ଜିଲାର ଉନ୍ନତି ପାଇଁ ପ୍ରସ୍ତୁତ ହେଲା ଭିଜନ ବାଲେଶ୍ୱର ୨୦୩୦

ବାଲେଶ୍ୱର ଅଫିସ, ୧୨।୬ ବାଲେଶ୍ୱର ସହରସ୍ଥିତ ଟେକ୍‌ନିକାଲ ପଡିଆ ଛକରେ ଥିବା ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ସାମାଜିକ ସଙ୍ଗଠନ ଫ୍ୟୁଚର ବାଲେଶ୍ୱର ପକ୍ଷରୁ ଜିଲାର ସାମଗ୍ରିକ ବିକାଶ ପାଇଁ ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା, ଅନୁଭୂତି ଓ ଉପଦେଶ ଗ୍ରହଣ ପୂର୍ବକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନ ସଭାପତି ଆଇନଜୀବୀ ବିଜୟ ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବାଲେଶ୍ୱର ଜିଲାରେ ବିକାଶ ନୂତନ ରୂପରେଖ ପ୍ରସ୍ତୁତି ନିମନ୍ତେ ସଙ୍ଗଠନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ମତାମତ ଓ ପରାମର୍ଶ ଅନୁଯାୟୀ ଭିଜନ-୨୦୩୦ ପ୍ରସ୍ତୁତ କରାଯାଉଥିବା ସେ ସୂଚନା ଦେଇଥିଲେ।
ଜିଲାରେ କୃଷିର ଉନ୍ନତି ପାଇଁ ସମସ୍ତ ଅଚଳ ଉଠାଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ, ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ, ପ୍ରତ୍ୟେକ ବ୍ଲକରେ କୋଲ୍ଡଷ୍ଟୋର ସ୍ଥାପନ ଓ ମଣ୍ଡି ଜରିଆରେ ସମସ୍ତ କୃଷି ସାମଗ୍ରୀ କ୍ରୟ ସହିତ ଜିଲାରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି କରିଥିଲେ। ସେହିପରି ଶିକ୍ଷାକ୍ଷେତ୍ରର ଉନ୍ନତି ପାଇଁ ସମସ୍ତ ସ୍କୁଲ କଲେଜକୁ ସରକାରୀ ନିୟନ୍ତ୍ରଣକୁ ଅଣାଯିବା ସହ କ୍ୟାମ୍ପସ ନ ଥିବା ସ୍କୁଲକୁ ବାତିଲ କରିବା, ବାଲେଶ୍ୱରରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ସତ୍ତ୍ୱେ ପ୍ରତିଦିନ କଟକ ବା ଭୁବନେଶ୍ୱରକୁ ଶତାଧିକ ରୋଗୀ ସ୍ଥାନାନ୍ତର ହେଉଛନ୍ତି। ଏହାକୁ ରୋକିବା ଦିଗରେ ପଦକ୍ଷେପ ସହ ବାଲେଶ୍ୱରରେ ଆୟୁର୍ବେଦିକ ହସ୍‌ପିଟାଲ ଓ ହୋମିଓପାଥିକ ଚିକିତ୍ସାଳୟ ସ୍ଥାପନ, ଜଳେଶ୍ୱରରୁ ଉଦୟପୁର ପର୍ଯ୍ୟନ୍ତ ରେଳପଥ, ନୀଳଗିରରୁ ପାସେଞ୍ଜର ଟ୍ରେନ ବାଙ୍ଗିରିପୋଷି ପର୍ଯ୍ୟନ୍ତ ସମ୍ପ୍ରସାରଣ, ବାଲେଶ୍ୱର ସହର ଅବରୋଧମୁକ୍ତ ରାସ୍ତା ପାଇଁ ସରକାରୀ ସ୍ଥାନରେ ବହୁତଳ ବିଶିଷ୍ଟ ମାର୍କେଟ ବିଲଡିଂ, ବାଲେଶ୍ୱର କୋର୍ଟ ସ୍ଥାନାନ୍ତର ପରେ ସେଠାରେ ମାର୍କେଟ ବିଲଡିଂ ନିର୍ମାଣ ସହ ଉଠାଦୋକାନୀଙ୍କୁ ଥଇଥାନ, ପାର୍କିଂ ବ୍ୟବସ୍ଥା ନ ଥିବା ସପିଂମଲ୍‌କୁ ସିଲ୍‌ କରିବା, ଜିଲାବାସୀଙ୍କୁ ସବ୍‌ସିଡି ଦରରେ ବିଦ୍ୟୁତ ସେବା ସହ ସହରରେ ଭୂତଳ କେବୁଲ ବିଛାଯାଇ ବିଦ୍ୟୁତଯୋଗାଣ, ଅମୃତ ସହର ଯୋଜନାରେ କାର୍ଯ୍ୟକାରୀ ପାନୀୟଯୋଗାଣ ପ୍ରକଳ୍ପ ତୁରନ୍ତ ସମ୍ପୂର୍ଣ୍ଣ, ସହର ଉପକଣ୍ଠରେ ପାର୍କ ଓ ଷ୍ଟାଡିୟମ ନିର୍ମାଣ, ସହର ଭିଡ କମାଇବାକୁ ଜେଲ୍‌, ସବ୍‌ରେଜିଷ୍ଟ୍ରାର, ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଓ ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବା ପାଇଁ ଆଲୋଚନାଚକ୍ରରେ ଦାବି ଉପସ୍ଥାପନ କରାଯାଇଥିଲା। ଏଭଳି ଦାବି ସମେତ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପ୍ରସ୍ତାବକୁ ନେଇ ଅନୁଷ୍ଠାନ ପକ୍ଷରୁ ଭିଜନ ୨୦୩୦ ପୁସ୍ତିକା ପ୍ରସ୍ତୁତ ସହ ଆଗାମୀ ଦିନରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କୁ ପ୍ରଦାନ କରାଯିବ। ଏହି ଅବସରରେ ସର୍ବୋଦୟ ନେତା ବିଧାନଚନ୍ଦ୍ର ରାୟ, ଇଂ. ରମାକାନ୍ତ ଗୋଚ୍ଛାୟତ, ଅବସରପ୍ରାପ୍ତ ସଂସ୍କୃତ ଅଧ୍ୟାପକ ଶାନ୍ତିପଦ ପଣ୍ଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକଙ୍କୁ ସଙ୍ଗଠନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଭବାନୀଶଙ୍କର ପଣ୍ଡା, ସୁଦୀପ୍ତ ପିଟର, ସୌମ୍ୟରଞ୍ଜନ ପାତ୍ର, ମୃତ୍ୟୁଞ୍ଜୟ ତ୍ରିପାଠୀ, ଦୁକୁଲ ଘଡେଇ, ରଞ୍ଜନ ପାଣିଗ୍ରାହୀ, ମହେଶ୍ୱର ପଣ୍ଡା ପ୍ରମୁଖ ସଙ୍ଗଠନର ସଦସ୍ୟମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର

ବାଲେଶ୍ବର ଅଫିସ,୧।୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ...

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୧।୩ (ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚାନ୍ଦିପୁର ଡିଆରଡିଓ ଅଧିନସ୍ଥ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲର ବୁଧବାର...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri