୪ ସହରରେ ସଂକ୍ରମଣ ବଢ଼ୁଛି

ଭୁବନେଶ୍ୱର, ୧୨ା୭(ବ୍ୟୁରୋ):ରାଜ୍ୟରେ ଏବେ କରୋନା ଉପରମୁହାଁ ରହିଛି। ୪ଟି ସହରରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଭୁବନେଶ୍ୱର, କଟକ, ପୁରୀ ଏବଂ ରାଉରକେଲାରେ କରୋନା ସଂକ୍ରମଣ ବଢ଼ୁଥିବା ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ଧଳ କହିଛନ୍ତି। ସେ କହିଛନ୍ତି, ଯଦିଓ ସଂକ୍ରମଣ ଏବେ ବଢ଼ୁଛି, କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ଅଛି। ରାଜ୍ୟରେ ସକ୍ରିୟ ମାମଲା ପ୍ରାୟ ୩୨୦୦ ରହିଛି। ମାତ୍ର ୧ ପ୍ରତିଶତ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ମାସକ ତଳେ ୧୦ ହଜାର ଟେଷ୍ଟିଂ ହେଉଥିବାବେଳେ ଏବେ ୧୫ ହଜାର ହେଉଛି। ରବିବାର ଏବଂ ଅନ୍ୟ ଛୁଟି ଦିନରେ ଟେଷ୍ଟିଂ କମ୍‌ ରହିବ। ଆମେ ଦିନକୁ ୨୫ ହଜାର ପର୍ଯ୍ୟନ୍ତ ଟେଷ୍ଟିଂ କରିବାର ଯୋଜନା ରଖିଛୁ ବୋଲି ସ୍ବାସ୍ଥ୍ୟ ସଚିବ ପ୍ରକାଶ କରିଛନ୍ତି। ରାଜ୍ୟରେ ଟିକାକରଣ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ପୂର୍ବରୁ ଦ୍ୱିତୀୟ ଓ ତୃତୀୟ ଡୋଜ ଭିତରେ ୯ ମାସର ବ୍ୟବଧାନ ରହୁଥିଲା। ଏବେ ତାହାକୁ କମାଇ ୬ ମାସ କରାଯାଇଛି। ସରକାର ସମ୍ମୁଖ ଯୋଦ୍ଧା, ୬୦ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ମାଗଣାରେ ଟିକା ଦେଉଛନ୍ତି। ୧୮ରୁ ୫୯ ବର୍ଷ ବୟସର ଲୋକଙ୍କୁ ଘରୋଇ ହସ୍ପିଟାଲରେ ଟିକା ନେବାକୁ ପଡ଼ିବ। ୧୫ରୁ ୫୯ ବର୍ଷ ବୟସର ଲୋକଙ୍କୁ ମାଗଣାରେ ତୃତୀୟ ଡୋଜ ଦିଆଯିବ କି ନାହିଁ ସେ ସମ୍ପର୍କରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ। ଚଳିତ ସପ୍ତାହରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ ଅଛି। ସେଠାରେ ଏ ନେଇ ଆଲୋଚନା କରାଯିବ। ଆବଶ୍ୟକ ପଡ଼ିଲେ ତୃତୀୟ ଡୋଜ ମାଗଣା ଦେବା ନେଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ ବୋଲି ସ୍ବାସ୍ଥ୍ୟ ସଚିବ ଧଳ କହିଛନ୍ତି।
ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ସମଗ୍ର ଦେଶରେ ସଂକ୍ରମଣ ବଢ଼ିଥିବାବେଳେ ଆମ ରାଜ୍ୟରେ ବି ଏବେ ୫ଶହ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ହେଲେ ଏବେ ଆକ୍ରାନ୍ତ ପୂର୍ବପରି ଗୁରୁତର ହେଉନାହାନ୍ତି। ପ୍ରଥମ ଓ ଦ୍ୱିତୀୟ ଲହରରେ ୧୫% ଲୋକ ମେଡିକାଲ ଯାଉଥିଲେ। ଏବେ ପ୍ରାୟ ୧% ଆକ୍ରାନ୍ତ ହସ୍ପିଟାଲରେ ରହିଛନ୍ତି। ଅଧିକାଂଶ ଲୋକ ବିନା ଲକ୍ଷଣଯୁକ୍ତ ରହୁଥିବାବେଳେ ଗୁରୁତର ହେଉନାହାନ୍ତି। ଓଡ଼ିଶାରେ ସେହି ଓମିକ୍ରନ ଭାରିଆଣ୍ଟ ରହିଛି। ଗତ ୪ ମାସ ହେବ ରାଜ୍ୟରେ ଆଉ ଡେଲଟା ଭାରିଆଣ୍ଟର ଉପସ୍ଥିତି ନାହିଁ। ମାତ୍ର ଲକ୍ଷଣ ଥିଲେ ପରୀକ୍ଷା କରି ଆଇସୋଲେଟ ହୋଇ ରୁହନ୍ତୁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ଆମ ରାଜ୍ୟରେ ଉପରମୁହାଁ ହେଉଥିବା ଟ୍ରେଣ୍ଡ କିଛି ପରିମାଣରେ ବଢ଼ିବ, ମାତ୍ର ସେପରି ଭୟଙ୍କର ହେବ ନାହିଁ। ଯାହା ଅନୁମାନ କରାଯାଉଛି, ଏହା ବେଶି ଦିନ ରହିବ ନାହିଁ ଏବଂ ଖୁବ୍‌ ଶୀଘ୍ର ତଳମୁହାଁ ହେବ ବୋଲି ମିଶ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri