ବାଂଲାଦେଶରେ ଯୁବତୀ-ନିଶାଦ୍ରବ୍ୟ ଚୋରା କାରବାର କରୁଛନ୍ତି ରୋହିଙ୍ଗ୍ୟା, ଶେଖ ହସିନାଙ୍କ ସୂଚନା…

ଢାକା, ୨୧।୬ : ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ଆଶ୍ରୟ ଦେଉଥିବା ବାଂଲାଦେଶ ବର୍ତ୍ତମାନ ସେମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଛି। ରୋହିଙ୍ଗ୍ୟା ମୁସଲମାନମାନେ ବାଂଲାଦେଶରେ ସମସ୍ୟା ସୃଷ୍ଟି କରୁଛନ୍ତି। ପ୍ରଧାନମନ୍ତ୍ରୀ ଶେଖ ହସିନା ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି ଯେ ରୋହିଙ୍ଗ୍ୟାମାନେ ବାଂଲାଦେଶରେ ସାମାଜିକ ସମସ୍ୟା ସୃଷ୍ଟି କରୁଛନ୍ତି।

ସେ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଅନେକ ନିଶାଦ୍ରବ୍ୟ କାରବାର ତଥା ମହିଳା ଏବଂ ଯୁବତୀଙ୍କ ଚୋରା ଚାଲାଣରେ ଜଡିତ ଅଛନ୍ତି। ପ୍ରଧାନମନ୍ତ୍ରୀ ଶେଖ ହସିନା ବାଂଲାଦେଶକୁ ନୂତନ ଭାବେ ନିଯୁକ୍ତ କାନାଡ଼ାର ହାଇ କମିଶନର ଲିଲି ନିକୋଲ୍ସଙ୍କ ସହ ଏକ ସାକ୍ଷାତକାରରେ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ସଚିବ ଏହସାନୁଲ କରିମ ଉଭୟଙ୍କ ସାକ୍ଷାତ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ହାଇ କମିଶନରଙ୍କୁ କହିଛନ୍ତି ଯେ ୧୧ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ଦୀର୍ଘ ଦିନ ଧରି ସମସ୍ୟା ସୃଷ୍ଟି କରୁଛନ୍ତି।

ଏହି ସମୟରେ ସେ ପ୍ରଶ୍ନ କରିଛନ୍ତି ଯେ ବାଂଲାଦେଶ କିପରି ଏତେ ବଡ ବୋଝ ବହନ କରିପାରିବ। ରୋହିଙ୍ଗ୍ୟାଙ୍କୁ ଉନ୍ନତ ସୁବିଧା ତଥା ଆଶ୍ରୟ ଦେବା ପାଇଁ ବାଂଲାଦେଶ ଚାର୍‌ ଦ୍ୱୀପରେ ଏକ ଅସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ କରିଛି ବୋଲି ପ୍ରଧାନମନ୍ତ୍ରୀ ଶେଖ ହାସାନି ସୂଚନା ଦେଇଛନ୍ତି।

ଶେଖ ହସିନାଙ୍କୁ ଜବାବ ଦେଇ ହାଇ କମିଶନର କହିଛନ୍ତି ଯେ ଏହି ପ୍ରସଙ୍ଗରେ କାନାଡା ସର୍ବଦା ବାଂଲାଦେଶକୁ ସମର୍ଥନ କରିବ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ଦେଶ ଦାନ ମାଧ୍ୟମରେ ଟଙ୍କା ସଂଗ୍ରହ ପାଇଁ ରୋହିଙ୍ଗ୍ୟାଙ୍କ ପାଇଁ ଏକ ଅତିରିକ୍ତ ପାଣ୍ଠି ସୃଷ୍ଟି କରୁଛି । କାନାଡା ଏବଂ ବାଂଲାଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୫୦ ତମ ବାର୍ଷିକୀ ଅବସରରେ ସେ ବାଂଲାଦେଶରେ ପହଞ୍ଚିଥିଲେ। ଏଠାରେ ସେ ସ୍ବାଧୀନତାର ୫୦ ତମ ବାର୍ଷିକୀ ପାଳନ କରିବା ପାଇଁ ବାଂଲାଦେଶକୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri