Posted inଜାତୀୟ

ଆସାମରେ ଜଳ ପ୍ରଳୟ

ଗୁଆହାଟୀ, ୨୪।୬:ମେ’ ମାସରୁ ଆସାମରେ ଜାରି ରହିଥିବା ଜଳପ୍ରଳୟ ଗୁରୁବାର ଆହୁରି ଭୟଙ୍କର ହୋଇଛି। ବୁଧବାର ଆଉ ୧୨ ମୃତ୍ୟୁକୁ ମିଶାଇ ଏ ପର୍ଯ୍ୟନ୍ତ ବନ୍ୟା ଓ ଏଥିଜନିତ ଭୂସ୍ଖଳନ ଯୋଗୁ ଆସାମର ୧୦୮ ଜଣଙ୍କ ଜୀବନ ଗଲାଣି। ୩୨ ଜିଲା ୪,୯୪୧ ଗ୍ରାମର ୫୪ ଲକ୍ଷ ୫୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଲଗାଣ ବର୍ଷାଯୋଗୁ ବ୍ରହ୍ମପୁତ୍ର ଏବଂ ବରାକ୍‌ ନଦୀ ସହ ଏହାର ଶାଖା ନଈଗୁଡ଼ିକ ଉଛୁଳିବା ଯୋଗୁ ରାଜ୍ୟର ୩୬ ଜିଲାରୁ ୩୨ ଜିଲାରେ ଅନେକ ଜମି ଜଳମଗ୍ନ ହୋଇ ରହିଛି। ଉଦ୍ଧାରକାରୀ ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଏବଂ ଅନ୍ୟ ଏଜେନ୍ସିଗୁଡ଼ିକ ପ୍ରାୟ ୨୭୬ଟି ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭାରତୀୟ ସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଆସାମର ୧୨ ଜିଲାର ବିଭିନ୍ନ ସ୍ଥାନରେ ଫସି ରହିଥିବା ୧୪,୫୦୦ ଲୋକଙ୍କୁ ଏନ୍‌ଡିଆରଏଫ୍‌ ଟିମ୍‌ ଉଦ୍ଧାର କରିଥିବା ସରକାରୀ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏନ୍‌ଡିଆରଏଫ୍‌ର ପ୍ରଥମ ବାଟାଲିୟନ ବିପର୍ଯ୍ୟୟ ପରିଚାଳନା ଫୋର୍ସର ୪୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଏବଂ ୭୦ରୁ ଅଧିକ ବୋଟ୍‌ ମୁତୟନ ହୋଇଥିବା ଏହାର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସନ୍ତୋଷ କୁମାର ସିଂ କହିଛନ୍ତି। ମଙ୍ଗଳବାରଠାରୁ ୨୦୭ କର୍ମଚାରୀଙ୍କୁ ନେଇ ଆଉ ୮ ଟିମ୍‌ ସିଲଚର୍‌ରେ ଏୟାରଲିଫ୍ଟ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସେଣ୍ଟର ଓ୍ବାଟର କମିଶନ (ସିଡବ୍ଲ୍ୟୁସି) ମୁତାବକ, ନଗାଓଁର କାମପୁର ଦେଇ ବହିଯାଇଥିବା କୋପିଲି ନଦୀ ଜଳ ବିପଦସଙ୍କୁଳ ସ୍ତର ଉପରେ ରହିଛି। ସେହିପରି ଶିବାସାଗରରେ ଦିସାଙ୍ଗ ନଦୀ, ତେଜପୁର, ଗୋଲପରା ଏବଂ ଧୁବ୍ରୀର ନିମାତିଘାଟରେ ବ୍ରହ୍ମପୁତ୍ର, ଚାଚର ଏବଂ ହୈଲାଖଣ୍ଡିର କରିମଗଞ୍ଜ ଦେଇ ବହିଥିବା ବରାକ୍‌ ନଦୀ ଏବଂ କରିମଗଞ୍ଜଠାରେ ଥିବା କୁଶିଆରା ନଦୀ ଜଳ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବାରପେଟା ଜିଲା ବନ୍ୟା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି। ଏଠାରେ ୧୧,୨୯,୩୯୦ ଲୋକ ପ୍ରଭାବିତ ହୋଇଥିବାବେଳେ କାମ୍‌ରୂପ୍‌ ଜିଲାରେ ୭,୮୯,୪୯୬, ଧୁବ୍ରୀରେ ୫,୯୭,୧୫୩ ଏବଂ ନଗାଓଁରେ ୫,୦୩,୪୫୦ ଲୋକ ବନ୍ୟା ଦୁର୍ଦ୍ଦଶା ଭୋଗୁଛନ୍ତି। ଜିଲା ପ୍ରଶାସନଗୁଡ଼ିକ ପକ୍ଷରୁ ୧୦୨୫ ରିଲିଫ୍‌ ବଣ୍ଟା କେନ୍ଦ୍ର ଏବଂ ୮୪୫ ଆଶ୍ରୟ ସ୍ଥଳୀ ଖୋଲାଯାଇଛି। ଏଠାରେ ପ୍ରାୟ ୩ ଲକ୍ଷ ଲୋକ ଆଶ୍ରୟ ନେଇଛନ୍ତି। ବନ୍ୟା ଯୋଗୁ ୨୧୮ ରାସ୍ତା, ୨୦ ପୋଲ ନଷ୍ଟ ହୋଇଛି। ୯୯,୦୨୬ ହେକ୍ଟର ଚାଷଜମି ପାଣିରେ ବୁଡ଼ି ରହିଛି। ୩୩,୧୭,୦୮୬ ପ୍ରାଣୀ ପ୍ରଭାବିତ ହୋଇଛନ୍ତି।
ବାକ୍‌ସା, ବିଶ୍ୱନାଥ, ବୋଙ୍ଗାଇଗାଓଁ, ଚିରାଙ୍ଗ, ଧୁବ୍ରୀ, କୋକ୍ରାଝର, ଲଖିମପୁର, ମଜୁଲି, ମୋରିଗାଓଏ ନାଲବରି, ଉଦାଲଗୁରି ଆଦି ସ୍ଥାନରେ ଭୂସ୍ଖଳନ ହୋଇଛି। ଚିରାଙ୍ଗ ଜିଲାରେ ବୁଧବାର ସ୍ଥିତି ଭୟଙ୍କର ହେବାରୁ ଅଗ୍ନିଶମ ବାହିନୀ ଏବଂ ଜରୁରିକାଳୀନ ସେବା ପ୍ରଦାନକାରୀ କର୍ମଚାରୀମାନେ ମଧ୍ୟ ଉଦ୍ଧାରକାରୀ ଟିମ୍‌ରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଚପରମୁଖ ରେଳଷ୍ଟେଶନ, ନେଲ୍ଲି ଜାତୀୟ ରାଜପଥ ପାର୍ଶ୍ୱ ରିଲିଫ୍‌ କ୍ୟାମ୍ପ୍‌ରେ ଆଶ୍ରୟ ନେଇଥିବା ପ୍ରଭାବିତ ପରିବାରକୁ ଭେଟିଛନ୍ତି। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ନଗାଓଁ ଜିଲାର ଫୁଲାଗୁରୀ ରିଲିଫ୍‌ କେନ୍ଦ୍ର ପରିଦର୍ଶନ କରି ବନ୍ୟା ପ୍ରଭାବିତଙ୍କୁ ଭେଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri