ତେଲଙ୍ଗାନାରେ ବନ୍ଧା ପଡ଼ିଛନ୍ତି ଓଡ଼ିଆ ଦାଦନ ଶ୍ରମିକ, ଭିଡିଓ ଜାରି କରି ଉଦ୍ଧାର ପାଇଁ କଲେ ବିନତି

ଭବାନୀପାଟଣା(ସ୍ବ.ପ୍ର.)/କୋକସରା (ଡି.ଏନ.ଏ.), ୫।୭: କଳାହାଣ୍ଡି ଜିଲା କୋକସରା ବ୍ଲକରେ ଥମୁନି ଦାଦନ ଦୁଃଖ । ପେଟ ପାଟଣା ପାଇଁ ଘର ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବ୍ଲକର ୬ ଜଣ ଶ୍ରମିକଙ୍କ କିଛି ମାସ ଭିତରେ ମୃତ୍ୟୁ ଘଟିଥିବା ବେଳେ ଏବେ ଆଉ କିଛି ଶ୍ରମିକ ତେଲେଙ୍ଗାନାରେ ନିର୍ଯାତନାର ଶିକାର ହେଉଥିବାର ଏକ ଭିଡିଓ ପୁଣି ସାମ୍ନାକୁ ଆସିଛି ।

ସୂଚନାନୁଯାୟୀ, କଳାହାଣ୍ଡି, ବଳାଙ୍ଗିର ଓ ସମ୍ବଲପୁର ଜିଲାର ପ୍ରାୟ ୧୪ ପରିବାରର ୨୦ ଜଣ ଦାଦନ ଶ୍ରମିକ ଠିକାଦାରଙ୍କ ନିର୍ଯାତନାର ଶିକାର ହେଉଛନ୍ତି। ଏହି ଶ୍ରମିକଙ୍କ ମଧ୍ୟରେ କଳାହାଣ୍ଡି ଜିଲାର ୨ଜଣ ଅଛନ୍ତି। ସେମାନେ ହେଲେ ଧର୍ମଗଡ ବ୍ଲକ ଛଞ୍ଚାଣବାହିଲି ପଞ୍ଚାୟତ ବେହେରାଗୁଡା ଗ୍ରାମର ସୁରେନ୍ଦ୍ର ନାଏକ ଓ କୋକସରା ବ୍ଲକର ଶ୍ରମିକ ଅନାଥ ପରାଭୋଇ। ଏହି ଶ୍ରମିକମାନଙ୍କୁ ଗତ ୭ମାସ ତଳେ ବଲାଙ୍ଗିର ଜିଲାର ବେଣୁ ଦାସ ନାମକ ଜଣେ ବ୍ୟକ୍ତି ପ୍ରଲୋଭନ ଦେଖାଇଥିଲେ। ସେ ଅଗ୍ରିମ କିଛି ଟଙ୍କା ଦେଇ ତେଲେଙ୍ଗାନାର ରଙ୍ଗାରେଡି ଜିଲା କବାଡିପଲ୍ଲି ଗାଁର କେ. ଭେଙ୍କେଟେଶ୍ୱର ନାମକ ଏକ ଇଟାଭାଟି ଠିକାଦାରଙ୍କ ପାଖରେ ବନ୍ଧା ପକାଇ ପଳାଇ ଆସିଥିଲେ। ତେବେ ଠିକାଦାରଜଣଙ୍କ ଦାଦନ ଶ୍ରମିକମାନଙ୍କୁ ଦିନରାତି ଖଟାଇ ନିର୍ଯାତନା ଦେବା ସହ ପାରିଶ୍ରମିକ ଟଙ୍କା ମାଗିଲେ ମାର୍‌ ପିଟ କରିବା ସହ ଘରକୁ ଫେରିବାକୁ ଦେଉନାହାନ୍ତି । ଫଳରେ ଭୋକ ଉପାସରେ ଥିବା ଶ୍ରମିକମାନେ ଉଦ୍ଧାର ପାଇଁ ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଏବେ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଦାବି ହେଉଛ। ଅପରପକ୍ଷେ ଦାଦନ ଶ୍ରମିକଙ୍କୁ ନେଇ କଳାହାଣ୍ଡି ଜିଲା ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବାବେଳେ ରାଜ୍ୟ ବାହାରେ ଦାଦନ ଯାଇ ଆଉ କେତେ ଦାଦନ ଶ୍ରମିକଙ୍କ ଜୀବନ ଗଲେ ପ୍ରଶାସନର ଚେତା ପଶିବ ତାହାକୁ ନେଇ ପ୍ରଶ୍ନ ଉଠିଛି ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri