Posted inଜାତୀୟ

ଫଡନବିସ୍‌ ନୁହେଁ, ସିନ୍ଧେ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୩୦।୬: ମହାରାଷ୍ଟ୍ର ରାଜନୀତିରେ ଗୁରୁବାର ନାଟକୀୟ ମୋଡ ଦେଖିବାକୁ ମିଳିଛି। ଭାଜପା ନେତା ଦେବେନ୍ଦ୍ର ଫଡନବିସ୍‌ ନୁହେଁ, ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ। ଭାଜପା ସମର୍ଥନରେ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି। ଏକ ମିଳିତ ଖବରଦାତା ସମ୍ମିଳନୀରେ ସିନ୍ଧେଙ୍କ ଉପସ୍ଥିତିରେ ଫଡନବିସ୍‌ ଏହା ଘୋଷଣା କରିଛନ୍ତି। ଆଜି ସିନ୍ଧେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ। ଫଡନବିସ୍‌ ନିଜେ ମନ୍ତ୍ରୀମଣ୍ଡଳରେ ରହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସିନ୍ଧେ ଏବଂ ଫଡନବିସ୍‌ ଗୁରୁବାର ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାୟାରିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ତେବେ ପୂର୍ବରୁ ଫଡନବିସ୍‌ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ଶେଷରେ ବାଜି ଓଲଟି ପଡିଛି।
ଫଡନବିସ୍‌ କହିଛନ୍ତି, ୨୦୧୯ରେ ଭାଜପା ଏବଂ ଶିବସେନା ଏକାଠି ନିର୍ବାଚନ ଲଢିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ ଏକ ବଡ଼ ବିଜୟ ହାସଲ କରିଥିଲୁ। ଏକନାଥ ସିନ୍ଧେ ଉଦ୍ଧବ ଠାକରେଙ୍କୁ ମହାବିକାଶ ଅଘାଡି (କଂଗ୍ରେସ-ଏନସିପି-ଶିବସେନା ମିଳିତ ମଞ୍ଚ) ସରକାରରୁ ବାହାରିଯିବାକୁ ବାରମ୍ବାର କହିଥିଲେ। କିନ୍ତୁ ଉଦ୍ଧବ ଠାକରେ ଏକନାଥ ସିନ୍ଧେଙ୍କ କଥା ଶୁଣି ନ ଥିଲେ। ବାଲା ସାହେବ ଯେଉଁମାନଙ୍କ ବିରୋଧରେ ସାରା ଜୀବନ ଲଢିଥିଲେ, ସେମାନଙ୍କ ସହ ମିଶି ଉଦ୍ଧବ ସରକାର ଗଢିଥିଲେ। ଅଢେଇ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଅଗ୍ରଗତି ହୋଇ ନ ଥିଲା। ଫଳରେ ଉଦ୍ଧବ ଠାକରେଙ୍କ ଉପରେ ଅନେକ ଶିବସେନା ନେତା ଅସନ୍ତୋଷ ପ୍ରକାଶ କରିଥିଲେ।
ଏଥି ସହିତ, ଏକନାଥ ସିନ୍ଧେ କହିଛନ୍ତି, ମୁଁ ନେଇଥିବା ନିଷ୍ପତ୍ତି ଆପଣ ସମସ୍ତେ ଜାଣନ୍ତ। କେଉଁ ପରିସ୍ଥିତିରେ ନିଷ୍ପତ୍ତି ନିଆଯାଇଛି ତାହା ମଧ୍ୟ ଆପଣ ଜାଣନ୍ତି। ମୁଁ ବାଲା ସାହେବଙ୍କ ହିନ୍ଦୁତ୍ୱକୁ ଆଗକୁ ନେବା ପାଇଁ କାର୍ଯ୍ୟ କରିବି। ସମସ୍ତ ୫୦ ଜଣ ବିଧାୟକ ଏକାଠି ଅଛନ୍ତି। ଆମ ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ସମସ୍ୟା ବିଷୟରେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଥର କହିଥିଲୁ। ମୁଖ୍ୟମନ୍ତ୍ରୀ ଆମ କଥା ପ୍ରତି କଦାପି ଧ୍ୟାନ ଦେଇନାହାଁନ୍ତି। ଔରଙ୍ଗାବାଦ ଏବଂ ଓସମାନାବାଦର ନାମ ପରିବର୍ତ୍ତନ ନିଷ୍ପତ୍ତି କାଲି ନୁହେଁ, ବହୁପୂର୍ବରୁ ନିଆଯିବା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri