ସର୍ବଦଳୀୟ ସରକାର ପାଇଁ ପ୍ରସ୍ତୁତି

କଲମ୍ବୋ,୧୧ା୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ଆକସ୍ମିକ ପଳାୟନ ଗୃହଯୁଦ୍ଧ ଆଡ଼କୁ ମୁହଁାଇଥିବା ଦ୍ୱୀପରାଷ୍ଟ୍ରର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସାମ୍ପ୍ରତିକ ରାଜନୈତିକ ଓ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଏକ ସର୍ବଦଳୀୟ ସରକାର ଗଠନ କରିବା ଲାଗି ବିରୋଧୀ ଦଳଗୁଡ଼ିକ ରବିବାର ସହମତି ପ୍ରକାଶ କରିଛନ୍ତି। ସୋମବାର ଅପରାହ୍ନରେ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ବସିବ। ରାଷ୍ଟ୍ରପତିଙ୍କ ଇସ୍ତଫା ପରେ ନୂଆ ସରକାରକୁ କ୍ଷମତା ହସ୍ତାନ୍ତର ଉପରେ ଗୃହରେ ଆଲୋଚନା କରାଯିବ।

ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପୂର୍ବରୁ ରାଷ୍ଟ୍ରପତି ଗୋଟାବାୟା ପଳାୟନ କରିଛନ୍ତି। ସର୍ବଦଳୀୟ ବୈଠକର ନିଷ୍ପତ୍ତି କ୍ରମେ ରାଷ୍ଟ୍ରପତି ପଦ ଛାଡ଼ିବାକୁ ବାଚସ୍ପତି କହିବା ପରେ ଗୋଟାବାୟା ଆସନ୍ତା ୧୩ରେ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ଗୋଟାବାୟାଙ୍କ ଏହି ଘୋଷଣା ପରେ ଶ୍ରୀଲଙ୍କାର ମୁଖ୍ୟ ବିରୋଧୀ ଦଳ ସମାଗି ଜନ ବଲଓ୍ବେଗୟା ପାର୍ଟି ସର୍ବଦଳୀୟ ସରକାର ଗଠନ ପାଇଁ ରାଜି ହୋଇଛି। ଏହାର ସାଧାରଣ ସମ୍ପାଦକ ରଞ୍ଜିଥ୍‌ ମଦ୍ଦୁମା ବନ୍ଦାରା କହିଛନ୍ତି, ସୀମିତ ସମୟ ପାଇଁ ସରକାର ଗଠନ କରାଯିବ। ତା’ପରେ ସଂସଦୀୟ ନିର୍ବାଚନ କରାଯିବ। ଏନେଇ ବିସ୍ତୃତ ଆଲୋଚନା କରାଯାଇଛି। ଶାସକ ଶ୍ରୀଲଙ୍କା ପୋଦୁଜନ ପେରାମୁନା ପାର୍ଟି(ଏସ୍‌ଏଲ୍‌ପିପି)ରୁ ଅଲଗା ହୋଇଥିବା ଗୋଷ୍ଠୀ ଓ୍ବିମଲ ଓ୍ବିରାଓ୍ବନ୍ସା କହିଛି, ସବୁ ଦଳକୁ ନେଇ ଆମେ ଏକ ସରକାର ଗଠନ କରିବା ପାଇଁ ପ୍ରସ୍ତୁତ। ଏହି ସରକାରରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ରହିବେ। ତେବେ ଏଥିପାଇଁ ରାଷ୍ଟ୍ରପତିଙ୍କ ଇସ୍ତଫାକୁ ଅପେକ୍ଷା କରାଯିବ ନାହିଁ ବୋଲି ଏସ୍‌ଏଲ୍‌ପିପିରୁ ଅଲଗା ହୋଇଥିବା ଆଉ ଏକ ଗୋଷ୍ଠୀ ବସୁଦେବ ନାରାୟକ୍କାରା କହିଛି।

ସମ୍ବିଧାନ ଅନୁଯାୟୀ, କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରାଷ୍ଟ୍ରପତି ଇସ୍ତଫା ଦେଲେ ପାର୍ଲାମେଣ୍ଟ ଏହାର ସଦସ୍ୟମାନଙ୍କ ମଧ୍ୟରୁ ଜଣଙ୍କୁ ରାଷ୍ଟ୍ରମୁଖ୍ୟ ଭାବେ ନିର୍ବାଚିତ କରିପାରିବ। ବିଦାୟୀ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳର ଅବଶିଷ୍ଟ ଅବଧି ଶେଷ ହେବା ପର୍ଯ୍ୟନ୍ତ ନୂଆ ରାଷ୍ଟ୍ରପତି ସାମ୍ବିଧାନିକ ଦାୟିତ୍ୱ ତୁଲାଇବେ। ଗୋଟାବାୟା ୨୦୧୯ ନଭେମ୍ବର ୧୮ରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଅର୍ଥାତ ବର୍ତ୍ତମାନର ବାଚସ୍ପତି ମହିନ୍ଦ ୟାପା ଆବେୟଓ୍ବର୍ଦେନା ୨୦୨୪ ନଭେମ୍ବର ପର୍ଯ୍ୟନ୍ତ କାମଚଳା ରାଷ୍ଟ୍ରପତି ରହିପାରିବେ।

ଏଥିପାଇଁ ରାଷ୍ଟ୍ରପତିଙ୍କ ଇସ୍ତଫା ଦେବାର ମାସକ ମଧ୍ୟରେ ପ୍ରକ୍ରିୟା ଆରମ୍ଭ କରାଯିବା ଜରୁରୀ। ଇସ୍ତଫାର ୩ ଦିନ ମଧ୍ୟରେ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକି ରାଷ୍ଟ୍ରପତି ପଦ ଛାଡ଼ିଥିବା ବିଷୟରେ ସେକ୍ରେଟାରି ଜେନେରାଲ ଏମ୍‌ପିମାନଙ୍କୁ ଅବଗତ କରାଇବେ। ରାଷ୍ଟ୍ରପତି ପଦ ପାଇଁ ଏକାଧିକ ଆଶାୟୀ ନାମାଙ୍କନ ଦାଖଲ କଲେ ବାଲଟ୍‌ ଜରିଆରେ ଭୋଟ କରାଯିବାର ବ୍ୟବସ୍ଥା ରହିଛି। ଶ୍ରୀଲଙ୍କାରେ ରାଷ୍ଟ୍ରପତିଙ୍କ ପରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ଥାନ ପୂରଣ କରିପାରିବେ। କିନ୍ତୁ ଏହି ଅବଧି ମାସକ ମଧ୍ୟରେ ସୀମିତ ରହିବ, ଯାହା ଭିତରେ ଜଣେ ନୂଆ ରାଷ୍ଟ୍ରପତିଙ୍କୁ ଚୟନ କରାଯିବ ବୋଲି ଶ୍ରୀଲଙ୍କା ସମ୍ବିଧାନରେ ଉଲ୍ଲେଖ କରାଯାଇଛି।

ଶ୍ରୀଲଙ୍କା ଲୋକଙ୍କ ସହ ଭାରତ ରହିଛି

କଲମ୍ବୋର ସଦ୍ୟ ଘଟଣାକ୍ରମ ଉପରେ ରବିବାର ଭାରତ ନିଜ ପ୍ରତିକ୍ରିୟା ରଖିଛି। ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଉପାୟରେ ଶ୍ରୀଲଙ୍କାବାସୀଙ୍କ ସମୃଦ୍ଧି ଓ ବିକାଶ ପାଇଁ ଭାରତ ପଡ଼ୋଶୀ ଦେଶର ଲୋକଙ୍କ ସହ ରହିଛି ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚୀ କହିଛନ୍ତି, ଶ୍ରୀଲଙ୍କା ସ୍ଥିତି ଉପରେ ଭାରତ ନଜର ରଖିଛି। ଶ୍ରୀଲଙ୍କାବାସୀ ସାମ୍ନା କରୁଥିବା ଚ୍ୟାଲେଞ୍ଜଗୁଡ଼ିକ ସମ୍ପର୍କରେ ମଧ୍ୟ ନୂଆଦିଲ୍ଲୀ ଅବଗତ ଅଛି। ଏହି କଠିନ ସମୟରେ ଭାରତ ଯଥାସମ୍ଭବ ସହାୟତା ଯୋଗାଇଦେବ। ଚଳିତବର୍ଷ ଭାରତ ଶ୍ରୀଲଙ୍କାକୁ ୩.୮ ବିଲିୟନ୍‌ ଡଲାର ସହାୟତା ପ୍ରଦାନ କରିଥିବା ବାଗ୍‌ଚୀ ସୂଚନା ଦେଇଛନ୍ତି।

ସ୍ଥାୟୀ ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଜରୁରୀ: ଆମେରିକା

ଶ୍ରୀଲଙ୍କାର ରାଜନୈତିକ ଓ ଆର୍ଥିକ ସଙ୍କଟର ସମାଧାନ ପାଇଁ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ତ୍ୱରିତ ପଦକ୍ଷେପ ନେବା ଜରୁରୀ। ଏଥିପାଇଁ ସେଠାକାର ରାଜନୈତିକ ଦଳଗୁଡ଼ିକ ଉଦ୍ୟମ କରନ୍ତୁ ବୋଲି ରବିବାର ଆମେରିକା ଓ ୟୁରୋପୀୟ ସଂଘ (ଇୟୁ) ପକ୍ଷରୁ ପରାମର୍ଶ ଦିଆଯାଇଛି। ଆମେରିକା ପରରାଷ୍ଟ୍ର ବିଭାଗର ଜଣେ ମୁଖପାତ୍ର କହିଛନ୍ତି, ଶ୍ରୀଲଙ୍କା ପାର୍ଲାମେଣ୍ଟ କୌଣସି ରାଜନୈତିକ ଦଳ ପାଇଁ ନୁହେଁ, ବରଂ ଦେଶର ଉନ୍ନତି ସକାଶେ ଜରୁରୀ ପଦକ୍ଷେପ ନେବା ଉଚିତ। ଖବରଦାତା କିମ୍ବା ବିକ୍ଷୋଭକାରୀମାନଙ୍କ ଉପରେ ଆକ୍ରମଣ ନିନ୍ଦନୀୟ। ସେହିପରି ବ୍ରସେଲ୍ସରେ ଇୟୁ ପକ୍ଷରୁ କୁହାଯାଇଛି, ଶ୍ରୀଲଙ୍କାର ପରିବର୍ତ୍ତନଶୀଳ ଘଟଣାକ୍ରମ ଉପରେ କଡ଼ା ନଜର ରହିଛି। ଗଣତାନ୍ତ୍ରିକ ଉପାୟରେ ସମାଧାନ ପାଇଁ ସମସ୍ତ ପକ୍ଷ ଉଦ୍ୟମ କରନ୍ତୁ ବୋଲି ଇୟୁ ଆହ୍ବାନ ଦେଇଛି।

ରାଷ୍ଟ୍ରପତି ଭବନରେ ଗୁପ୍ତ ସୁଡ଼ଙ୍ଗ

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଶୁକ୍ରବାର ରାତିରେ ପଳାୟନ କରିବା ପରେ ଉତ୍ତ୍ୟକ୍ତ ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନକୁ କବ୍‌ଜା କରି ରଖିଛନ୍ତି। ସେମାନେ ସେଠାରେ ଏକ ହାଇ-ସିକ୍ୟୁରିଟି ସୁଡ଼ଙ୍ଗ ଠାବ କରିଛନ୍ତି। ଗୋଟାବାୟା ସେହି ସୁଡ଼ଙ୍ଗ ଦେଇ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…

ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...

କଟନି ଛଟନି ବନ୍ଦ କରିବାକୁ ପରାମର୍ଶ ଦେଲେ ମନ୍ତ୍ରୀ, କହିଲେ ଚାଷୀମାନେ କେବଳ ମଣ୍ଡିରେ ଧାନ ଦିଅନ୍ତୁ

ବୁଗୁଡ଼ା ୧୮/୧୨/(କାଳିଚରଣ ଦାଶ):  ଚଳିତ ମାସ ୨୩ ତାରିଖ ଠାରୁ ଖରିଫ ଋତୁ ଧାନ ସଂଗ୍ରହ କରିବେ ସରକାର । ତେଣୁ ଜିଲ୍ଲା ଓ ବ୍ଲକ...

ଅନ୍ୟ ଧର୍ମର ହୋଇଥିବାରୁ ଶବ ପଡିରହିଲା ୩୨ ଘଣ୍ଟା: ଆଉ ତା’ପରେ…

ପାଟଣା,୧୮।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗାଁ ରେ ରୋଗାକ୍ରାନ୍ତ ମକୁରୁ ମୁଣ୍ଡାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।...

DMK ଉପରେ ବର୍ଷିଲେ ବିଜୟ, ଉଠାଇଲେ ଅନେକ ପ୍ରଶ୍ନ

ଅମରାବତୀ,୧୮।୧୨: ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଗୁରୁବାର ତାମିଲନାଡୁର ଇରୋଡ ଜିଲାରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ସେପ୍ଟେମ୍ବର ୨୭ରେ କରୁରରେ ତାଙ୍କ ରାଲିରେ ଦଳାଚକଟା...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

Stokes-Archer Fight VIDEO: ବେନ୍ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚରଙ୍କ ମଧ୍ୟରେ କାହିଁକି ହେଲା ଝଗଡ଼ା?

ନୂଆଦିଲ୍ଲୀ,୧୮।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଆସେସ୍ ଟେଷ୍ଟରେ ଇଂଲଣ୍ଡର ଖରାପ ପ୍ରଦର୍ଶନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । ସେଥିପାଇଁ ଇଂଲଣ୍ଡ ଅଧିନାୟକ ଏବଂ ଖେଳାଳିମାନେ...

ପାଣି ତଳେ ମହଲ: ୫୦୦ ବର୍ଷ ପରେ ଆଜିବି ରହସ୍ୟମୟ ଏହି ଐତିହ୍ୟ ସ୍ଥାନ

ମଧ୍ୟପ୍ରଦେଶର ସୁନ୍ଦର ଏବଂ ଐତିହାସିକ ସହର ମାଣ୍ଡୁରେ ଏକ ଐତିହ୍ୟ ସ୍ଥାନ ଅଛି, ଯାହା ପ୍ରଥମ ନଜରରେ ଏକ ପୋଖରୀ ପରି ଦେଖାଯାଏ। କିନ୍ତୁ ପ୍ରକୃତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri