Posted inଜାତୀୟ

ବୁଷ୍ଟର ଡୋଜ୍‌ ମଧ୍ୟରେ ବ୍ୟବଧାନ କମିଲା

ନୂଆଦିଲ୍ଲୀ,୬।୭: ଦେଶରେ କରୋନାଙ୍କ ଗତି ପୁଣି ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦୁଇଟି କରୋନା ଟିକାର ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନକୁ ୯ ମାସରୁ ୬ ମାସକୁ ହ୍ରାସ କରିଛି। ୧୮ ରୁ ୫୯ ବର୍ଷର ସମସ୍ତ ଲୋକ ଏବେ ୯ ମାସ ପରିବର୍ତ୍ତେ ୬ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାପୂର୍ବରୁ, ୯ ମାସ କିମ୍ବା ୩୯ ସପ୍ତାହ ବ୍ୟବଧାନରେ ବୁଷ୍ଟର ଡୋଜ୍‌ ଦିଆଯାଉଥିଲା।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ବିଶ୍ୱସ୍ତରରେ ମିଳିଥିବା ପ୍ରମାଣ ଅନୁଯାୟୀ, ନ୍ୟାଶନାଲ ଟେକ୍‌ନିକାଲ ଆଡଭାଇଜରୀ ଗ୍ରୁପ ଅନ୍‌ ଇମ୍ୟୁନାଇଜେସନ(ଏନ୍‌ଟିଏଜିଆଇ)ର ଷ୍ଟାଣ୍ଡିଂ ଟେକ୍‌ନିକାଲ ସବ କମିଟି (ଏସ୍‌ଟିଏସ୍‌ସି) ଏହାର ପୂର୍ବ ପରାମର୍ଶକୁ ସଂଶୋଧନ କରିଛି। ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ବୁଷ୍ଟର୍‌ ଡୋଜ କିମ୍ବା କରୋନାର ସତର୍କତା ଡୋଜ ମଧ୍ୟରେ ଥିବା ବ୍ୟବଧାନକୁ ୬ ମାସ କିମ୍ବା ୨୬ ସପ୍ତାହ ବୋଲି କୁହାଯାଇଛି। ଏହା ଉପରେ ଏନ୍‌ଟିଏଜିଆଇ ଏହାର ସୁପାରିଶ ଦେଇଛି । ତେଣୁ ୧୮ ରୁ ୫୯ ବର୍ଷ ବୟସର ବ୍ୟକ୍ତିଙ୍କୁ କରୋନା ଟିକାର ବୁଷ୍ଟର ଡୋଜ ୬ ମାସ କିମ୍ବା ୨୬ ସପ୍ତାହ ବ୍ୟବଧାନ ପରେ ଦିଆଯିବା ଉଚିତ୍‌ ବୋଲି ନିଷ୍ପତ୍ତି ନିଆଯାଇଛି।
ଏହା ବ୍ୟତୀତ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ସରକାରୀ କେନ୍ଦ୍ରରେ ମାଗଣାରେ ବୁଷ୍ଟର ଡୋଜ ପାଇବେ। ସେମାନଙ୍କ ପାଇଁ ମଧ୍ୟ ଦୁଇଟି ବୁଷ୍ଟର୍‌ ଡୋଜ ମଧ୍ୟରେ ବ୍ୟବଧାନ ମାତ୍ର ୬ ମାସ ହେବ। ସ୍ବାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀମାନେ ମଧ୍ୟ ମାଗଣାରେ ବୁଷ୍ଟର ଡୋଜ ପାଇବେ। ଏହି ଟିକା ସମ୍ବନ୍ଧୀୟ ସୂଚନା କୋଓ୍ବିନ ଆପରେ ଅପଲୋଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri