Posted inଫୁରସତ

ଏମିତି ଦେଶ, ଯେଉଁଠି ମଣିଷଙ୍କଠାରୁ ମେଣ୍ଢାଙ୍କ ସଂଖ୍ୟା ଅଧିକ

ବିଶ୍ୱ ମାନଚିତ୍ରରେ ଶହ ଶହ ଦେଶ ରହିଛି। ପ୍ରତ୍ୟେକ ଦେଶର ନିଜସ୍ବ ଭୌଗୋଳିକ ସ୍ଥିତି ମଧ୍ୟ ରହିଛି। କିଛି ଦେଶ ନିଜର ବିଶେଷତ୍ୱ ପାଇଁ ବେଶ୍‌ ଜଣାଶୁଣା। ଏହା ମାଧ୍ୟମରେ ପ୍ରତ୍ୟେକ ଦେଶର ନିଜ ନିଜର ପରିଚୟ ସୃଷ୍ଟି କରିଥାନ୍ତି। ଆମେ ଦୁନିଆର ଅନେକ ଦେଶ ବିଷୟରେ ଜାଣିଛୁ, କିନ୍ତୁ କିଛି ଦେଶ ଅନେକ ବିଶେଷତ୍ୱ ବିଷୟରେ ଜାଣି ନ ଥାଉ। ଉଦାହରଣ ସ୍ବରୂପ ନ୍ୟୁଜିଲ୍ୟାଣ୍ଡ। ଏହି ଦେଶ ସହିତ ଅନେକ କୌତୂହଳପୂର୍ଣ୍ଣ ତଥ୍ୟ ଜଡ଼ିତ ରହିଛି। ଜାଣନ୍ତୁ ଏ ସମ୍ପର୍କରେ…

ସବୁଠାରୁ ସୁନ୍ଦର ଦେଶ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ଅନ୍ୟତମ। ପ୍ରାକୃତିକ ଦୃଶ୍ୟ ଏବଂ ଜଙ୍ଗଲ ବିଷୟରେ କହିବାକୁ ଗଲେ ଏହି ଦେଶ ଚିର ସବୁଜ। ଏଠାକାର ସୁନ୍ଦର ଦୃଶ୍ୟରାଜି ଦେଖିବାକୁ ଦେଶ ବିଦେଶରୁ ଲୋକଙ୍କ ସୁଅ ଛୁଟେ। ଏହି ଦେଶର ଜନସଂଖ୍ୟା ବହୁତ କମ୍‌। ଏପରିକି ଏଠାରେ ଥିବା ମେଣ୍ଢାମାନଙ୍କ ସଂଖ୍ୟା ତୁଳନାରେ ମଧ୍ୟ କମ୍‌।

ଦେଶରେ ବାସ କରୁଥିବା ମୋଟ୍‌ ଜନସଂଖ୍ୟା ପ୍ରାୟ ୪୮ ଲକ୍ଷ। ଏହି ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ୫ଟି ଲେଖାଏ ମେଣ୍ଢା ରହିଛି। ସେହି ହାରତରେ ମୋଟ୍‌ ଜନସଂଖ୍ୟାଠାରୁ ମେଣ୍ଢାଙ୍କ ସଂଖ୍ୟା ଅଧିକ। କାରଣ ମେଣ୍ଢାଙ୍କଠାରୁ ବଟର ଏବଂ ପନିର ଉତ୍ପାଦିତ ହୋଇଥାଏ। ତେଣୁ ଲୋକେ ଘରେ ମେଣ୍ଢା ପାଳିଥାନ୍ତି।

ଖାଲି ଏତିକି ନୁହେଁ, ଏହି ଦେଶରେ ମଣିଷ ଅପେକ୍ଷା ବିଲେଇ ମଧ୍ୟ ଅଧିକ ଅଛନ୍ତି।
ଲେବାନନଠାରୁ ଅଳ୍ପ ଦୂରରେ ଅବସ୍ଥିତ ସାଇପ୍ରସକୁ ବିଲେଇ ଦ୍ୱୀପ କୁହାଯାଏ। ସାଇପ୍ରସ୍‌ରେ ବାସ କରୁଥିବା ସମୁଦାୟ ଜନସଂଖ୍ୟା ୧୨ ଲକ୍ଷରୁ ଅଧିକ। କିନ୍ତୁ ଏଠାରେ ରହୁଥିବା ବିଲେଇଙ୍କ ସଂଖ୍ୟା ପ୍ରାୟ ୧୫ ଲକ୍ଷ ଅଟେ। ଏହି ଦେଶରେ ଘଞ୍ଚ ଜଙ୍ଗଲ ରହିଛି ସତ ମାତ୍ର ଗୋଟିଏ ହେଲେ ସାପ ନାହାନ୍ତି। ତେଣୁ ଏହି ଦେଶକୁ ବିଚିତ୍ର ଦେଶ ବି କୁହାଯାଏ


Enter your email to get our daily news in your inbox.

All Right Reserved By Dharitri.Com

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri