ଗିରଫ ହେବେ ରେଞ୍ଜର, ଫରେଷ୍ଟର

ଭୁବନେଶ୍ୱର, ୨୮ା୬(ବ୍ୟୁରୋ):ବନ ବିଭାଗକୁ ପଡ଼ିଛି ଶନି ଦଶା। ଆଠଗଡ଼ ପରେ ଅନୁଗୋଳ ସାତକୋଶିଆ ବନଖଣ୍ଡରେ ହାତୀ ମଡ଼କ ଦେଖାଯାଇଛି। ସାତକୋଶିଆ ବନଖଣ୍ଡର ସଂଲଗ୍ନ ନରସିଂହପୁର ଜିଲିଣ୍ଡା ବନାଞ୍ଚଳରେ ୧୪ମାସ ତଳେ ୨୦ ବର୍ଷର ଦନ୍ତା ହାତୀକୁ ମାରି ଲୁଟେରାମାନେ ଦାନ୍ତ ଲୁଟି ନେବା ଘଟଣାରେ ଜିଲିଣ୍ଡା ବନାଞ୍ଚଳ ଅଧିକାରୀ ହରିଶ୍ଚନ୍ଦ୍ର ପ୍ରଧାନଙ୍କର ସମ୍ପୃକ୍ତି ରହିଛି। ଏ ନେଇ ଜଗୁଆଳୀ (ଓ୍ବାଚର) ଜେରା ସମୟରେ ମାନିଛନ୍ତି। ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶୀ ପଲ୍‌ କହିଛନ୍ତି, ଏହି ଘଟଣାରେ ପୂର୍ବରୁ ୩ ଜଣ ଓ୍ବାଚରଙ୍କୁ ଗିରଫ କରାଯାଇଥିବା ବେଳେ ରେଞ୍ଜର ଓ ଫରେଷ୍ଟର ଫେରାର ଅଛନ୍ତି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବାକୁ ପ୍ରୟାସ ଚାଲିଛି। ଏପରିକି ସେମାନଙ୍କ ବିରୋଧରେ ଆପରାଧିକ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସିଏଫ୍‌ ପଲ୍‌ ସୋମବାର କହିଛନ୍ତି।
ସୂଚନାଯୋଗ୍ୟ, ହାତୀ କଙ୍କାଳ ମିଳିବା ପରେ ଜିଲିଣ୍ଡା ବନାଞ୍ଚଳ ଅଧିକାରୀ ହରିଶ୍ଚନ୍ଦ୍ର ପ୍ରଧାନଙ୍କ ସମେତ ବନପାଳ ସହଦେବ ସୋରେନ ଏବଂ ବନରକ୍ଷୀ ଅନୁପମା ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଘଟଣା ପରେ ଫେରାର ଥିବା ଜିଲିଣ୍ଡା ରେଞ୍ଜର ହରିଶ୍ଚନ୍ଦ୍ର ପ୍ରଧାନଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିବା ସାତକୋଶିଆ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ସାତକୋଶିଆ ଅଭୟାରଣ୍ୟ ଅଧୀନ ଜିଲିଣ୍ଡା ରେଞ୍ଜ୍‌ ଜୁଡୁମ ସେକ୍ସନ ସତ୍ୟଜୟପୁର ଡିପିଏଫ୍‌ ଜଙ୍ଗଲରୁ ଗତ ଗୁରୁବାର ଏକ ହାତୀ କଙ୍କାଳ ଜବତ ହୋଇଥିଲା। ୨୦୨୧ ମେ’ରେ ଶିକାରୀମାନେ ଉକ୍ତ ହାତୀ ଶିକାର କରିଥିଲେ। ଦାନ୍ତ ବାହାର କରିନେବା ପରେ ହାତୀ ମୃତଦେହକୁ ପୋତି ଦେଇଥିଲେ। ବନ ବିଭାଗର କେତେଜଣ କର୍ମଚାରୀ ଏବଂ ପଦସ୍ଥ ଅଧିକାରୀଙ୍କ ଜାଣତରେ ଏହି ଘଟଣା ଘଟିଥିଲା। ଏହାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିଲା। ତେବେ ଗତ ୨୩ ତାରିଖରେ ହାତୀ କଙ୍କାଳ ଜବତ ହେବା ପରେ ହାତୀ ଶିକାର ଘଟଣା ପଦାକୁ ଆସିଥିଲା। ଏହି ଘଟଣାରେ ନଥପଡ଼ା ଗ୍ରାମର ସୁରେଶ ଚନ୍ଦ୍ର ପ୍ରଧାନ, ଶିଶୁପଥର ଗ୍ରାମର ଅମର ଅମାନ୍ତ ଏବଂ ପ୍ରମୋଦ ବେହେରା ୩ ଓ୍ବାଚରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri