଥାନରେ ଗୁରୁତ୍ୱ ନେଇ ବ୍ୟବସ୍ଥା କରିପାରିଲେ ଶିଶୁ ପାଇଁ ଏହା ହେବ ସ୍ନେହ ଓ ସମ୍ମାନ।
ପ୍ରତ୍ୟେକ ଶିଶୁର ଦେଶ ଗଠନରେ ଭୂମିକା ରହିଛି। ତେଣୁ ଶିଶୁମାନଙ୍କର ଅଧିକାରକୁ ସସମ୍ମାନ ସବୁ ସ୍ତରରେ ଦେବା ଆବଶ୍ୟକ। ଦେଶ ଗଠନରେ ମହିଳା ଓ ଶିଶୁଙ୍କୁ ଅଗ୍ରାଧିକାର ଦେଇପାରିଲେ ଲକ୍ଷ୍ୟ ହାସଲ ହୋଇପାରିବ। ବିକଶିତ ଭାରତ ଗଠନ ହୋଇପାରିବ। ସେହିଦିନ ଟ୍ରେନ ଯାତ୍ରାର ଅନ୍ୟ ଏକ ଶିଶୁ କାନ୍ଦିବାର ଦୃଶ୍ୟ ଦେଖିଲି। ସେ ମୋ ଡାହାଣ ପଟରେ ବସି ଏକ ମୋବାଇଲ ବ୍ୟବହାର କରୁଥିବାର ଦେଖିଲି। ଶିଶୁ କିଶୋର ଓ ମାତା ପିତା ମୋ ସାମ୍ନାରେ ଅନ୍ୟ ଏକ ସିଟ୍‌ରେ ବସିଥିଲେ। ପ୍ରାୟ ୧ ଘଣ୍ଟା କାଳ ଶିଶୁଟି ମୋବାଇଲ ଖୋଲି ସାମାଜିକ ଗଣମାଧ୍ୟମ ଓ ୟୁଟ୍ୟୁବ୍‌ରେ ଇଚ୍ଛା ମୁତାବକ ଦେଖୁଥିଲା। ସେହି ସମୟରେ ମା’ ବାପା ପରସ୍ପର କଥାବାର୍ତ୍ତା ହେଉଥିଲେ। ସେମାନେ ବ୍ୟସ୍ତ ରହିବା ପାଇଁ ଭୁବନେଶ୍ୱର ଷ୍ଟେସନରେ ଟ୍ରେନ୍‌ ଚଢ଼ିବା ପରେ ଶିଶୁକନ୍ୟାକୁ ମୋବାଇଲ ଧରାଇଦେଲେ। ଟିକେ ଭାବି ଦେଖନ୍ତୁ ଏହାଦ୍ବାରା ସେମାନେ କେତେବଡ଼ ଭୁଲ୍‌ କରୁଛନ୍ତି।
ସହକାରୀ ପ୍ରାଧ୍ୟାପକ,ଆଇଆଇଏମ୍‌ସି, ଢେଙ୍କାନାଳ
ମୋ:୯୩୩୭୦୫୪୮୬୨

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ ନିର୍ବାଚନ ପୂର୍ବରୁ AAPକୁ ଲାଗିଲା ବଡ଼ ଝଟକା

ଚଣ୍ଡିଗଡ଼,୧।୧୧: ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ଏକ ବଡ଼ ଝଟକା ପାଇଛି। ପଟିଆଲା ଜିଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକମାନେ ଦଳର ପ୍ରାଥମିକ ସଦସ୍ୟତାରୁ…

‘ମୋର କାମ ସମସ୍ତଙ୍କୁ ଖୁସି ରଖିବା ନୁହେଁ…’ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କୁ କାହିଁକି ଏକଥା କହିବାକୁ ପଡ଼ିଲା?ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧।୧୧: ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର କହିଛନ୍ତି ଯେ, ସମସ୍ତଙ୍କୁ ଖୁସି ରଖିବା ତାଙ୍କ କାମ ନୁହେଁ। ଗମ୍ଭୀର ନିଜର ସ୍ପଷ୍ଟବାଦୀ ସ୍ବଭାବ ଏବଂ…

‘ରାହୁଲ ଦେଶର ବଦନାମ କରୁଛନ୍ତି’ ରାମଲୀଳା ମୈଦାନ ରାଲିକୁ ନେଇ ଜେ.ପି. ନଡ୍ଡାଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୧।୧୧: ଭାଜପା ନେତା ଜେ.ପି. ନଡ୍ଡା ‘ଇଣ୍ଡିଆ’ (INDIA) ମେଣ୍ଟର ରାଲିକୁ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ନଭେମ୍ବର ୧ରେ ହେବାକୁ ଥିବା ଏହି ରାଲିକୁ…

ଖୋଲା ଛାତ ଥିବା ବସରେ ଗଲେ ରାହୁଲ ଗାନ୍ଧୀ, ଅଖିଳେଶ, ମମତା, ଫାରୁକ…

ନୂଆଦିଲ୍ଲୀ,୧।୧୧: ରାମଲୀଳା ମୈଦାନରେ ‘ଇଣ୍ଡିଆ’ (INDIA) ମେଣ୍ଟର ରାଲି ପୂର୍ବରୁ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଖୋଲା ଛାତ ଥିବା ବସରେ ମିଣ୍ଟୋ ବ୍ରିଜ ଅଭିମୁଖେ…

ବନ୍ୟାଞ୍ଚଳ ବୁଲି କ୍ଷୟକ୍ଷତିର ଅନୁଧ୍ୟାନ, ପ୍ରଶାସନ ପକ୍ଷରୁ ଖାଦ୍ୟ ବଣ୍ଟନ

ଗଞ୍ଜାମ, ୧।୧୧ (ଅନାଥ ତରାଇ): ଋଷିକୁଲ୍ୟା ନଦୀରେ ବନ୍ୟା ଯୋଗୁଁ ଗଞ୍ଜାମ ବ୍ଲକର ବିଭିନ୍ନ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ଅଷ୍ଟ୍ରେଲିଆର ପରାଜୟ ସମସ୍ତ ସମୀକରଣ ବଦଳାଇ ଦେଇଛି; ଜାଣନ୍ତୁ ଭାରତୀୟ ଦଳ କିପରି WTC ଫାଇନାଲରେ ପହଞ୍ଚିବ

ନୂଆଦିଲ୍ଲୀ,୧।୧୧: ତୃତୀୟ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୧୭୬ ରନରେ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ଏହି ଫଳାଫଳ…

କଇଁ ଫୁଲ ତୋଳିବା ହେଲା କାଳ! ପୋଖରୀରେ ବୁଡ଼ି ୩ ଶିଶୁ ମୃତ, ଆଉ ଜଣେ ନିଖୋଜ ସନ୍ଦେହ

ନିଶ୍ଚିନ୍ତକୋଇଲି,୧।୧୧ (ଅଶୋକ କୁମାର ମହାପାତ୍ର): କଟକ ଜିଲା ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ୩ ଜଣ ଶିଶୁଙ୍କ…

କଲଭର୍ଟ ଧୋଇଗଲା, ଯାତାୟାତ ବନ୍ଦ ବାଇକ୍‌ ପାର୍‌ କରାଇବାକୁ ନେଉଛନ୍ତି ୨୦୦ ଟଙ୍କା

ରାଇକିଆ, ୩୧/୧୦ (ପ୍ରଦୀପ ବେହେରା): କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ପୋଲ ଭାଙ୍ଗିଯିବା ଯୋଗୁଁ ଜରୁରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?