ଯୋଗ ହରିନେବ ରୋଗ

ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଅନୁଯାୟୀ ସମ୍ପୂର୍ଣ୍ଣ ଶାରୀରିକ, ମନସ୍ତାତ୍ତ୍ୱିକ, ସାମାଜିକ ଓ ଆଧ୍ୟାମତ୍ିକ ସୁସ୍ଥତା ହିଁ ସ୍ବାସ୍ଥ୍ୟ। ଯୋଗାଭ୍ୟାସ ଦ୍ୱାରା ଏହି ସମସ୍ତ ପ୍ରକାର ସୁସ୍ଥତା ପ୍ରାପ୍ତ ହୁଏ। ତେବେ ଚଳିତ ବର୍ଷ ଯୋଗ ଦିବସ ଲାଗି ଥିମ୍‌ ରହିଛି ‘ମାନବ ଜାତି ପାଇଁ ଯୋଗ’।

ଅନ୍ତର୍ଜାତୀୟ ଯୋଗ ଦିବସଟିକୁ ପ୍ରତିବର୍ଷ ଜୁନ୍‌ ୨୧ରେ ପାଳନ ନିମନ୍ତେ ଜାତିସଂଘ ୨୦୧୪ ଡିସେମ୍ବର ୧୧ରେ ସ୍ଥିର କରିଥିଲା। ଯୋଗ ହେଉଛି ବିଶ୍ୱକୁ ପ୍ରାଚୀନ ଭାରତର ଏକ ଅମୂଲ୍ୟ ଅବଦାନ। ଏହା ପାଖାପାଖି ୫୦୦୦ ବର୍ଷ ତଳେ ଭାରତରେ ବିକଶିତ ହୋଇଥିଲା। ଯୋଗର ଅର୍ଥ ଯୋଗକରିବା ବା ସଂଯୁକ୍ତ କରିବା। ସାରା ବିଶ୍ୱରେ ସର୍ବପ୍ରଥମ ବିଶ୍ୱ ଯୋଗ ଦିବସ ପାଳିତ ହୋଇଥିଲା ୨୦୧୫ ଜୁନ୍‌ ୨୧ ତାରିଖରେ। ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି ‘ମାନବ ଜାତି ପାଇଁ ଯୋଗ’ (Yoga for Humanity)।
ଶାରୀରିକ, ମନସ୍ତାତ୍ତ୍ୱିକ ଏବଂ ସାମାଜିକ ସୁସ୍ଥତା ପାଇଁ ଯୋଗ : ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଅନୁଯାୟୀ ସମ୍ପୂର୍ଣ୍ଣ ଶାରୀରିକ, ମନସ୍ତାତ୍ତ୍ୱିକ, ସାମାଜିକ ଓ ଆଧ୍ୟାମତ୍ିକ ସୁସ୍ଥତା ହିଁ ସ୍ବାସ୍ଥ୍ୟ। ଯୋଗାଭ୍ୟାସ ଦ୍ୱାରା ଏହି ସମସ୍ତ ପ୍ରକାର ସୁସ୍ଥତା ପ୍ରାପ୍ତ ହୁଏ। ଆମର ସାଧାରଣତଃ ଧାରଣା ଯେ ଯୋଗ କେତୋଟି ଆସନରେ ହିଁ ସୀମିତ। ସେଥିପାଇଁ ଆମେ ଭାବି ନେଇଥାଉ ଯେ ଯୋଗ କେବଳ ଶରୀର ସ୍ତରରେ ଅନୁକୂଳ ପ୍ରଭାବ ପକାଇଥାଏ। ମାତ୍ର ଏହି ପ୍ରକାର ଭାବନା ଭ୍ରମାମତ୍କ। ଯୋଗର ପ୍ରଭାବ ବେଶ୍‌ ବ୍ୟାପକ। ଏହା ଶରୀର, ମନ, ପ୍ରାଣ ବା ଶ୍ୱାସକ୍ରିୟା ମଧ୍ୟରେ ଏକ ସେତୁ ଭଳି କ୍ରିୟା କରିଥାଏ। ଶରୀର, ମନ ଓ ଶ୍ୱାସପ୍ରଶ୍ୱାସ କ୍ରିୟାରେ ସମନ୍ବୟ ଓ ସଙ୍ଗତି ହୋଇଗଲେ ଜୀବନ ଶାନ୍ତି, ସନ୍ତୋଷ ଓ ପୂର୍ଣ୍ଣତା ଆସିଥାଏ।
ତେବେ ଯୋଗ ଆମ ଶରୀରକୁ ତଥା ଆମ ସ୍ବାସ୍ଥ୍ୟକୁ କେଉଁପରି ଭାବରେ ପ୍ରଭାବିତ କରେ? ସଂକ୍ଷେପରେ କହିଲେ ଯୋଗ ଦ୍ୱାରା ରୋଗ ନିବାରିତ ହୁଏ ଓ ରୋଗ ଉପଶମ ତଥା ଆରୋଗ୍ୟ ହୋଇଥାଏ ମଧ୍ୟ। ସ୍ବାସ୍ଥ୍ୟର ସଂଜ୍ଞା ପରିପ୍ରେକ୍ଷୀରେ ବିଚାର କଲେ ଆମେ ଶାରୀରିକ, ମନସ୍ତାତ୍ତ୍ୱିକ, ଆବେଗିକ ଓ ସାମାଜିକ ସ୍ତରରେ ସୁସ୍ଥତା ଓ ସନ୍ତୁଳନ ଉପଭୋଗ କରିବା ଆବଶ୍ୟକ। ସବୁବେଳେ ଆନନ୍ଦ ଅନୁଭବ କରିବା ସହ ସମସ୍ତଙ୍କ ପ୍ରତି ପ୍ରେମ ଭାବ ପୋଷଣ କରିବା ବାଞ୍ଛନୀୟ। ଯୋଗ ଆମକୁ ଏହି ପ୍ରତିଶ୍ରୁତି ଦେଇଥାଏ।
ନିୟମିତ ଯୋଗ ଦ୍ୱାରା ଅସ୍ବାଭାବିକ ମାନସିକ ଚାପ ଲାଘବ ହୋଇଯାଏ। ଏଥିଲାଗି ଆସନ, ପ୍ରାଣାୟାମ ଓ ଧ୍ୟାନ ବେଶ୍‌ ଫଳପ୍ରଦ। ଯୋଗ ଓ ଧ୍ୟାନ କଲେ ବୃଦ୍ଧି ପାଇଥାଏ ଅନ୍ତର୍ଦୃଷ୍ଟିର ସାମର୍ଥ୍ୟ। ନିୟମିତ ଯୋଗ କରିବା ଫଳରେ ଓଜନ ହ୍ରାସ ପାଏ। ସୁଷମ ତଥା ସାତ୍ତ୍ୱିକ ଖାଦ୍ୟା ପ୍ରତି ରୁଚି ଜନ୍ମେ। ନିଶା ସେବନ ନିମନ୍ତେ ମନ ହୁଏ ନାହିଁ। ପୁଣି ଯୋଗ ଦ୍ୱାରା ମାଂସପେଶୀଗୁଡିକ ବଳିଷ୍ଠ ହେବା ସଙ୍ଗେ ସଙ୍ଗେ ସନ୍ତୁଳିତ ହୋଇଯାଏ ଶ୍ୱାସକ୍ରିୟା। ତାହାଛଡ଼ା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅତୁଟ ରହିପାରେ ସ୍ବାସ୍ଥ୍ୟ। ଯୋଗ କରିବା ଦ୍ୱାରା ଶରୀର ସକ୍ରିୟ ଓ ସତେଜ ରହିବା ଫଳରେ ଦୂର ହୋଇଯାଏ କ୍ଲାନ୍ତି। ଶରୀର ଶକ୍ତ, ଦୃଢ଼ ଓ ନମନୀୟ ହୋଇପଡେ। ମାଂସପେଶୀଗୁଡିକର ସଂକୋଚନ ପ୍ରସାରଣ ହୋଇଯାଏ ସାବଲୀଳ। ଗଣ୍ଠିଗୁଡିକର କାଠିନ୍ୟ ଦୂରହୋଇ ବୃଦ୍ଧିପାଏ ସେଗୁଡିକର ଚଳନ କ୍ଷମତା। ଶରୀରର ଅଙ୍ଗଭଙ୍ଗୀରେ ପରିଲକ୍ଷିତ ହୁଏ ଉନ୍ନତି। ଠିଆ ହେବା, ବସିବା, ଚାଲିବା ଓ ଶୋଇବା ସମୟରେ ଅଙ୍ଗଭଙ୍ଗୀ ବେଶ୍‌ ଅନୁକୂଳ ହେବା ଦ୍ୱାରା ତ୍ରୁଟିଯୁକ୍ତ ଅଙ୍ଗଭଙ୍ଗୀ ଯୋଗୁ ମେରୁଦଣ୍ଡ ଓ ଗଣ୍ଠିରେ ଯନ୍ତ୍ରଣା ଜାତ ହେବାର ସମ୍ଭାବନାକୁ ଦୂରୀଭୂତ କରିଦିଏ ନିୟମିତ ଯୋଗାଭ୍ୟାସ।
ଗବେଷଣା ଆଧାରିତ ପ୍ରମାଣ : ଭାରତ ସମେତ ଆମେରିକା, ବ୍ରିଟେନ୍‌, ଅଷ୍ଟ୍ରେଲିଆ, ହଲାଣ୍ଡ, ଇଟାଲି ଇତ୍ୟାଦି ରାଷ୍ଟ୍ରର ବୈଜ୍ଞାନିକ ତଥା ଚିକିତ୍ସା ବିଜ୍ଞାନୀମାନେ ଯୋଗର ଅନୁକୂଳ ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ ଜାରି ରଖିଛନ୍ତି। ସେମାନଙ୍କ ଦ୍ୱାରା ପ୍ରକାଶିତ ଗବେଷଣା ନିବନ୍ଧଗୁଡିକରୁ ପ୍ରମାଣ ମିଳୁଛି ଯେ, ରୋଗ ନିବାରଣ, ରୋଗ ଆରୋଗ୍ୟ, ସୁସ୍ଥତା ପ୍ରାପ୍ତି ଏବଂ ଜୀବନର ଗୁଣାତ୍ମକମାନ ଉନ୍ନତ କରାଇବାରେ ଯୋଗର ପ୍ରଭାବ ସୁଦୂରପ୍ରସାରୀ। ବିଶେଷକରି ଦୀର୍ଘକାଳୀକ ରୋଗଗୁଡିକ ଉପରେ ଯୋଗର ପ୍ରଭାବ ଅତି ଫଳପ୍ରଦ। ତେଣୁ ତାହା ହୃଦ୍‌ରକ୍ତନଳୀ ରୋଗ ହେଉ କି ଉଚ୍ଚ ରକ୍ତଚାପ, କିମ୍ବା ପୃଥୁଳତା, ଫୁସ୍‌ଫୁସ୍‌ ରୋଗ, ବୃକକ୍‌ ରୋଗ, ଡାଇବେଟିସ୍‌, ଗଣ୍ଠି ରୋଗ, ମେରୁଦଣ୍ଡ ରୋଗ, ଆଜମା, ମାନସିକ ରୋଗ, ଅନ୍ତନଳୀ ରୋଗ, ଆଖିରୋଗ, କ୍ୟାନସର ଇତ୍ୟାଦି ହେଉ, ବିବିଧ ବ୍ୟାଧିରେ ଯୋଗ ଚିକିତ୍ସାରୁ ସୁଫଳ ମିଳିପାରିବ। କିନ୍ତୁ ପାରମ୍ପରିକ ଚିକିତ୍ସାରେ ବିଶେଷଜ୍ଞ ଚିକିତ୍ସକଙ୍କ ତତ୍ତ୍ୱାବଧାନ ତଥା ପରାମର୍ଶ ଲୋଡା ପଡୁଥିବା ପରି ଯୋଗ ମାଧ୍ୟମ ଚିକିତ୍ସା ପାଇଁ ଲୋଡା ଯୋଗ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନ ତଥା ପରାମର୍ଶ। ବରଂ ରୋଗୀ ଚିକିତ୍ସାରେ ଚିକିତ୍ସା ବିଶେଷଜ୍ଞ ଓ ଯୋଗ ବିଶେଷଜ୍ଞଙ୍କ ମଧ୍ୟରେ ସହଯୋଗ ଓ ସମନ୍ବୟ ସ୍ଥାପିତ ହୋଇପାରିଲେ ଏହାର ଅନୁକୂଳ ପ୍ରଭାବ ସୁଦୂରପ୍ରସାରୀ ହୋଇପାରିବ।
ଔଷଧ ଭଳି ଏକ ବାହ୍ୟ ମାଧ୍ୟମ ରୋଗ ଆରୋଗ୍ୟ ନିମନ୍ତେ ବିନିଯୋଗ ହୋଇଥାଏ। କିନ୍ତୁ ଯୋଗ ପଦ୍ଧତି ଅବଲମ୍ବନ କଲେ ରୋଗର ଚିକିତ୍ସା ପାଇଁ ଔଷଧ ଭଳି ବାହ୍ୟ ମାଧ୍ୟମ ଆବଶ୍ୟକ ପଡେ ନାହିଁ। ଆବଶ୍ୟକ ପଡେ କେବଳ ରୋଗୀର ବ୍ୟକ୍ତିଗତ ଆସ୍ଥା, ନିଷ୍ଠା ଓ ଆନ୍ତରିକତା। ସୁତରାଂ ଯୋଗ ଚିକିତ୍ସା ହେଉଛି ଔଷଧ ବିହୀନ ସୁ ଚିକିତ୍ସା ବା ଆତ୍ମ-ଚିକିତ୍ସା। ତେବେ ଏହା ଯୋଗ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକାରୀ ହେବା ନିରାପଦ।
ସବୁଠାରୁ ଶସ୍ତା: ଯୋଗ ନିମନ୍ତେ ବିଶେଷ ଅର୍ଥ ବ୍ୟୟ କରିବା ପାଇଁ ପଡେନି। ଭଲ ବାୟୁ ଚଳାଚଳ କରୁଥିବା ପରିଷ୍କୃତ କୋଠରି, ଯୋଗ ନିମନ୍ତେ ବିଛେଇବା ଆସନ ଏବଂ ଯୋଗ ଶିକ୍ଷକ ବା ବିଶେଷଜ୍ଞଙ୍କ ବ୍ୟବସ୍ଥା ହୋଇଗଲେ ଯଥେଷ୍ଟ। ମାତ୍ର ଯୋଗାଧ୍ୟାୟୀଙ୍କ ପାଇଁ ଲୋଡ଼ା ସମୟାନୁବର୍ତ୍ତିତା, ନିୟମିତ ଅଭ୍ୟାସ, ବ୍ୟକ୍ତିଗତ ଆଗ୍ରହ ଏବଂ ଅଧ୍ୟବସାୟ।
-ଡା. ନିତ୍ୟାନନ୍ଦ ସ୍ବାଇଁ
ଅଭୀପ୍‌ସା, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ,
ମୋ : ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri