Posted inଫୁରସତ

ପରିବାର ସୁରକ୍ଷା ପାଇଁ ରାସ୍ତାରେ ଠିଆ ହୋଇଗଲା ବିଶାଳକାୟ ଗରିଲା, ଭିଡିଓ ଦେଖିଲେ…

ସାଧାରଣତଃ ଲୋକମାନେ ନିଜ ପରିବାରର ସୁରକ୍ଷା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାନ୍ତି। ସେ ମଣିଷ ହେଉ କିମ୍ବା ପଶୁ। ପରିବାରର ସୁରକ୍ଷା ବିଷୟରେ ପ୍ରତ୍ୟେକ ପ୍ରଜାତିର ସମାନ ଭାବନା ଥାଏ। ସୋସିଆଲ ମିଡିଆରେ ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଠାରେ ଗରିଲା ପରିବାର ସଦସ୍ୟ ଜଙ୍ଗଲର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯିବାକୁ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ଗାଡ଼ିମୋଟର ଶବ୍ଦ ତାଙ୍କୁ ବିରକ୍ତ କରୁଥିଲା। ତେଣୁ ରାସ୍ତା ପାର ହୋଇ ପାରୁ ନ ଥିଲେ। ଏହି ସମୟରେ ପରିବାରକୁ ସୁରକ୍ଷିତ ରାସ୍ତାରେ ଯିବା ପାଇଁ ପୁରୁଷ ଗରିଲା ବିଚ୍‌ ରୋଡରେ ଏକ ସ୍ତମ୍ଭ ପରି ଠିଆ ହୋଇଗଲା।

ଗରିଲାମାନଙ୍କ ଏହି ଗତିବିଧିକୁ ଶୁଟିଂ କରିବା ପାଇଁ ଏକ ଟିମ୍‌ ଜଙ୍ଗଲରେ ପହଞ୍ଚିଥିଲା। କ୍ୟାମେରାମ୍ୟାନ୍‌ ରାସ୍ତାରେ ଠିଆ ହୋଇ ଅପେକ୍ଷା କରିଥିଲେ ଫଟୋ ଉଠାଇବାକୁ। କିନ୍ତୁ ବହୁତ ସମୟ ଅପେକ୍ଷା କରିବା ପରେ ସେ ଅନୁଭବ କଲେ ଯେ, ବୋଧହୁଏ ରାସ୍ତାରେ ଯାତାୟାତ ଗରିଲାମାନଙ୍କୁ ହଇରାଣ କରୁଛି। ଅଙ୍ଗାରକାମ୍ଳ ଟ୍ରକ୍‌ଗୁଡ଼ିକର ଲଗାତର ଗତିବିଧି ଶୁଣି ଗରିଲାଙ୍କ ପରିବାର ଭୟଭୀତ ହୋଇ ଭିତରୁ ବାହାରକୁ ଆସିପାରିଲେ ନାହିଁ, କିନ୍ତୁ ସମସ୍ତେ ରାସ୍ତାକଡ଼ରେ ଥିବା ବୁଦା ଭିତରେ ଏକାଠି ହୋଇଥିଲେ। ଏହା ଜାଣି କ୍ୟାମେରା ୟୁନିଟ୍‌ ଗାଡ଼ି ଚଳାଚଳ ବନ୍ଦ କରିବାକୁ ପ୍ରସ୍ତୁତ ହେଲେ। ଫଳରେ ଗାଡ଼ିଗୁଡ଼ିକ ଅଟକି ଯାଇଥିଲେ। ଏହି ସମୟରେ ଏକ ପୁରୁଷ ଗରିଲା ରାସ୍ତା ମଝିରେ ଆସି ଠିଆ ହୋଇଗଲା। ପରେ ଅନ୍ୟ ଗରିଲାମାନେ ନିଜ ନିଜର ଛୁଆଙ୍କୁ ଧରି ରାସ୍ତା ପାର୍‌ ହୋଇଥିଲେ। ଭିଡିଓଟି Wonder of Science ନାମକ ଏକ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri