ପୁଟିନ୍‌ଙ୍କ ଚେତାବନୀ, ବଢ଼ିବ ତୈଳ ଦାମ୍‌…

ମସ୍କୋ, ୯।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସମର୍ଥନ କରୁଛନ୍ତି ଏବଂ ରୁଷିଆ ବିରୋଧରେ ବିଭିନ୍ନ କଟକଣା ଲାଗୁ କରାଯାଇଛି। ଡୋନାବସ ଅଞ୍ଚଳରେ ରୁଷିଆର ଆକ୍ରମଣକୁ ରୋକିବା ପାଇଁ ୟୁକ୍ରେନ ସହଯୋଗୀମାନଙ୍କୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଅନୁରୋଧ କରିଛି। ଅପରପକ୍ଷରେ, ରୁଷିଆ କୌଣସି ସମାଧାନ ଅବା ଚୁକ୍ତି ଆଭିମୁଖ୍ୟ ରଖିନଥିବା ମନେହେଉଛି। ଅନ୍ତର୍ଜାତୀୟ ବଜାରରେ ଇନ୍ଧନ ମୂଲ୍ୟ ଅଧିକ ବୃଦ୍ଧି ପାଇବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ ଚେତାବନୀ ଦେଇଛନ୍ତି।

ପୁଟିନ୍‌ କହିଛନ୍ତି ଯେ ପଶ୍ଚିମ ଦେଶମାନଙ୍କ ପକ୍ଷରୁ ଜାରି ହୋଇଥିବା କଡ଼ା କଟକଣା ଯୋଗୁ ତେଲ ମୂଲ୍ୟରେ ଏକ ଭୟଙ୍କର ବୃଦ୍ଧି ଘଟାଇବ। ରୁଷିଆର ତୈଳ ଓ ଗ୍ୟାସ ଶିଳ୍ପର ନେତାମାନଙ୍କୁ ସମ୍ବୋଧିତ କରି ପୁଟିନ ପାଶ୍ଚାତ୍ୟ ପ୍ରତିବନ୍ଧକକୁ ଅର୍ଥନୈତିକ ଯୁଦ୍ଧର ଘୋଷଣା ବୋଲି କହିଛନ୍ତି। ସେ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶମାନେ ରୁଷିଆଠାରୁ କେହି ତୈଳ କ୍ରୟ ନକରିବାକୁ ଚାପ ପ୍ରୟୋଗ କରିଛନ୍ତି। ଏହା ଯୋଗୁ ତୈଳ ଦାମ ସାରା ବିଶ୍ୱରେ ବୃଦ୍ଧି ପାଇଛି।

 

ୟୁରୋପୀୟ ୟୁନିଅନର ଦେଶମାନେ ରୁଷିଆଠାରୁ ତେଲ ନ କିଣିବା ବିଷୟରେ କହି ସାରିଛନ୍ତି। ପୁଟିନ କହିଛନ୍ତି, ’ଯେଉଁ ଦେଶ ରୁଷିଆ ଉପରେ ଲାଗିଥିବା କଟକଣାକୁ ସମର୍ଥନ କରିବେ ସେମାନେ ଅଧିକ କ୍ଷତି ସହିବେ। ପ୍ରତିବନ୍ଧକ ଜାରି ରହିଲେ ପରିସ୍ଥିତି ଆହୁରି ଖରାପ ହେବ, ଯାହାଦ୍ୱାରା ସମଗ୍ର ବିଶ୍ୱରେ ତୈଳ ଦର ବୃଦ୍ଧି ପାଇବ। ୟୁରୋପ ରୁଷିଆରୁ ଅଧିକାଂଶ ତେଲ ପାଇଥାଏ। ଜର୍ମାନୀ ସମେତ ଅନେକ ୟୁରୋପୀୟ ଦେଶ ଶକ୍ତି ଭୟ କରୁଛନ୍ତି ଯେ ରୁଷିଆ ସେମାନଙ୍କ ବିଦ୍ୟୁତ୍‌ ଯୋଗାଣକୁ ବନ୍ଦ କରିଦେବ।

ସାଉଦି ଆରବ ପରେ ରୁଷିଆ ବିଶ୍ୱର ଦ୍ୱିତୀୟ ବୃହତ୍ତମ ତୈଳ ରପ୍ତାନିକାରୀ। ଏହା ବ୍ୟତୀତ ଏହା ପ୍ରାକୃତିକ ଗ୍ୟାସ ଏବଂ ଗହମର ବୃହତ୍ତମ ରପ୍ତାନିକାରୀ ଭାବେ ଜଣାଶୁଣା। କେବଳ ୟୁରୋପକୁ ୪୦ ପ୍ରତିଶତ ଗ୍ୟାସ ଏବଂ ୩୦ ପ୍ରତିଶତ ତେଲ ରପ୍ତାନି ରୁଷଆ କରିଥାଏ। ରୁଷିଆ ଏବଂ ଜର୍ମାନୀ ମଧ୍ୟରେ ବାଲଟିକ ସାଗରରେ ଥିବା ନର୍ଡ ଷ୍ଟ୍ରିମ-୧ ପାଇପଲାଇନର ମରାମତି ଯୋଗୁ ଜୁଲାଇ ୧୧ ରୁ ଜୁଲାଇ ୨୧ ପର୍ଯ୍ୟନ୍ତ ଏହା ବନ୍ଦ ରହିବ। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଘଟିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲରେ ଭୟଙ୍କର ବନ୍ୟା, ୫୬ ମୃତ

ବ୍ରାଜିଲ,୫।୫: ତାଣ୍ଡବ ରଚିଲା ପ୍ରକୃତି। ବ୍ରାଜିଲରେ ଦେଖାଯାଇଛି ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି ।...

୧୭ ରୋଗୀଙ୍କୁ ମାରିଥିବା ନର୍ସଙ୍କୁ ୭୦୦ ବର୍ଷ ଜେଲ

ଓ୍ବାଶିଂଟନ,୫ା୫: ୧୭ ଜଣ ରୋଗୀଙ୍କୁ ମାରିଥିବା ଆମେରିକା ପେନ୍‌ସିଲଭାନିଆର ଜଣେ ନର୍ସଙ୍କୁ ଶନିବାର ୩୮୦ରୁ ୭୦୦ ବର୍ଷ ଜେଲଦଣ୍ଡ ହୋଇଛି। ହିଥର ପ୍ରେସ୍‌ଦି (୪୧) ନାମ୍ନୀ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

ନର୍ସଙ୍କୁ ୭୮୦ ବର୍ଷର କାରାଦଣ୍ଡ! ୨୨ ମାମଲାରେ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୪।୫: ଆମେରିକା ପେନସିଲଭାନିଆର ୪୧ ବର୍ଷିୟ ନର୍ସ ହେଥର ପ୍ରେସଡିଙ୍କୁ ତିନିଟି ହତ୍ୟା ଏବଂ ୧୯ଟି ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

ବ୍ରାଜିଲରେ ପ୍ରବଳ ବର୍ଷା: ୩୭ ମୃତ

ବ୍ରାସିଲିଆ,୪।୫: ବ୍ରାଜିଲର ଦକ୍ଷିଣ ପ୍ରାନ୍ତ ରିଓଗ୍ରାଣ୍ଡେ ଡୋ ସୁଲରେ ପ୍ରବଳ ବର୍ଷା ଯୋଗୁ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷ...

ଚନ୍ଦ୍ର ଅଭିମୁଖେ ଚାଇନାର ଚାଙ୍ଗ’ଇ-୬: ଦକ୍ଷିଣ ମେରୁରୁ ଶିଳା ଆଣିବ

ନୂଆଦିଲ୍ଲୀ,୩ା୫: ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍‌ କରିଛି।...

ୟୁକ୍ରେନ ଯୁଦ୍ଧରେ ୧୫୦,୦୦୦ ଋଷ ସୈନିକ ନିହତ ହୋଇଥିବା ଆକଳନ କଲା ଫ୍ରାନ୍ସ

ନୂଆଦିଲ୍ଲୀ,୩।୫: ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ। ଶୁକ୍ରବାର ପ୍ରକାଶିତ ଏକ ସାକ୍ଷାତକାରରେ ଏଭଳି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri